ନବରଙ୍ଗପୁର: ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ ନ କରିବା ସହ ଆର୍ଥିକ ହେରଫେର ଅଭିଯୋଗରେ ନିର୍ବାଚିତ ଜନପ୍ରତିନିଧି ଗର୍ଜିଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲାଝୁଲାଇ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ସହିତ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଧାରଣା ଦେଇଛନ୍ତି। ବିଡ଼ିଓଙ୍କ […]

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୨୪ରୁ ୪୮ ଘଣ୍ଟା ପାଇଁ ରାଜ୍ୟର ପାଣିପାଗ ନେଇ ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି। ସେହିପରି ଅନ୍ୟ କିଛି ସ୍ଥାନରେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ହାଲୁକା ବର୍ଷା […]

ଭୁବନେଶ୍ୱର: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ଏଚ୍‌ଆର ବିଶ୍ୱାସଙ୍କୁ କୋଲକାତା ବଦଳି ହୋଇଛି। ତାଙ୍କ ସ୍ଥାନରେ ଓଡ଼ିଆ ଝିଅ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ମନୋରମା ବେଶ ଖୁସି ଅନୁଭବ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ବିଧାୟକ ଜବାବ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ଦାସ […]

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ୫ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି। ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ବିରୋଧୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହନ୍ତି। ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ। ଏବେ […]

ଭୁବନେଶ୍ୱର: ତିନି ଦଫା ଦାବି ନେଇ ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ଏଥିଲାଗି ଲୋୟର ପିଏମଜିରେ ଲକ୍ଷାଧିକ ଶିକ୍ଷକ ଏକାଠି ହେବେ। ସଂଘ ପକ୍ଷରୁ କୁହାଯାଇଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ। […]

ସହଯୋଗର ହାତ ବଢ଼ାଇଲା ଓଡ଼ିଶା ଖଣି ନିଗମ, ୨୦୨୫ରେ ସରିବ ଭୁବନେଶ୍ୱର: ନୂଆ ରୂପ ନେବ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱ ବିଭାଗ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ବ୍ୟାବହାରିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି ବିଭାଗର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ଏହି ବିଭାଗର ଉନ୍ନତୀକରଣ କରିବେ। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧୯ କୋଟି […]

ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ, ପିଲାଙ୍କ ପାଇଁ ୧୧ଟି ବିଷୟବସ୍ତୁ ରହିବ ଭୁବନେଶ୍ୱର: ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଇ–ଲେକଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି, ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭର୍ଚୁଆଲ ପ୍ଲାଟଫର୍ମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ […]

ବାରିପଦା: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ। ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି। ତେବେ ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ। କହିଛନ୍ତି, ତାଙ୍କ ସ୍ୱାମୀ ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ କୌଣସି ପ୍ରଶାସନିକ ଅଧିକାରୀ ସାମିଲ ହେଲେ ନାହିଁ। ଆଉ ଏହି ବୟାନ ପରେ ବିଡ଼ିଓଙ୍କ […]

Social media & sharing icons powered by UltimatelySocial