ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୨୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୫୧ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ୨୨୦୨ ଜଣ। ଏବେ ସୁଦ୍ଧା ରାଜ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୭ ହଜାର ୮ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେ‌ଳେ ବାଲେଶ୍ବରରୁ ୧୦, ବରଗଡ଼ରୁ ୧୭, ଭଦ୍ରକରୁ ୨, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୨, କଟକରୁ ୧୨, ଦେଓଗଡ଼ରୁ ଜଣେ, ଗଞ୍ଜାମରୁ ୪, ଜଗତ୍‌ସିଂହପୁରରୁ ୫, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ଜଣେ,କେନ୍ଦ୍ରାପଡ଼ାରୁ ୬ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୧୨ ଜଣ, ମୟୂରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୧ ଜଣ, ପୁରୀରୁ ୧୦ ଜଣ, ସମ୍ବଲପୁରରୁ ୧୫ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୩୦ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏପଟେ ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାଣ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଭିଜିଲାନସ ଜାଲରେ ଏନ୍ଆ‌ରଏଚ୍ଏ‌ମର ଡିପିଏମ୍

Thu Jan 7 , 2021
ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ‌) କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ଏନଆରଏଚଏମର ଡିପିଏମ ସୁଦୀପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ ଡିପିଏମଙ୍କ ନିକଟକୁ ଯାଇଥିଲେ। ତେବେ ଡିପିଏମ ସୁଦୀପ କେଶ ବିଲ ପାସ […]
ଭିଜିଲାନସ ଜାଲରେ ଏନ୍ଆ‌ରଏଚ୍ଏ‌ମର ଡିପିଏମ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial