ଭୁବନେଶ୍ୱର: ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି। ଏସୀୟ ଦୌଡ଼କୁଦ ପରେ ହକି ବିଶ୍ୱଲିଗ୍ ଫାଇନାଲ୍ସ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାପରେ ଆଇଏସ୍ଏଲ୍ର ଜାମସେଦପୁର ଏଫ୍ସି-ବେଙ୍ଗାଲୁରୁ ଏଫ୍ସି ମ୍ୟାଚ୍ ଖେଳାଯାଇ ଫୁଟ୍ବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଏହାର ସଫଳତା ପରେ ଭୁବନେଶ୍ୱରକୁ ମିଳିଥିଲା ସୁପର କପ୍ ଆୟୋଜନ ଅଧିକାର। […]
କ୍ରୀଡା
ଅଧିନାୟକ ପଦରୁ ସ୍ମିଥ୍ ଓ ଉପଅଧିନାୟକ ପଦରୁ ଓ୍ଵାର୍ନର ବିଦା ସ୍ମିଥ୍ ଗୋଟିଏ ଟେଷ୍ଟ୍ରୁ ବାସନ୍ଦ, ୧୦୦% ମ୍ୟାଚ୍ ପାଉଣା କଟିଲା ବନକ୍ରଫ୍ଟଙ୍କୁ ୩ ଡିମେରିଟ୍ ପଏଣ୍ଟ, ହରାଇଲେ ୭୫% ପାଉଣା ସ୍ମିଥ୍ ଓ ଓ୍ଵାର୍ନର ଆଗାମୀ ଆଇପିଏଲ୍ରେ ଖେଳିବା ନେଇ ଆଶଙ୍କା କେପ୍ଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ଟାଉନ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଖେଳାଳି ବଲ୍ ଟ୍ୟାମ୍ପରିଂ କରୁଥିବା ଦୃଶ୍ୟ କ୍ୟାମେରାରେ ଧରାପଡ଼ିବା ପରେ କ୍ରିକେଟ୍ ଜଗତରେ ଝଡ଼ […]
କଟକ : ବାରବାଟୀରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାକୁୁ ଧୂଳି ଚଟାଇ ଟେ୍ଵଣ୍ଟି-୨୦ରେ ସର୍ବବୃହତ ବିଜୟ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍ରେ ଭାରତର ୧୮୦ ରନ୍ର ଜବାବରେ ଶ୍ରୀଲଙ୍କା ମାତ୍ର ୮୭ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇ ୯୩ ରନରେ ପରାସ୍ତ ହୋଇଛି। ଟେ୍ଵଣ୍ଟି-୨୦ରେ ରନ୍ ବ୍ୟବଧାନରେ ଏହା ଭାରତର ସର୍ବବୃହତ ବିଜୟ। ଭାରତକୁ ଏହି ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୁବ ସ୍ପିନର ୟୁଜବେନ୍ଦ୍ର […]
କୋଲ୍କାତା: ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ରେ ଖେଳିବେନି। ତାଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଆଘାତ ଲାଗିଥିବାରୁ ଏହି ପ୍ରତିଯୋଗିିିତାରେ ଭାଗ ନେବେ ନାହିଁ। ଜୟଦୀପ ମୁଖାର୍ଜୀ ଏକାଡେମିଠାରେ ଚାଲିଥିବା ପ୍ରେମ୍ଜିତ ଲାଲ୍ ଆମନ୍ତ୍ରଣୀୟ ଟେନିସ୍ ପ୍ରତିଯୋଗିତା ଅବସରରେ ସାନିଆ ଏନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ମୁଁ ମୋ ଡାକ୍ତରଙ୍କୁ ଦୁଇ ମାସ ତଳେ ଆଣ୍ଠୁ ଯନ୍ତ୍ରଣା ବିଷୟରେ […]
କଟକ: ଜାନୁଆରିରେ ହେବାକୁଥିବା ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍ ପାଇଁ ଶନିବାର ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୮ ଦଳ ଏବିସି ୱାରିୟର୍ସ, ବାରବାଟୀ ଷ୍ଟାର୍ସ, ବଡ଼ବିଲ ଟାଇଗର୍, ଫାଲକନ୍ ଫାଇଟର୍ସ, ଢେଙ୍କାନାଳ ଡିଫେଣ୍ଡର୍ସ, କଳିଙ୍ଗ ଷ୍ଟାଇକର୍ସ, ଏଲ୍ବିଏନ୍ ଲାୟନ୍ସ ଓ ପୁରୀ ସ୍ମାଶ୍ କିଙ୍ଗ୍ ଅଂଶଗ୍ରହଣ କରୁଛନ୍ତି। ମାଲିକମାନେ ଶନିବାର କଟକ କ୍ଲବ୍ ଆନେକ୍ସ-୧ରେ ନିଲାମ ପ୍ରକ୍ରିୟାରେ ଏକାଧିକ ଖେଳାଳିଙ୍କୁ ଦଳରେ ନେଇଛନ୍ତି। ରାଜ୍ୟ ବ୍ୟାଡମିଣ୍ଟନ […]
ଦୁବାଇ: ଚଳିତ ଦୁବାଇ ସୁପର ସିରିଜ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଅପରାଜେୟ ସହ ସେମିଫାଇନାଲ୍ରେ ପହଞ୍ଚିଥିବା ଭାରତୀୟ ଲଳନା ପିଭି ସିନ୍ଧୁ ବିଜୟ ଧାରା ଜାରି ରଖି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ୨୧-୧୫, ୨୧-୧୮ ସିଧାସଳଖ ଗେମ୍ରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ଚେନ୍ ୟୁଫେଇଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସିନ୍ଧୁଙ୍କୁ ୫୯ ମିନିଟ୍ ଲାଗିଥିଲା। […]
ଭୁବନେଶ୍ୱର: ବୁଧବାର ସଂଧ୍ୟାର ବିଶ୍ୱକପ୍ ଅବଗଣନା ତଥା ହକି ବିଶ୍ୱ ଲିଗର ଲୋଗୋ ଉନ୍ମୋଚନ ଉତ୍ସବ ଅବସରରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟକୁ ଗୌରବାନ୍ଵିତ କରିଥିବା ୫୯ ଜଣ କୃତି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ଲକ୍ଷ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଯାହାର ସିଂହଭାଗ ହକି ଖେଳାଳିଙ୍କ ହାତକୁ ଯାଇଥିଲା। ଏସିଆ କପରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ […]