ରାଜଧାନୀରେ ଆଜି ପହଞ୍ଚିବ କରୋନା ଟିକା

ଭୁବନେଶ୍ବରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର : ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟୀକାକରଣ ଆରମ୍ଭ ହେଉଥିବାବେଳେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ ହୋଇଛି। ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ଟିକା ପହଞ୍ଚିବାର ସମ୍ଭାବନା ରହିଛି। ପୁଣେରୁ ପ୍ରାୟ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସିଛି। ଆଜି ଭୋର ୫ଟା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସ୍ବତନ୍ତ୍ର ଉତ୍ତାପ ନିୟନ୍ତ୍ରିତ ଟ୍ରକରେ ଟିକା ଏୟାରପୋର୍ଟକୁ ନିଆଯାଇଥିଲା। ସେଠାରେ ଟିକାଥିବା ସ୍ବତନ୍ତ୍ର କଣ୍ଟେନର ମାଧ୍ୟମରେ ଦେଶର ବିଭିନ୍ନ ସହରକୁ ପଠାଯାଇଛି। ଆଜି ପଠାଯାଇଥିବା ସହର ମଧ୍ୟରେ ରହିଛି ଭୁବନେଶ୍ବର, ଦିଲ୍ଲୀ, ଅହମଦାବାଦ, କୋଲକାତା, ଚେନ୍ନାଇ, ବାଙ୍ଗାଲୁରୁ, କର୍ନାଲ, ହାଇଦ୍ରାବାଦ, ବିଜୟୱାଡ଼ା, ଗୁଆହାଟୀ,ଲକ୍ଷ୍ନୌ ଓ ଚଣ୍ଡିଗଡ଼। ଏୟାରଇଣ୍ଡିଆ କାର୍ଗୋ ବିମାନ ଯୋଗେ ଏସବୁ ଟିକା ପଠାଯାଉଛି। ତେବେ ପୁନେରୁ ମୁମ୍ବାଇକୁ ଯିବାକୁ ଥିବା ଟିକା ସଡ଼କ ପଥରେ ପଠାଯିବ। କୁଲ-ଏକ୍ସ କୋଲ୍ଡ ଚେନ ଲିଃର ସ୍ବତନ୍ତ୍ର ଟ୍ରକ ଯୋଗେ ଏସବୁ ଟିକା ପଠାଯିବ। ମିଳିଥିବା ସୂଚନା ଅନୁସାରେ ପୁନେ ଏୟାରପୋର୍ଟରୁ ସ୍ପାଇଶ ଜେଟ ବିମାନ ଯୋଗେ ଭୁବନେଶ୍ବରକୁ ଟିକା ଆସିବ।

Share Now:

Kalinga News Beuro

Next Post

ସ୍କୁଲ ଫି’ ଛାଡ଼କୁ ନେଇ ଅକଳରେ ସରକାର

Tue Jan 12 , 2021
ପ୍ରସ୍ତାବିତ ଫି’ ଲାଗୁ ହେଲେ କୋର୍ଟ ଯିବେ ବିରୋଧୀ ଭୁବ‌ନେଶ୍ବର : ସ୍କୁଲ ଫି’ ଛାଡ଼ ହେବ କି ନାହିଁ? ଯଦି ହେବ, ‌ତେବେ କେତେ? ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ଏମ୍‌ଓୟୁ ଆଧାରରେ ଫି’ ଛାଡ଼ କରାଯିବ? ନା ଆଉ କିଛି ପନ୍ଥା ଆପଣାଇବେ? ସ୍କୁଲ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଗତକାଲି ହାଇକୋର୍ଟଙ୍କ ରାୟ ଆସିବା ପରେ ଏବେ ଅକଳରେ ରାଜ୍ୟ ସରକାର। କେଉଁ ଆଧାରରେ […]
ସ୍କୁଲ ଫି’ ଛାଡ଼କୁ ନେଇ ଅକଳରେ ସରକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial