ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ: ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଅଞ୍ଚଳରେ ଥିବା ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗି ସେଥିରେ ଗଚ୍ଛିତ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଓ ରାଜକନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଗୋଦାମରେ ଥିବା କୌଣସି ସାମଗ୍ରୀ ଉଦ୍ଧାର କରି ପାରିନାହାନ୍ତି। ଏଣେ ଧାନ ଗୋଦାମରେ ନିଆଁଲାଗି ଦୁଇ ହଜାରରୁ ଅଧିକ ଧାନ ବସ୍ତା ପୋଡ଼ି ପାଉଁଶ ହୋଇଯାଇଛି।

Share Now:

Kalinga News Beuro

Next Post

ପରଲୋକରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କି

Sat Jan 9 , 2021
ଅହମଦାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କିଙ୍କର ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ୧୯୨୭ ମସିହା ଜୁଲାଇ ୩୦ରେ ଜନ୍ମିତ ସୋଲଙ୍କି ୧୯୭୬ରେ ସ୍ୱଳ୍ପ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ୧୯୮୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲେ। ଏହି ସମୟରେ ସୋଲଙ୍କି ସାମାଜିକ ଓ ଆର୍ଥିକ ପଛୁଆବର୍ଗଙ୍କ ନିମନ୍ତେ […]
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial