କୋଭିଡ କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ: ପରେଡ଼ରେ ଯୋଗ ଦେବେ ୧୮ଟି ଦଳ

ସାଧାରଣତନ୍ତ୍ର ଦିବସ

ସାମିଲ ହେବେନି ଛାତ୍ରଛାତ୍ରୀ ଓ ବେସାମରିକ ବାହିନୀ

ଭୁବନେଶ୍ବର : ଚଳିତ ବର୍ଷ କୋଭିଡ୍‌ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ଼୍‌ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି। ଏହାସହିତ ଗତବର୍ଷ ସ୍ବାଧୀନତା ଦିବସରେ ଯେପରି କରୋନା ଯୋଦ୍ଧାଙ୍କୁ ଆଗଧାଡ଼ିରେ ବସିବାକୁ ଆମନ୍ତ୍ରଣ କରାଯାଇଥିଲା, ସେହିପରି ଭାବେ ଏଥରକ ଗଣତନ୍ତ୍ର ଦିବସରେ ବି ଆମନ୍ତ୍ରଣ କରାଯିବ। ସାଧାରଣ ଜନତା ପରେଡ଼୍‌ ପଡ଼ିଆ ନ ଆସି ଟେଲିଭିଜନ୍‌ ମାଧ୍ୟମରେ ରାଜ୍ୟସ୍ତରୀୟ ପରେଡ଼ ଉତ୍ସବ ଦେଖିପାରିବେ। ଗତକାଲି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରେଡ଼୍‌, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ୍‌, ଫାଷ୍ଟଏଡ଼୍‌ ଓ ଆମ୍ବୁଲାନ୍‌ସ୍‌ ସେବା ଆଦି ବିଭିନ୍ ବିଷୟ ଉପରେ ଆଲୋଚନା ହୋଇଛି। ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବେ। ବେସାମରିକ ବାହିନୀ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପରେଡ଼୍‌ରେ ସାମିଲ କରାଯିବ ନାହିଁ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍‌ ମହାନ୍ତି, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ରାଜ୍ୟରେ ଟିକାକରଣ ପ୍ରସ୍ତୁତି : ଆଜି ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

Fri Jan 8 , 2021
ଭୁବନେଶ୍ବର : ଆଜି ରାଜ୍ୟରେ ଟିକାକରଣ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍(ପ୍ରାକ୍ ଅଭ୍ୟାସ) କରାଯିବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ନଗର ନିଗମରେ ଡ୍ରାଏ ରନ୍ କରାଯିବ। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ମେଡିକାଲ କଲେଜ କିମ୍ବା ଘରୋଇ ମେଡିକାଲରେ ଡ୍ରାଏ ରନ୍‌ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ପୌର କର୍ତୃପକ୍ଷ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ […]
ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ଆଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial