ଓଡିଶା ପାଇଁ ଗର୍ବ: ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ

ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ

ଶକ୍ତିଶାଳୀ ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଅ

ଭୁବନେଶ୍ବର : ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ। ସେ ଏବେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଅଛନ୍ତି। ବିଶ୍ବର ଅନ୍ୟତମ ଶକ୍ତିଶାଳୀ ପ୍ରତିରକ୍ଷା ବାହିନୀ ଭାରତୀୟ ସେନାର ୨ୟ ସର୍ବୋଚ୍ଚ ପଦବୀ ମଣ୍ଡନ କରିବାରେ ସେ ହେବେ ପ୍ରଥମ ଓଡ଼ିଆ। ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ମୂଳତଃ ଜଗତସିଂହପୁର ଜିଲ୍ଲାର ଅଧିବାସୀ। ସେ ଡେରାଡୁନର ଆରଆଇଏମସିରୁ ସେନା ଟ୍ରେନିଂ ଶେଷ କରିଥିଲେ। ପରେ ଏନଡିଏରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି। ସେନା ଉପମୁଖ୍ୟ ଭାବେ ସେ ଏସ କେ ସାଇନିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ସାଇନି।

Share Now:

Kalinga News Beuro

Next Post

ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା: ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ

Mon Jan 18 , 2021
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ସୋମାନଥ ଖିଲ ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ବେଳେ ପରିବାରର ପ୍ରତିପୋଷଣ ପାଇଁ ନିଜର ଚାରି ମାସର ଶିଶୁକୁ ବିକ୍ରି କରିଦେଇଥିଲା ମା’। ତେବେ ଏହି ଘଟଣା ସାରା ଜିଲ୍ଲା ଏବଂ ରାଜ୍ୟକୁ ଚର୍ଚ୍ଚାର ପରିଧିକୁ ଆଣିଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ଏବଂ ଚାଇଲ୍ଡ ଲାଇନ […]
ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial