୨୨ ଜଣିଆ ଟିମ୍‌ରେ କଟକର ୧୭ ପ୍ରତିଯୋଗୀ କଟକ: ଜାତୀୟ ଯୋଗାସନ ପ୍ରତିଯୋଗିତାରେ ରେକର୍ଡ ରଚିଛି ଓଡ଼ିଶା। କର୍ଣ୍ଣାଟକର ହାମ୍ପିରେ ହଟ୍‌ ଯୋଗ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡିଶାକୁ ମିଳିଛି ଦ୍ୱିତୀୟ ସ୍ଥାନ। ବିଭିନ୍ନ ବୟସ ବର୍ଗର ୨୨ ଜଣ ଖେଳାଳି ଭାଗ ନେଇଥିବା‌ବେଳେ ୧୯ ଜଣ ୧୧ ଟି ସ୍ଵର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨ […]

ଦୁବାଇ : ଆସନ୍ତା କାଲି ଅର୍ଥାତ ୨୭ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍। ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା। ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମହାମୁକାବିଲାକୁ ସାରା ବିଶ୍ବର କ୍ରିକେଟପ୍ରେମୀ ଚାହିଁ ରହିଥିବାବେଳେ ଭାରତୀୟ ଦଳର ଉପ-ଅଧିନାୟକ କେ.ଏଲ.ରାହୁଲ କହିଛନ୍ତି ଯେ ପାକିସ୍ତାନ ପରି ଏକ ଭଲ ଟିମ ବିପକ୍ଷରେ ଖେଳିବା […]

ହାରାରେ : ବିଜୟ ସହ ଆରମ୍ଭ ହୋଇଛି ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଗସ୍ତ। ଜିମ୍ବାଓ୍ବେର ହାରାରେଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୪୦ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ […]

ଅର୍ଥ ପାଇଁ ୫୦ ବର୍ଷ ବୟସରେ ଖୋଜୁଛନ୍ତି କାମ ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ତାରକା ଖେଳାଳି ବିନୋଦ କାମ୍ବଲି ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ସେ ଅର୍ଥ ଉପାର୍ଜନ ପାଇଁ ୫୦ ବର୍ଷ ବୟସରେ କାମ ଖୋଜିବା ସହ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ନିକଟରେ ମଧ୍ୟ ଯାଇ ପହଞ୍ଚିଛନ୍ତି। ବିନୋଦ କାମ୍ବଲି କହିଛନ୍ତି ଯେ, ତାଙ୍କ ବନ୍ଧୁ […]

ନୂଆଦିଲ୍ଲୀ: ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ପରସ୍ପରଠାରୁ ଅଲଗା ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ ଏହି ଦଳର ବରିଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ମତାନ୍ତର ହୋଇଥିବାର ଖବର କିଛିଦିନ ତଳେ ସାମ୍ନାକୁ ଆସିଥିବାବେଳେ ଏବେ ଖବର ଆସିଛି ଯେ ଆଇପିଏଲ ସିଜିନ-୧୫ପରଠାରୁ ଉଭୟଙ୍କ ମଧ୍ୟରେ ଆଉ କୌଣସି […]

ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନଟି ଭାରତ ପାଇଁ ସ୍ମରଣୀୟ ଦିନରେ ପରିଣତ ହେବାକୁ ଯାଉଛି। ଆଜି ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ। ନିଜର ପ୍ରଥମ ରାଜ୍ୟଗୋଷ୍ଠୀ ପଦାର୍ପଣରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ସେ ଭାରତ […]

ବର୍ମିଂହାମ : ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ପି.ଭି.ସିନ୍ଧୁ। ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ୩ୟ ସିଙ୍ଗଲ୍ସ ପଦକ ତଥା ପ୍ରଥମ ସ୍ବର୍ଣ୍ଣ ପଦକ। ସୋମବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିଲା। […]

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାର ଆଜି ଭାରତ ନ୍ୟୁଜିଲାଣ୍ଡକୁ ହରାଇ କାଂସ୍ୟ ପଦକ ଜିତିଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ବ୍ରୋଞ୍ଜ ପଦକ ପାଇଁ ନ୍ୟୁଜିଲାଣ୍ଡ ସହ ଲଢ଼ିଥିଲା ଓ କମନୱେଲଥ ଗେମ୍ସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଛି। ଆଜିର ମ୍ୟାଚରେ ଭାରତୀୟ ଦଳ ସୁଟଆଉଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ପ୍ରଥମେ ଭାରତ ନ୍ୟୁଜିଲାଣ୍ଡ […]

ନୂଆଦିଲ୍ଲୀ: ବ୍ରିଟେନର ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ, ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ମହିଳା କ୍ରିକେଟ୍ ଦଳକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ପ୍ରଥମ ପଦକ ହାସଲ କରି ପ୍ରଥମ ପଦକ ନିଶ୍ଚିତ କରିଛି। ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ୫ୱିକେଟ୍ ହରାଇ ୧୫୯ରନ୍ […]

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା। ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ଏକ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ପରେ ସେ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଗତ ଏପ୍ରିଲ […]

Social media & sharing icons powered by UltimatelySocial