ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ : ଜଣେ ଅଟକ

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣା

ବିଜେପିକୁ ଟାର୍ଗେଟ୍ କଲେ ପିସିସି ସଭାପତି

ଭୁବନେଶ୍ବର/ କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ମାଧପୁରର ସଂଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖିବା ସହ ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଟାଉନ ଥାନା ଆଇଆଇସି ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି। ଏଣେ ଏହି ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ଜାଣି ମୁଁ ବିସ୍ମିତ। ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ରାଜ୍ୟରେ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରୁଥିବାରୁ ଏବଂ ବିଜେପିର ନୀତି ବିରୁଦ୍ଧରେ କହୁଥିବାରୁ ବିଜେପି ପାଇଁ ଏହା ପ୍ରତିବନ୍ଧକ ସାଜିଛି। କାହିଁକି ଆପଣଙ୍କ ଦଳ ଏଭଳି ଭୀରୁ ଭଳି ବ୍ୟବହାର କରୁଛି ? ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ପୁରୁନ୍ଦେଶ୍ୱରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ସେ।

ସୂଚନାଯୋଗ୍ୟ, କେନ୍ଦୁଝର ସହରର କାଶୀପୁର ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓଙ୍କୁ ମାଡ଼ ମାରିଥିଲେ। ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ରାଜେଶ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Share Now:

Kalinga News Beuro

Next Post

ଗୁମର ଖୋଲୁଛି କିଡ୍‌ନି ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ : ପଶ୍ଚିମବଙ୍ଗ ଲିଙ୍କ୍‌ର ସୁରାକ୍ ପାଇଲା ପୁଲିସ

Mon Jan 18 , 2021
ହିମାଂଶୁର ଗୁଡ଼ିଆ ପୋଖରୀ ସୋ’ରୁମ୍ ସିଲ୍ ଭୁବନେଶ୍ବର : ପୁଲିସ ରିମାଣ୍ଡରେ ଥିବା ବହୁଚର୍ଚ୍ଚିତ କିଡ୍‌ନି ଠକେଇ ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ ଭୂଷଣ ନନ୍ଦକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଦୁଇ ଦିନ ଧରି ତାକୁ ତନାଘନା ଜେରା କରୁଛି। ଆଉ ଜେରାବେଳେ ସେ ଧୀରେ ଧୀରେ ଏହି ଠକେଇ କାରବାରର ଗୁମର ଖୋଲିବାରେ ଲାଗିଛି। ଆଜି ଦୀର୍ଘ ସମୟ ଧରି ହୋଇଥିବା ଜେରାରେ ପୁଲିସ ରାଜ୍ୟ ବାହାରର ଲିଙ୍କ୍‌ର ପ୍ରମାଣ […]
କିଡ୍‌ନି ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial