ସନ୍ଦେହ ଘେରରେ ବିଚାରାଧୀନ ନକ୍ସଲ କଏଦୀର ମୃତ୍ୟୁ

ମାଲକାନଗିରି ଜେଲ୍

ମାଲକାନଗିରି : ମାଲକାନଗିରି ଉପକାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ବିଚାରଧୀନ ନକ୍ସଲ କଏଦୀ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ରହିଛି। ଗତ ଦୁଇ ମାସ ତଳେ ନକ୍ସଲ କେଶରେ ମୃତ ଦନୁ ଗୋଲାରୀଙ୍କୁ ଗିରଫ କରି ଜେଲ ପଠାଇଥିଲେ। ସେ ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗୋଲାରୀଙ୍କ ପୁଅ ବୋଲି ଜଣାପଡିଛି। ମୃତ ଦନୁ ଗୋଲାରୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟାଯାଇଛି। ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି।ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଗତ ଏକମାସ ମଧ୍ୟରେ ଅନ୍ୟ ଦୁଇଜଣ ବିଚାରାଧୀନ କଏଦୀଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଜେଲରଙ୍କର ଖାମଖିଆଲ ମନୋଭାବ ଓ ପରିଚାଳନା ଗତ ଅନଭିଜ୍ଞତା ଯୋଗୁଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ତେବେ ପରିବାର ଲୋକଙ୍କୁ ଗତକାଲି ନ ଜଣାଇ ମୃତ୍ୟୁର ପରଦିନ ଖବର ଦେଇଥିବାରୁ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଜେଲରଙ୍କୁ ହଟାଇବା ନେଇ ଦାବି ହେଉଛି।

Share Now:

Kalinga News Beuro

Next Post

ଗାଡ଼ି କାଗଜର ବୈଧତା ଆଉ ୩ ମାସ ବଢ଼ିଲା

Mon Dec 28 , 2020
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ସଂକ୍ରାନ୍ତ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‌ଏହି ମର୍ମରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର […]
ଗାଡ଼ି କାଗଜର ବୈଧତା ଆଉ, ୩ ମାସ ବଢ଼ିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial