ଭୁବନେଶ୍ବର : ରାଜଧାନୀର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯେତେ ଯୋଜନା କରାଯାଉଛି, ସେସବୁ ଅଧାରୁ ଅକାମି ହୋଇପଡ଼ୁଛି। ରାଜଧାନୀର ଅସଜଡ଼ା ଟ୍ରାଫିକ୍ ବ୍ୟବସ୍ଥା ସୁଧୁରି ଆସିବା ବେଳକୁ ପୁଣି ବିଗିଡ଼ି ଯାଉଛି। କାରଣ ଏହି ବ୍ୟବସ୍ଥାର ସୁଧାର ଦାୟିତ୍ବ ବହନ କରୁଥିବା ଅଧିକାରୀ ହଠାତ୍ ବଦଳି ହୋଇଯାଉଛନ୍ତି। ୩ ବର୍ଷ ଭିତରେ ୩ ଜଣ ଟ୍ରାଫିକ୍ ଡିସିପି ବଦଳି ଥିବାରୁ ଏଭଳି ଅବ୍ୟବସ୍ଥା ଲାଗି ରହୁଛି। […]
ରାଜ୍ୟ
ଧଉଳି: ଓଲଟା ଭାବେ ଇଂରାଜୀ ବର୍ଣ୍ଣମାଳା ଡାକୁଛନ୍ତି। ଏମିତିକି ଶହେରୁ ୧ ଯାଏ ମଧ୍ୟ ନିର୍ଭୁଲ ଭାବେ କହୁଛନ୍ତି। ତାହା ପୁଣି ଖୁବ୍ ଅଳ୍ପ ସମୟ ଭିତରେ। ଖାଲି ସେତିକି ନୁହେଁ, ଭାରତର ୨୮ଟି ରାଜ୍ୟର ନାମ ସହିତ ରାଜଧାନୀର ନାମ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି। ତାଙ୍କର ଏହି ଚମତ୍କାର ପ୍ରତିଭା ପାଇଁ ନିକଟରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ ଓ ୱାର୍ଲଡ଼ ବୁକ ଅଫ ରେକର୍ଡ଼ […]
ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଏନ୍ସିଡିସିର ଲ୍ୟାବ୍, ଜମି ଚିହ୍ନଟ ଭୁବନେଶ୍ବର : ଆଉ କିଛି ବର୍ଷ ପରେ ଓଡ଼ିଶା ଅତ୍ୟାଧୁନିକ ଲ୍ୟାବ୍ର ହବ୍ ପାଲଟିଯିବ। ପୂର୍ବରୁ ଆର୍ଏମ୍ଆର୍ସି ଥିବା ବେଳେ ନିକଟରେ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟସ୍ତରୀୟ ଲ୍ୟାବ୍ ପାଇଁ ସରକାରୀ ଅନୁମୋଦନ ମିଳିଛି। ଆଗକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍ସିଡିସିର ଏକ ଶାଖା ଲ୍ୟାବ୍ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଅନ୍ଧାରୁଆରେ ଜାଗା ଚିହ୍ନଟ କାର୍ଯ୍ୟ […]
କଟକ: ନୂଆବଜାର ନେତାଜୀ ଖେଳ ପଡ଼ିଆକୁ ଭଡ଼ାରେ ଲଗାଯିବା ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ବିଧାୟକ ପାଣ୍ଠିରୁ ଗୋଟିଏ ପଟେ ପଡ଼ିଆର ଉନ୍ନତିକରଣ ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟପଟେ ବାହାଘର ପାଇଁ ଭଡ଼ା ଦିଆଯିବା ପରେ ଏବେ ପଡ଼ିଆ ସାରା ଗାତ ସୃଷ୍ଟି ହୋଇଛି। ବିଭିନ୍ନ ସାମଗ୍ରୀ ଏଣେତେଣେ ପଡ଼ି ପଡ଼ିଆରେ ଦୁର୍ଗନ୍ଧ ହେଉଛି। ଏହାକୁ ନେଇ ପଡ଼ିଆରେ ନିୟମିତ ଖେଳୁଥିବା […]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହିତ ବର୍ଷା ହୋଇଛି। ଭୁବନେଶ୍ବର, କଟକ, ବାଲେଶ୍ବର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ହୋଇଛି। ଏଥି ସହିତ ଜୋର୍ରେ ପବନ ହୋଇଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବରରେ ସନ୍ଧ୍ୟା ସାଢ଼େ ୭ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଛି। ବିଦ୍ୟୁତ୍ କାଟ୍ ହେବା […]
ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ଆୟୋଗ (ଏନ୍ସିପିସିଆର୍) ନିୟମ ମାନୁନାହାନ୍ତି ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ଆପତ୍ତି ଉଠାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିୟମ ଖିଲାପ କରୁଥିବା ଭୁବନେଶ୍ବର ୧୦ଟି ବିଦ୍ୟାଳୟକୁ ଭୁବନେଶ୍ବର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଉକ୍ତ ସ୍କୁଲ୍ଗୁଡ଼ିକ ହେଲା, ୟୁନିଟ୍-୨ସ୍ଥିତ ସେଣ୍ଟ ଯୋଶେଫ୍ ହାୟର୍ […]
ଅନିଶ୍ଚିତ ରୋଜଗାର, ମିଳୁନି ସର୍ବନିମ୍ନ ସୁବିଧା ଭୁବନେଶ୍ବର: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ। ହେଲେ ପ୍ରକୃତରେ କେତେ କାର୍ଯ୍ୟକାରୀ ହୁଏ, ତା’ର ତଦାରଖ ହୋଇପାରେନାହିଁ। ଖୋଦ୍ ରାଜଧାନୀରେ ହଜାର ହଜାର ଶ୍ରମିକ ଆଜି ବହୁ ମୌଳିକ […]
ସୁନ୍ଦରଗଡ଼ : ମଇ ୨ ତାରିଖରେ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନ ଠାରେ ସକାଳ ୯ ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆୟୋଜିତ ହେବ। ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଶୁଣାଣି କାର୍ଯ୍ୟକ୍ରମରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କର ସମସ୍ୟା, ଅଭିଯୋଗ ଆଦି ଉପସ୍ଥାପନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ […]
ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ୫ କୋଟି ୭୫ଲକ୍ଷ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ୱାର୍ଡ ନଂ ୫୧ ସୌଭାଗ୍ୟ ନଗର ଲେନ୍ ୩ ପେଭର୍ ବ୍ଲକ ରାସ୍ତା ନିର୍ମାଣ ପାଇଁ ୨.୯୨ କୋଟି, ୱାର୍ଡ ନଂ ୬୪ ଯଦୁପୁର କବରସ୍ଥାନ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୨୩ ଲକ୍ଷ ଟଙ୍କା, ୱାର୍ଡ ନଂ ୬୫ ଓ ୬୪ର ସ୍ମାର୍ଟ ଅର୍ବାନ ରୋଡ କାର୍ଯ୍ୟକ୍ରମ ଜରିଆରେ ରାମରହିମ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର […]
ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇପିଏସ୍ ପ୍ରତୀକ ସିଂ ଭୁବନେଶ୍ବରର ଡିସିପି ଦାୟିତ୍ବ ନେବାକୁ ଯାଉଛନ୍ତି। ଗତକାଲି ଆଇପିଏସ୍ସ୍ତରରେ ହୋଇଥିବା ଅଦଳବଦଳ ପ୍ରକ୍ରିୟାରେ ତାଙ୍କୁ ଏହି ପଦବି ଦାୟିତ୍ବ ମିଳିଛି। କନ୍ଧମାଳ, ମାଲକାନଗିରି ଭଳି ମାଓପ୍ରବଣ ଅଞ୍ଚଳରେ ଏସ୍ପି ଭାବେ ଦକ୍ଷତାର ସହ କାମ କରିଥିବା ପ୍ରତୀକ ବ୍ରହ୍ମପୁର ଏସ୍ପି ଦାୟିତ୍ବ ମଧ୍ୟ ସୂଚାରୁରୂପେ ତୁଲାଇଥିଲେ। ଗତ ଦୁଇ ବର୍ଷ ହେଲା ସେ କଟକ ଡିସିପି ଭାବେ କାମ କରିଛନ୍ତି। ଏବେ […]