ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ: ବ୍ରିସ୍‌ବେନ୍ ମ୍ୟାଚ୍ ଜିତି ରେକର୍ଡ କଲା ଭାରତ

ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ

ବ୍ରିସ୍‌ବେନ୍‌: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି ଖେଳି ଭାରତକୁ ଏହି ଐତିହାସିକ ବିଜୟ ଦେଇଛନ୍ତି। ୩୨୮ ରନ୍‌ର ଟାର୍ଗେଟ୍ ପୂରା କରିବା ପରେ ଗାୱାରେ ସବୁଠାରୁ ଅଧିକ ରନ୍‌କୁ ଚେଜ୍ କରିବାର ରେକର୍ଡ କରିଛି ଭାରତ। ଅନ୍ୟପଟେ ଟେଷ୍ଟ ଇତିହାସରେ ଭାରତ ତୃତୀୟ ଥର ପାଇଁ ସବୁଠାରୁ ଅଧିକ ରନ୍‌ ଚେଜ୍ କରି ଜିତିବାର ସକ୍ଷମ ହୋଇଛି। ସୂଚନା ଥାଉକି ଅଷ୍ଟ୍ରେଲିଆ ବିଗତ ୩୩ ବର୍ଷ ମଧ୍ୟରେ ଗାୱା ଫିଲ୍ଡରେ ମ୍ୟାଚ୍ ହାରି ନଥିଲା।

କିନ୍ତୁ ୩୩ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆକୁ ପରାଜୟର ସ୍ୱାଦ ଚଖାଇଛି। ୩୨୮ ରନର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନହରାଇ ୪ ରନ୍ କରିଥିଲା। ହେଲେ ପଞ୍ଚମ ପାଳିରେ ଆରମ୍ଭରୁ ହିଁ ଖରାପ ପ୍ରଦର୍ଶନ କରିଥିଲା ଭାରତ। ପ୍ରଥମେ ରୋହିତ୍ ଶର୍ମା(୭) ପେଟ୍‌ କମିନ୍ସଙ୍କ ଶିକାର ହେବା ପରେ ଭାରତ ନିରଷ ପଡୁଥିବା ଦେଖାଯାଇଥିଲା। ଅନ୍ୟପଟେ ବିଜୟ ନେଇ ଅଷ୍ଟ୍ରେଲିଆ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥିଲା। କିନ୍ତୁ ଚେତେଶ୍ୱର ପୂଜାରା ଓ ଯୁବ ଓପ୍ନର ଶୁବମନ୍ ଗିଲଙ୍କ ଯୋଡ଼ି ମ୍ୟାଚ୍‌କୁ ପୁଣି ଦୃଢ଼ ସ୍ଥିତିକୁ ନେଇ ଆସିଥିଲେ। ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ଶୁବମନ ଗିଲ୍ ଦ୍ରୁତ ରନ୍ ସଂଗ୍ରହ କରିଚାଲିଥିଲେ। ମଧ୍ୟାହ୍ନ ଭୋଜନ ବ୍ରେକ୍ ସୁଦ୍ଧା ଦୁଇ ଖେଳାଲି ଉତ୍ତମ ବ୍ୟାଟିଂ ପ୍ରଦର୍ଶନ ଜାରି ରଖି ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ହୋଇଥିଲେ। ବ୍ରେକ୍ ପୂର୍ବରୁ ଗିଲ୍ ନିଜର ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ବ୍ରେକ୍‌ ପରେ ଗିଲ୍ ପୂର୍ବଠାରୁ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ରନ୍ ଗତିକୁ ବଢ଼ାଇଥିଲେ। ଷ୍ଟାର୍କଙ୍କ ଗୋଟିଏ ଓଭରରେ ଗିଲ୍ ଛକା ଓ ଚୌକା ଉଡ଼ାଇଥିଲେ। ଶତକ ହାସଲ ପାଇଁ ମାତ୍ର ୯ ରନ ଥିଲା ବେଳେ ଭୁଲ୍ ଶଟ୍ ଖେଳି ଆଉଟ ହୋଇଥିଲେ। ମାତ୍ର ୯୧ ରନ୍ କରି ନାଥନ ଲିୟନଙ୍କ ବଲ୍‌ରେ ଆଉଟ ହୋଇଥିଲେ ଗିଲ୍। ସେତେବେଳେ ଭାରତର ସ୍କୋର ୧୩୨ ରନ ହୋଇଥିଲା। ତେବେ ଆଉଟ୍ ପୂର୍ବରୁ ପୂଜାରାଙ୍କ ସହ ମିଶି ୧୧୪ ପାଟନର୍ସିପ ରନ୍‌ କରିଥିଲେ। ଗିଲଙ୍କ ପରେ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ ପଡ଼ିଆକୁ ଓହ୍ଲାଇଥିଲେ। ରାହାଣେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ତେବେ ମାତ୍ର ୨୨ ବଲରେ ୨୪ ରନ୍ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ୱିକେଟ୍ କିପର ଟିମ୍ ପେନ ରାହାଣେଙ୍କ କ୍ୟାଚ୍ ଧରିଥିଲେ। ମାତ୍ର ୩୫ ରନ୍ ଭିତରେ ୨ଟି ୱିକେଟ୍ ହରାଇବା ପରେ ଭାରତର ଆଶା ଆଶଙ୍କା ରହିଥିବା ବେଳେ ଅଷ୍ଟ୍ରେଲିଆ ମ୍ୟାଚ ମନବଳ ଦୃଢ଼ ହୋଇଥିଲା। ହେଲେ ପନ୍ତଙ୍କ ଏଣ୍ଟ୍ରି ଅଷ୍ଟ୍ରେଲିଆର ଆଶା ପୁଣିଥରେ ଆଶଙ୍କାର ବଦଳାଇ ଦେଇଥିଲେ। ପୁଣିଥରେ ବିଜୟ ପଥକୁ ଫେରିଥିଲା ଟିମ୍‌ ଇଣ୍ଡିଆ। ଏହାପରେ ପୂଜାରା ଓ ପନ୍ତ ମିଶି ଚତୁର୍ଥ ୱିକେଟ୍ ପାଇଁ ୬୧ ରନ୍‌ର ପାର୍ଟନରଶିପ୍ କରିଥିଲେ। ମ୍ୟାଚ୍ ଜିତିବା ପାଇଁ ଆଉ ୧୦୦ ରନ୍ ବାକି ଥିବା ବେଳେ ଭାରତକୁ ପୁଣି ଏକ ଝଟ୍‌କା ଦେଇଥିଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ। କମିନ୍ଶଙ୍କ ଇନସୁଇଂ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ ପୂଜାରା। ପୂଜାରା ୨୧୧ ବଲ୍ ଖେଳି ୭ ଚୌକା ସହ ଦଳ ପାଇଁ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ ମାତ୍ର ୯ ରନ୍ କରିବାରେ ସକ୍ଷମ ହୋଇଥିଲେ। ଏହି ସମୟରେ ଭାରତ ପାଇଂ ସଂକଟ ମୋଚନ ହୋଇଥିଲେ ୱାଶିଂଟନ୍ ସୁନ୍ଦର। ସେ ପୁଣି ଏକ ଜବରଦସ୍ତ ଇନିଂସ୍ ଖେଳି ଭାରତର ବିଜୟ ରଥକୁ ଆଉ ଟିକେ ଆଗକୁ ନେଇଯାଇଥିଲେ। ପନ୍ତ ଓ ସୁନ୍ଦର ମିଶି ଷଷ୍ଠ ୱିକେଟ୍ ପାଇଁ ୫୩ ରନ କରିସାରିଥିଲେ, ହେଲେ ପୁଣି ଥରେ ରିଭର୍ସ ସୁଇପ୍ ଖେଳିବା ପ୍ରୟାସରେ ଲିୟନଙ୍କ ବଲରେ ବୋଲ୍ଡ ହୋଇଥିଲେ ସୁନ୍ଦର(୨୨)। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ବିଜୟ ରଥକୁ ରୋକିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲା ଅଷ୍ଟ୍ରେଲିଆ। ମଝିରେ ମଝିଏ ୱିକେଟ୍ ନେଇ ଭାରତକୁ ହରାଇବାକୁ ଯଥା ସମ୍ଭବ ପ୍ରୟାଶ କରିଥିଲା। ହେଲେ ଶେଷରେ ଭାରତର ହିଁ ବିଜୟ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପେଟ୍‌ କମିନ୍ସ ୪ଟି ଲିକେଟ୍ ନେଇଥିବା ବେଳେ ନାଥନ ଲିୟନ୍ ୨ଟି ଓ ହେଜଲଉଡ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Share Now:

Kalinga News Beuro

Next Post

ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

Tue Jan 19 , 2021
ପାରାଦ୍ୱୀପ: ପ୍ରକୃତିର ଚମତ୍କାର। ଆଳୁ ଗଛରେ ଫଳିଛି ଟମାଟୋ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା ୩ଟି ଆଳୁ ଗଛ ମଧ୍ୟରୁ ଗୋଟିକରେ ଉଭୟ ଆଳୁ ଓ ଟମାଟୋ ଫଳିଛି। ଅର୍ଥାତ୍ ମାଟିତଳେ ଆଳୁ ଫଳିଥିବା ବେଳେ ଗଛର ଦୁଇଟି ଶାଖାରେ ଦୁଇ ପେନ୍ଥା ଟମାଟୋ ଫଳିଛି। […]
ପ୍ରକୃତିର ଚମତ୍କାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial