୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ

ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ। ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପିସିସି ସଭାପତି କହିଛନ୍ତି, ଦେଶରେ ଏବେ ସମ୍ବିଧାନର ସୁରକ୍ଷା ଜରୁରୀ ହୋଇପଡ଼ିଛି। ସେହିପରି ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ସବକା ସାଥ ସବକା ବିକାଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରାଯାଉଛି।

Share Now:

Kalinga News Beuro

Next Post

ଓଡ଼ିଶାର ୬ ଜଣଙ୍କୁ ପଦ୍ମ ସମ୍ମାନ : କଳା-ଭାସ୍କର୍ଯ୍ୟ, ଶିକ୍ଷା-ସାହିତ୍ୟ ଓ ସେବାର ୬ ପ୍ରଦୀପ

Tue Jan 26 , 2021
ଭୁବନେଶ୍ୱର : ଓଡିଶାରୁ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କଳା-ଭାସ୍କର୍ଯ୍ୟ, ଶିକ୍ଷା-ସାହିତ୍ୟ ଓ ସେବାର ପ୍ରତୀକ ଭାବରେ ଭାରତ ସରକାର ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ପଦ୍ମ ସମ୍ମାନ ପାଇ ଓଡିଶାକୁ ଗର୍ବିତ କରିଥିବା ଏହି ବିଶିଷ୍ଟ ବିଭୁତି ମାନଙ୍କ ବିଷୟରେ ସମ୍ୟକ ଆଲେଖ୍ୟ।ସୁୁଦର୍ଶନ ସାହୁ : ଏହି ପୁରସ୍କାର ଓଡ଼ିଶା ଓ ଭାରତବାସୀଙ୍କ ପାଇଁପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ହେବା ପରେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ତାଙ୍କ […]
ଓଡ଼ିଶାର ପଦ୍ମ ସମ୍ମାନ ବିଜେତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial