ଦକ୍ଷତା ବିକାଶ ମୁଖ୍ୟ ସୁବ୍ରତ ବାଗଚୀ ଓ କୃଷି ସଚିବଙ୍କ ମାଲକାନଗିରି ଗସ୍ତ

ସୁବ୍ରତ ବାଗଚୀ ଓ କୃଷି ସଚିବଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗ୍‌ଚୀ ଏବଂ କୃଷି ସଚିବ ସୌରଭ ଗର୍ଗ ଆଜି ମାଲକାନଗିରି ଗସ୍ତରେ ଆସି ପ୍ରଥମେ ଚିତ୍ରକୋଣ୍ଡା ଯାଇଥିଲେ। ସେଠାରେ କୃଷି ଉଦ୍ୟାନ ବିଭାଗର ଜୈବ ପରିବେଶ ଏବଂ ଏଠାରେ କିପରି ବିଭିନ୍ନ କୃଷି ଜାତ ଦ୍ରବ୍ୟକୁ ନେଇ ଜାତୀୟ ସ୍ତରରେ ଉପସ୍ଥାପନ କରାଯାଇପାରିବ ଏବଂ ବିଶେଷକରି ମିଲେଟ ମିଶନକୁ ଆଗ୍ରାଧିକାର ଦିଆଯିବ ସେନେଇ ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ସେହିପରି ପରେ ଆଇଟିଆଇ କେନ୍ଦ୍ର ପରିଦର୍ଶନ କରି ଏଠାରେ ଚାଲୁଥିବା କାର୍ଯ୍ୟକୁ ଭୃୟସୀ ପ୍ରଶଂସା କରିଥିଲେ।

ଶ୍ରୀ ବାଗଚୀ ଯେତେବେ ୨୦୧୬ ମସିହାରେ ମାଲକାନଗିରି ଗସ୍ତ କରି ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ, ସେତେବେଳେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା ବୋଲି କହିଥିଲେ। ଆସନ୍ତା ୫ ବର୍ଷ ମଧ୍ୟରେ ଦକ୍ଷତା ବିକାଶ କେନ୍ଦ୍ର ଦ୍ବାରା କୃଷିକୁ ଆପଣାର କରିପାରିବା ତଥା କୃଷି ଓ ଦକ୍ଷତାକୁ ଏକାକିକରଣ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ସହ ବିଚାରମିମର୍ଷ ଚାଲିଛି। ମିଲେଟ ମିଶନକୁ ନେଇ ଏକ ସମନ୍ବୟ ବିକାଶ ହେବ ସେନେଇ କାର୍ଯ୍ୟ କରାଯିବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ। ମାଲକାନଗିରି ଆଗାମୀ ଦିନରେ ଏକ ଆଗୁଆ ଅଞ୍ଚଳ ହୋଇ ବାହାରିବ ଏବଂ ଦେଶରେ ନାମ କରି ତାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ୱାଇ.ବିଜୟ, ପିଡି.ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସେରମ ଇନଷ୍ଟିଚ୍ୟୁଟରେ ନିଆଁ: ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ପହଞ୍ଚିଲା

Thu Jan 21 , 2021
ପୁଣେ: ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ଲାଗିଲା ନିଆଁ। ଟର୍ମିିନାଲ-୧ରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ କୋଠାଟି ନିର୍ମାଣାଧୀନ ଥିବାରୁ ଭିତରେ କେହି ଫସି ରହିନଥିବା ପ୍ରାଥମିକ ରିପୋର୍ଟରୁ […]
ସେରମ ଇନଷ୍ଟିଚ୍ୟୁଟରେ ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial