କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ: କରୋନା ଟିକା ନେବା ପରେ ପୁଣି ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୪୦ବର୍ଷ ହୋଇଥିବା ବେଳେ ସେ ‌ଜ‌ାନୁଆରି ୧୯ରେ କରୋନା ଟିକା ନେଇଥିଲେ। ହେଲେ ଛାତିରେ ଯନ୍ତ୍ରାଣା ହେବାରୁ ଆଜି ସକାଳ ୫ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ କରୋନା ଟିକା ପାଇଁ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ‌ଜ‌ାନୁଆରି ୧୯ ତାରିଖ ଦିନ ୧୧ଟା ୩୦ରେ ସ୍ୱାସ୍ଥ୍ୟ କର୍ମୀଜଣକ ନିର୍ମଳ ଜିଲ୍ଲାର କୁନ୍ତଳା ପିଏଚସିରେ କରୋନା ଟିକା ନେଇଥିଲେ। ପ୍ରଥମେ ସବୁ କିଛି ଠିକ ଥିବା ବେଳେ ରାତି ୨ଟା ୩୦ରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ଜାନୁଆରି ୨୦ ସକାଳ ୫ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ କାରଣ ଜାଣିବା ପାଇଁ ଜିଲ୍ଲା ଏଇଏଫଆଇ କମିଟି ଏହାର ଯାଞ୍ଚ କରୁଛି ଏବଂ ରିପୋର୍ଟ ମିଳିବା ପରେ ଜିଲ୍ଲା ଏଇଏଫଆଇ ରାଜ୍ୟ ଏଇଏଫଆଇ କମିଟିରେ ଦାଖଲ କରିବ। ପରେ ରାଜ୍ୟ ଏଇଏଫଆଇ କମିଟି ଜିଲ୍ଲା ଏଇଏଫଆଇ ଦେଇଥିବା ରିପୋର୍ଟ ସମୀକ୍ଷା ପାଇଁ କେନ୍ଦ୍ରୀୟ ଏଇଏଫଆଇ କମିଟିକୁ ପ୍ରଦାନ କରିବ।

Share Now:

Kalinga News Beuro

Next Post

ସାଲେପୁରରେ ଚାଞ୍ଚଲ୍ୟ: ମୁହଁ, ଗୋଡ଼ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ

Wed Jan 20 , 2021
ସାଲେପୁର: ସାଲେପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାର ମୁହଁ ଓ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ନାବାଳିକାର ମା’ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ପୀଡ଼ିତାର ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ତାଙ୍କ ବାପାମା’ କାମ କରିବାକୁ ପ୍ରାୟତଃ ବା‌ହାରକୁ ଯାଇଥା’ନ୍ତି। ଗତ ୧୬ ତାରିଖରେ ଉଭୟଙ୍କ ଅନୁପସ୍ଥିତର ସୁଯୋଗ ନେଇ […]
ସାଲେପୁରରେ ଚାଞ୍ଚଲ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial