ଜି-୭ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

ନୂଆଦିଲ୍ଲୀ : ଆସନ୍ତା ଜୁନ ମାସରେ ବ୍ରିଟେନରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ବିକଶିତ ଦେଶଙ୍କ ସଂଗଠନ ହେଲା ଜି-୭। ଏହାର ସଦସ୍ୟ ହେଲେ ବ୍ରିଟେନ, ଫ୍ରାନ୍ସ,କାନାଡା, ଜର୍ମାନୀ,ଆମେରିକା, ଇଟାଲି ଓ ଜାପାନ। ଏହା ସହିତ ୟୁରୋପୀୟ ସଂଘ ମଧ୍ୟ ଜି-୭ର ସଦସ୍ୟ ରହିଛି। ଏଥର ଜି-୭ ସମ୍ମିଳନୀରେ ଅତିଥି ହିସାବରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆମନ୍ତ୍ରଣ କରାଯାଇଛି। ଜି-୭ ସମ୍ମିଳନୀ ପୂର୍ବରୁ ମଧ୍ୟ ଜନସନ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଭାରତର ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାକୁ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତ ଆସିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ବ୍ରିଟେନରେ କୋରନା ଭୁତାଣୁ ମାଡ଼ିଚାଲିଥିବାରୁ ଜନସନ ନିଜର ଗସ୍ତକୁ ସ୍ଥଗିତ ରଖିଥିଲେ।

Share Now:

Kalinga News Beuro

Next Post

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ : ଜଣେ ଅଟକ

Mon Jan 18 , 2021
ବିଜେପିକୁ ଟାର୍ଗେଟ୍ କଲେ ପିସିସି ସଭାପତି ଭୁବନେଶ୍ବର/ କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ମାଧପୁରର ସଂଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖିବା ସହ ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଟାଉନ ଥାନା ଆଇଆଇସି ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି। ଏଣେ ଏହି ଘଟଣାରେ […]
ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial