ଆଜି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା (କଳାହାଣ୍ଡି) ଗସ୍ତ : ଜୋର୍‌ଦାର ପ୍ରସ୍ତୁତି

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା (କଳାହାଣ୍ଡି) ଗସ୍ତ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ପୂର୍ବାହ୍ଣ ୧୧ଟା ୨୫ ମିନିଟ୍‌ରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ କନକପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସାଢ଼େ ୧୧ ଟାରେ ସଭା ସ୍ଥଳରେ ପହଞ୍ଚି ୨୦୮୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ କନକପୁରରୁ ଭୁବନେଶ୍ୱର ଫେରିଯିବେ ବୋଲି ସୂଚନା ମିଳିଛି। କୋଭିଡ୍‌ ତାଲାବନ୍ଦ ପରଠାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜିଲ୍ଲା ଗସ୍ତ। ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସଭାସ୍ଥଳରେ ୨୫୦୦ ‌ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ପାଇଁ ୨୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଏହି କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ସବୁ ପଞ୍ଚାୟତରେ ଟିଭି ସ୍କ୍ରିନ ଜରିଆରେ ଦେଖିବା ବ୍ୟବସ୍ଥା କରାଯାଇଛି। ୭୫୬ କୋଟି ବ୍ୟୟ ଅଟକଳରେ ଉଦଘାଟନ ହେବା ପାଇଁ ଥିବା ମେଗାଲିଫ୍ଟ ପ୍ରକଳ୍ପ ସୁନାମାଲ ଠାରେ ଆରମ୍ଭ ହୋଇଥିବା କେନାଲରେ ୨୦୦୦ ହଜାର ଚାଷୀ ଓ ମହିଳା ପ୍ରଥମ କେନାଲ ପାଣିରେ ଫୁଲ ପକାଇବାର ବ୍ୟବସ୍ଥା ହୋଇଛି। ଏହି ମେଗାଲିଫ୍ଟ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ୮ଟି ପମ୍ପ ମାଧ୍ୟମରେ ୪ କିଲୋମିଟର ୭୦୦ ମିଟର ଗଲାପରେ ସୁନାମାଲ ଠାରୁ କେନାଲ ଆରମ୍ଭ ହେବ। ଏହି କେନାଲ ୪୩.୨୬ କିଲୋମିଟର ଲମ୍ବ ରହିଛି। ଏହାଦ୍ବାରା ୨୫୨୭୫ ହେକ୍ଟର ଚାଷଜମିରେ ଜଳସେଚିତ ହେବ। ଜୟପାଟଣା ବ୍ଲକ୍‌ର ୧୨ ଟି ପଞ୍ଚାୟତ, କୋକସରା ବ୍ଲକର ୧୫ ଟି ପଞ୍ଚାୟତ ଓ ଧର୍ମଗଡ଼ ବ୍ଳକର ୧୧ ଟି ପଞ୍ଚାୟତ ସମେତ ୩୮ ଟି ପଞ୍ଚାୟତରେ ଜଳସେଚନ ହେବ। ଆଜି ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ତଦାରଖ କରିଥିଲେ। ୨୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସାଂସ୍କୃତିକ ଦଳ ମଧ୍ୟ ପହଞ୍ଚିଛନ୍ତି। ୨୫୦୦ କୋଭିଡ ନେଗେଟିଭ ଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି।

Share Now:

Kalinga News Beuro

Next Post

୨୧ରୁ ତୋଷାଳି ମେଳା: ୧୫ ଦିନ ଧରି ଚାଲିବ, ୨୫୦ ଷ୍ଟଲ ପଡ଼ିବ

Thu Jan 14 , 2021
ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ। ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ […]
୨୧ରୁ ତୋଷାଳି ମେଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial