ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା: ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ

ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ସୋମାନଥ ଖିଲ ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ବେଳେ ପରିବାରର ପ୍ରତିପୋଷଣ ପାଇଁ ନିଜର ଚାରି ମାସର ଶିଶୁକୁ ବିକ୍ରି କରିଦେଇଥିଲା ମା’। ତେବେ ଏହି ଘଟଣା ସାରା ଜିଲ୍ଲା ଏବଂ ରାଜ୍ୟକୁ ଚର୍ଚ୍ଚାର ପରିଧିକୁ ଆଣିଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ଏବଂ ଚାଇଲ୍ଡ ଲାଇନ ତତ୍ପରତା ଦେଖାଇ ବିକ୍ରି ହୋଇଥିବା ଶିଶୁକୁ ଖୋଜିବା ସହ ପତ୍ନୀ କୁନି ଖିଲ ଓ ଝିଅକୁ ବୃଦ୍ଧାଶ୍ରମରେ ରଖିଥିଲା। ଅନ୍ୟ ତିନି ଜଣ ସନ୍ତାନକୁ କୁନି ଖିଲ ପୋଷିପାରିବ ନାହିଁ ବୋଲି ମନା କରିବା ପରେ ପ୍ରଶାସନ ତାକୁ ଶିଶୁ ଗୃହରେ ରଖିଛି। ତେବେ ବିକ୍ରି ହୋଇଥିବା ଶିଶୁକୁ କୁଡୁମୁଲୁଗୁମ୍ମାର ହାଟପଦା ସାହିରେ ବାସ କରୁଥିବା ବନମାଳି ଖିଲଙ୍କ ଘରୁ ଉଦ୍ଧାର କରାଯାଇଥିଲା। ସେଠାରୁ ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଶିଶୁର ସମସ୍ତ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର କହିବା ପରେ ତାକୁ ତା ମାଆ କୁନି ଖିଲକୁ ହସ୍ତାନ୍ତର କରାଯାଇଛି। ପ୍ରଥମେ କୁନି ପିଲାକୁ ନେବାକୁ ଅମଙ୍ଗ ହେଉଥିଲା। ପରେ ଯଦି ସେ ନନେବ ତେବେ ସରକାର ତାକୁ ନିଜର ସୁରକ୍ଷାରେ ରଖିବେ ବୋଲି କହିବା ପରେ ସେ ପୁଅକୁ ନେବାକୁ ରାଜି ହୋଇଥିଲା। ଆଜି ପୁଅକୁ କୁନିକୁ ହସ୍ତାନ୍ତର କଲାବେଳେ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ,ସୁଦର୍ଶନା ରାଉତ,ମେଡିକାଲ ମ୍ୟାନେଜର ସୁଶାନ୍ତ ଶେଖର ପଣ୍ଡିତ,ଡାକ୍ତର ଶୁଶ୍ରୀ ରାୟ,ନିବେଦିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ: ବ୍ରିସ୍‌ବେନ୍ ମ୍ୟାଚ୍ ଜିତି ରେକର୍ଡ କଲା ଭାରତ

Tue Jan 19 , 2021
ବ୍ରିସ୍‌ବେନ୍‌: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି […]
ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial