ନୂଆଦିଲ୍ଲୀ: ଭାରତ ପାଇଁ ଟୋକିଓ ଅଲିମ୍ପିକରୁ ଆଜି ଖୁସି ଖବର ଆଣିଦେଇଛନ୍ତି ବଜରଙ୍ଗ ପୁନିଆ। ବଜରଙ୍ଗ ଆଜି କାଜାଖୀସ୍ତାନର ରେସଲର ଦାଉଲେତ ନିୟଜବେକଭଙ୍କୁ ପରାସ୍ତ କରିଛନ୍ତି। ସେ ଦାଉଲେତ ନିୟଜବେକଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ଆଉ ବଜରଙ୍ଗ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୬ରେ ପହଂଚିଛି। ଭାରତ ଲଣ୍ଡନ ଅଲିମ୍ପିକରେ ମଧ୍ୟ ୬ଟି ପଦକ ଜିତିଥିଲା। ବଜରଙ୍ଗ ଜିତିବା ପରେ ଗୋଟିଏ ସଂସ୍କରଣରୁ ଭାରତ ସର୍ବାଧିକ କୁସ୍ତି […]

୪୧ ବର୍ଷ ପରେ ହକିରେ ଭାରତର ଐତିହାସିକ ବିଜୟ ଟୋକିଓ: ୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌। ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ। ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ଭାରତ ପୁରଷ […]

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ସୂଚନା ମୁତାବକ ଭାରତୀୟ ରେସଲର ରବି କୁମାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି।ରବି ସେମିଫାଇନାଲରେ […]

ଟୋକିଓ : ଭାରତୀୟ ପୁରୁଷ ହକି ଦଳ ଆଜି ବିଶ୍ବ ଚାମ୍ପିଅନ ବେଲଜିୟମଠାରୁ ହାରି ଫାଇନାଲ ଯାଇପାରିନଥିଲେ ବି ପଦକ ଆଶା ଶେଷ ହୋଇନାହିଁ। କାଂସ୍ୟ ବା ବ୍ରୋଞ୍ଜ୍ ପଦକ ଜିତିବାର ବିକଳ୍ପ ଏବେ ବି ଭାରତ ପାଇଁ ଖୋଲା ରହିଛି। ତେବେ ଏଥିପାଇଁ ଭାରତକୁ ଶକ୍ତିଶାଳୀ ଜର୍ମାନୀକୁ ହରାଇବାକୁ ପଡ଼ିବ। ଆଜି ପ୍ରଥମ ସେମିରେ ଭାରତ ବେଲଜିୟମଠାରୁ ୫-୨ରେ ହାରିଯାଇଥିବାବେଳେ ୨ୟ ସେମିରେ ଅଷ୍ଟ୍ରେଲିଆ ଜର୍ମାନୀକୁ ୩-୧ରେ ପରାସ୍ତ […]

ଟୋକିଓ: ଟୋକିଓରେ ଭାରତର ଟେକ ରଖିଲେ ପିଭି ସିନ୍ଧୁ। ଦେଶ ପାଇଁ ଆଣିଲେ ବ୍ରୋଞ୍ଜ ପଦକ। ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ। ଆଜି ଖେଳାଯାଇଥିବା ଦମଦାର ଟକ୍କରରେ ସିନ୍ଧୁ ଚାଇନାର ହେ ସେ ବିଙ୍ଗିଆଓଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ। ତେବେ ଗତକାଲି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ […]

ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ‘ଅଲିମ୍ପିକ୍ସ୍‌ ୨୦୨୦’ର ଅଷ୍ଟମ ଦିବସରେ ଆଜି ମହିଳା ଡିସ୍‌କସ୍‌ ଥ୍ରୋ’ରେ ଭାରତର କମଲପ୍ରୀତ୍‌ କୌର୍‌ ଫାଇନାଲ୍‌କୁ ଯିବା ଲାଗି ଯୋଗ୍ୟ ବିବେଚିତା ହୋଇଛନ୍ତି। ଦୁଇ ଥର ଅଲିମ୍ପିକ୍ ଚାମ୍ପିଅନ୍‌ ହୋଇଥିବା ସାଣ୍ଡ୍ରା ପେରକୋଭିକ୍‌ଙ୍କୁ ଅତିକ୍ରମ କରି ସେ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘କ୍ବାଲିଫିକେସନ୍‌ ଗୃପ ବି’ରେ କମଲପ୍ରୀତ୍ ଆପଣା ଉଦ୍ୟମରେ ୬୩.୯୭ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିବା ବେଳେ ପେରକୋଭିକ୍‌ […]

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। କୄନ୍ୟାଳ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି। ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ। ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା […]

ଟୋକିଓ: ଅଲିମ୍ପିକ୍ସ ଅଭିଯାନରେ ଭାରତୀୟ ହକି ଦଳ ପୁଣି ଥରେ ଆତ୍ମବିଶ୍ବାସ ଫେରି ପାଇଛି। ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୟୁ‌ରୋପୀୟ ରାଷ୍ଟ୍ର ସ୍ପେନ୍‌କୁ ମଙ୍ଗଳବାର ଏକତରଫା ଭାବେ ୩-୦ ଗୋଲ୍‌ରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି ଟିମ୍ ଇଣ୍ଡିଆ। ତା’ ସହ ଦଳର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ବହୁ ଗୁଣରେ ବଢ଼ିଛି। ଭାରତୀୟ ଦଳର ଏକତରଫା ବିଜୟ ପରେ ଘରୋଇ ହକିପ୍ରେମୀଙ୍କ ମୁହଁକୁ ବି ପୁଣି […]

ଟୋକିଓ: ଜାପାନର ୧୩ବର୍ଷ ବାଳିକା ଟୋକିଓ ଅଲମ୍ପିକରେ ପ୍ରଥମ ମହିଳା ସ୍କେଟ ବୋର୍ଡିଂ ଚମ୍ପିୟନ ହେବା ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି। ନିଶିୟା ମୋମିଜିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ନିଶିୟା ମାତ୍ର ୧୩ବର୍ଷ ୩୩୦ଦିନରେ ନିଶିଆ ଦେଶ ପାଇଁ ଗୌରିବ ଆଣିଛନ୍ତି। ସେ ୧୫.୨୬ ସ୍କୋର କରି ବିଜୟୀ ହୋଇଥିଲେ। ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ […]

ନୂଆଦିଲ୍ଲୀ: ଭାରେ‌ତ୍ତୋଳନ ତାରକା ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି। ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ, ସେ ବହୁଦିନ ହେବ ପିଜା ଖାଇନାହାନ୍ତି। ତାଙ୍କର ପିଜା ଖାଇବାର ଇଚ୍ଛାକୁ ଦେଖି ଦେଶର ଲୋକପ୍ରିୟ ପିଜା ବିକ୍ରି କରୁଥିବା କମ୍ପାନି ‘ଡୋମିନୋଜ’ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଡୋମିନୋଜ ପକ୍ଷରୁ […]

Social media & sharing icons powered by UltimatelySocial