ବାରଙ୍ଗ: ଆଜି ପାଳିତ ହୋଇଛି ବିଶ୍ବ ବ୍ୟାଘ୍ର ଦିବସ। ବିଶ୍ବରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ସେମାନଙ୍କ ବଂଶବୃଦ୍ଧି ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ଏ ଦିଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ନନ୍ଦନକାନନର ଭୂମିକା ଉଲ୍ଲେଖନୀୟ ରହିଛି। ବଡ଼ କଥା ହେଉଛି; କରୋନା ସଂକଟ ବେଳେ ନନ୍ଦନକାନନରେ ବାଘ […]

ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଉଛନ୍ତି ଗ୍ରାମବାସୀ ଘୁ.ଉଦୟଗିରି: କରୋନା କାଳରେ ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ବାହାର କରିବା ସହ ସୋସିଆଲ ମିଡ଼ିଆରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ଓ ଭିଡ଼ିଓ ଛାଡ଼ି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏହିଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ହିଲଟପ୍‌ କାଲିଗାଡୁକୁ କିଛି ଦିନ ତଳେ ଖୋଜି ବାହାରକରିବା ପରେ ଏହି ସ୍ଥାନକୁ […]

୯୮ ବର୍ଷ ବୟସରେ ସରିଗଲା ଜୀବନ ଯାତ୍ରା ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ବଲିଉଡ୍‌ କଳାକାର ଦିଲୀପ କୁମା‌ର। ସେ ଆଜି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ପୂର୍ବରୁ ତାଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍‌ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜୁନ୍‌ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍‌ ଆଇସିୟୁରେ ରଖା […]

ପାଟନା: କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଭଣଜା ଜଣକ […]

ଚନ୍ଦ୍ରଶେଖରପୁର: ଭୋର୍ ପ୍ରାୟ ସାଢ଼େ ଚାରିଟା। ଇନ୍‌ଫୋସିଟି-ଚନ୍ଦକା ରାସ୍ତାରେ ଏକ ନାଲି ରଙ୍ଗର କାର୍‌ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପିସିଆର୍ ଭ୍ୟାନ୍‌ ଅଟକିଗଲା। ଦୋହଲୁଥିବା କାର୍‌ଟି ପୁଲିସ ଗାଡ଼ି ଦେଖି ନିଶ୍ଚଳ ହୋଇ ଯାଇଥିଲା। ପରେ କାର୍ ଭିତରୁ ବାହାରି ଆସିଥିଲେ ଜଣେ ଯୁବତୀ ଓ ଜଣେ ଯୁବକ। ସେମାନେ ଏକ ମନୋରଞ୍ଜନଧର୍ମୀ ଟିଭି ଚ୍ୟାନେଲ୍‌ରେ କାମ କରୁଛନ୍ତି ବୋଲି ପରିଚୟ ଦେଇଥିଲେ। ଯୁବତୀ ଜଣକ ବହୁ ଆଲବମ୍‌ର […]

ବାଲିପାଟଣା : ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ହାସଲ କରିବା କଷ୍ଟକର ହୁଏ ନାହିଁ। ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ଚାବିକାଠି। ଏକାଗ୍ରତାର ସହ କୌଣସି କାମରେ ମନନିବେଶ କଲେ, ଅସାଧ୍ୟ କାମ ବି ସହଜ ହୋଇଯାଏ। ଏହି ଚିରନ୍ତନ ସତ୍ୟକୁ ପୁଣିଥରେ ପ୍ରମାଣିତ କରିଛନ୍ତି ବାଲିପାଟଣା ମାଟିର ଝିଅ ଶୁଚିସ୍ମିତା। ଅନ୍‌ଲାଇନ୍‌ରେ ହୋଇଥିବା ଭାରତ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ […]

ମୁମ୍ୱାଇ: ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଆଜି ସକାଳ ୮.୩୦ରେ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପ କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଡାକ୍ତରଙ୍କ ନୀରିକ୍ଷଣରେ ରହିଛି। ଗତ ମାସରେ ବି ଦିଲ୍ଲୀପ କୁମାର […]

ଭୁବନେଶ୍ୱର: ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ସମ୍ବଲପୁର ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା […]

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ବିଶିଷ୍ଟ ଗାୟିକା ଗିରିଜା ଦେବୀଙ୍କ ସେ ଆସୋସିଏଟ ଥିଲେ। ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା। ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥୀ କାମ କରିଥିଲେ। […]

କଟକ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା। ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ […]

Social media & sharing icons powered by UltimatelySocial