ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମହାଲମାଣ୍ଡା ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ […]

ଭୁବନେଶ୍ୱର: କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପରିସରରେ ଏହି ଅତ୍ୟାଧୁନିକ କେନ୍ଦ୍ର ନିର୍ମାଣ କରାଯିବ। ଏହି ଅବସରରେ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଲେ ଯେ ଗତ ୧୦ ବର୍ଷ ମଧ୍ୟରେ […]

ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ, ସରକାରଙ୍କ ଖାତାକୁ ନେଲେନି ଭୁବନେଶ୍ୱର: ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ। ହେଲେ ସରକାରୀ ଖାତାକୁ ନେଲେ ନାହିଁ କିମ୍ବା ବ୍ୟବହାର ମଧ୍ୟ କଲେ ନାହିଁ। ବର୍ଷ ବର୍ଷ ପଡ଼ିବା ପରେ ଦଲାଲ ଲାଗିଗଲେ। ମୂଳ ମାଲିକଙ୍କ କାଗଜପତ୍ର ଜାଲ୍‌ କରି ସରକାରଙ୍କ ଜମିକୁ ବିକିଦେଲେ। ମୂଳ ମାଲିକ କ୍ଷତିପୂରଣ ‌ନେଇ ଚାଲିଗଲେ। ଦଲାଲ୍‌ କୋଟି କୋଟି ଟଙ୍କା ରୋଜଗାର କଲା। ଏହା […]

ଭୁବନେଶ୍ୱର: କୁଆଖାଇରେ‌ ବହୁ ପ୍ରତୀକ୍ଷିତ ବ୍ୟାରେଜ୍‌ ନିର୍ମାଣ ଆରମ୍ଭ ହୋଇଛି। ଭୂତଳ ଜଳସ୍ତର ବୃଦ୍ଧି ସହ ସହରକୁ ପାନୀୟ ଜଳ ଯୋଗାଣରେ ଏହା ପ୍ରମୁଖ ଭୁମିକା ନିର୍ବାହ କରିବାକୁ ଯାଉଛି। କିନ୍ତୁ ଯେଉଁ ବେଗରେ ଏହା ନିର୍ମାଣ ଚାଲିଛି ତାହା ଧାର୍ଯ୍ୟ ସମୟରେ ସରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ୨୦୨୪ ମେ ମାସ ସୁଦ୍ଧା ବ୍ୟାରେଜ୍‌ କାମ ସାରିବାକୁ ଯୋଜନା ହୋଇଥିଲା। ଆଗକୁ ବର୍ଷା […]

ବସ୍ତା: ନଦୀରୁ ଉଦ୍ଧାର ହେଲା ଡଲଫିନ। ପୋଖରୀରେ ଛାଡ଼ିଲେ ଗାଁ ଲୋକ। ଡଲଫିନକୁ ନଦୀରୁ ଉଦ୍ଧାର କରିବା ପରେ କାନ୍ଧରେ ଧରି ଗାଁଦାଣ୍ଡରେ ବୁଲିଲେ। ପରେ ଗାଁ ଲୋକେ ନଳବାର ଗାଁ ମଠ ପୋଖରୀରେ ଡଲଫିନକୁ ଛାଡ଼ି ଦେଇଥିଲେ। ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ।

ଯାଜପୁର: ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। ଗତ ଦୁଇଦିନରେ ହାତୀ ନେଲାଣି ଦୁଇଟି ଜୀବନ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର କର (୫୫)। ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ବ୍ଲକ ଅଧୀନ ତଣ୍ଡରା ଗାଁର ଉପେନ୍ଦ୍ର କର ଆଜି ସକାଳେ ଶୌଚ ପାଇଁ ପଡ଼ିଆକୁ ଆଜି ସକାଳେ ଯାଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ […]

ପୁରୀ: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ଆଦି କରାଯାଇଛି। ଏହାପରେ ଅପରାହ୍ନ ୧ଟା ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ ହୋଇଛି। ଏଣେ ଯଜ୍ଞସ୍ଥଳରେ ପୂର୍ଣ୍ଣାହୁତି ଦେବାକୁ ଗଜପତି ମହାରାଜ ପହଞ୍ଚିଛନ୍ତି। ପରିକ୍ରମା ପ୍ରକଳ୍ପର […]

ନବରଙ୍ଗପୁର: ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ ନ କରିବା ସହ ଆର୍ଥିକ ହେରଫେର ଅଭିଯୋଗରେ ନିର୍ବାଚିତ ଜନପ୍ରତିନିଧି ଗର୍ଜିଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲାଝୁଲାଇ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ସହିତ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଧାରଣା ଦେଇଛନ୍ତି। ବିଡ଼ିଓଙ୍କ […]

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୨୪ରୁ ୪୮ ଘଣ୍ଟା ପାଇଁ ରାଜ୍ୟର ପାଣିପାଗ ନେଇ ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି। ସେହିପରି ଅନ୍ୟ କିଛି ସ୍ଥାନରେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ହାଲୁକା ବର୍ଷା […]

ଭୁବନେଶ୍ୱର: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ଏଚ୍‌ଆର ବିଶ୍ୱାସଙ୍କୁ କୋଲକାତା ବଦଳି ହୋଇଛି। ତାଙ୍କ ସ୍ଥାନରେ ଓଡ଼ିଆ ଝିଅ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ମନୋରମା ବେଶ ଖୁସି ଅନୁଭବ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର […]

Social media & sharing icons powered by UltimatelySocial