ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ

ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ବର : କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିବ। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଯିବେ। ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ପର୍ଯ୍ୟନ୍ତ ହେବ। ଉଭୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନର ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ। ସେଥିପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାର୍ଗଦର୍ଶିକା(ଏସ୍‌ଓପି) ଜାରି ହୋଇଛି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର: ପିଛା କରୁଛନ୍ତି ପେସାଦାର ସୁପାରିକିଲର

Fri Jan 8 , 2021
ନବୀନ ନିବାସକୁ ଆସିଲା ବେନାମୀ ଚିଠି ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ଷଡ଼ଯନ୍ତ୍ରରେ ପେସାଦାର ସୁପାରି କିଲର୍‌ଙ୍କୁ ନିୟୋଜିତ କରାଯାଇଛି। ଏକେ-୪୭, ସ୍ବୟଂଚାଳିତ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଭୁବନେଶ୍ବରରେ ପହଞ୍ଚି ସାରିଛି। ଏହାର ମାଷ୍ଟରମାଇଣ୍ଡ ମହାରାଷ୍ଟ୍ର ଵାଘାପୁରର। ନବୀନଙ୍କୁ ହତ୍ୟା କରିବା ଲାଗି ବାରମ୍ବାର ପିଛା କରୁଛନ୍ତି। ସୁଯୋଗ ମିଳିଲେ, ହତ୍ୟା କରିବେ। ଗତ ୪ ତାରିଖରେ […]
CM Nabin Patnaik

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial