କଂଗ୍ରେସ ମୁଖିଆ ହେବାକୁ ରାହୁଲ ଅରାଜି

କଂଗ୍ରେସର ମଙ୍ଗ ଧରିବାକୁ ରାହୁଲ ଅମଙ୍ଗ

ନୂଆଦିଲ୍ଲୀ : ଆଜକୁ ପ୍ରାୟ ୧୯ ମାସ ତଳେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ୨୦୧୯ ମେ’ ମାସରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା ରାହୁଲ ଗାନ୍ଧି ପୁଣି ଥରେ ଦେଶର ଏହି ସବୁଠୁ ପୁରୁଣା ଦଳର ନେତୃତ୍ବ ନେବାକୁ ଆଗ୍ରହୀ ନଥିବା ଜାଣିବାକୁ ମିଳିଛି। ତେବେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଁଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତାଙ୍କ ନିକତଟମ ମହଲରୁ ଜଣାଯାଇଛି। ଗତ ରବିବାର ରାହୁଲ ହଠାତ୍‌ ବିଦେଶର କୌଣସି ଏକ ଅଜଣା ସ୍ଥାନକୁ ବିମାନ ଯାତ୍ରା କରିଛନ୍ତି। କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ଏବଂ ଦେଶରେ ସମ୍ପ୍ରତି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ରାହୁଲଙ୍କ ଏପରି ଅଜ୍ଞାତବାସ ଅନେକ ଦଳୀୟ ନେତା ତଥା କର୍ମୀମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଅପରପକ୍ଷେ, ଆସନ୍ତା ମାସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ତାଙ୍କ ମାଆ ସୋନିଆ ଗାନ୍ଧିଙ୍କୁ ଅବ୍ୟାହତି ଦେଇ ଦଳର ଜଣେ ନୂତନ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ କରିବା ଯୋଜନା ରହିଥିବା ବେଳେ ଏହି ପଦବି ପାଇଁ ରାହୁଲ ଆଶାୟୀ ନଥିବା ତାଙ୍କ ହାବଭାବରୁ ନିକଟତମ ମହଲ ଅନୁମାନ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ, କଂଗ୍ରେସର ୯୯.୯ ପ୍ରତିଶତ ଦଳୀୟ ନେତୃତ୍ବ ରାହୁଲଙ୍କୁ ପୁଣିଥରେ ମୁଖିଆ କରିବା ସପକ୍ଷରେ ଅଛନ୍ତି ବୋଲି ଚଳିତ ମାସରେ ଦଳର ମୁଖପାତ୍ର ରଣଦୀପ ସୁର୍ଜେୱାଲା ମନ୍ତବ୍ୟ ଦେଇଥିଲେ।

Share Now:

Kalinga News Beuro

Next Post

ଭାରତରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ‌

Thu Dec 31 , 2020
ନୂ୍ଆ ଷ୍ଟ୍ରେନ୍‌ ପାଇଁ ବେଙ୍ଗାଲୁରୁ‌ରେ ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ ସଟ୍‌ ଡାଉନ୍ ନୂଆଦିଲ୍ଲୀ : ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଜି ୨୦କୁ ବୃଦ୍ଧି ପାଇଛି। ଗତକାଲି ୬ଟି ନମୁନାରେ ନୂଆ ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ନୂଆ ମାମଲାରୁ ୮ଟି ଦିଲ୍ଲୀ ଏବଂ ୭ଟି କର୍ଣ୍ଣାଟକର ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସରେ ୨ ଜଣଙ୍କଠାରେ ନୂଆ ଭୂତାଣୁ ଚିହ୍ନଟ ହେବାପରେ ସମଗ୍ର କମ୍ପ୍ଲେକ୍ସକୁ […]
ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial