ଅହମଦାବାଦ: ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର ଅହମଦାବାଦରେ ୧,୧୦,୦୦୦ ଦର୍ଶକ ଧାରଣ କରିବା ସାମର୍ଥ୍ୟ ଥିବା ବିଶ୍ୱର ବୃହତ୍ତମ କ୍ରିକେଟ୍‌ ଷ୍ଟାଡିୟମ୍‌ ‘ନିୟୁ ମୋଟେରା ଷ୍ଟାଡିୟମ୍‌’ର ଶୁଭ ଉଦ୍‌ଘାଟନ କରିଛନ୍ତି। ନବିକରଣ ହୋଇଥିବା ଏହି ମୋଟେରା ଷ୍ଟ୍ରଡିୟମ୍‌କୁ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ଭାବେ ପୁନଃ ନାମିତ କରାଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ତାଙ୍କ ସହ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଥର ଆଞ୍ଜିଓପ୍ଲାଷ୍ଟି ହୋଇଥିବା କାରଣରୁ […]

ଭୁବନେଶ୍ୱର : ଚଣ୍ଡୀଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର ଟେନିସ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ପକ୍ଷରୁ ଅଭିଜ୍ଞ ଯୁବଗୋଷ୍ଠୀଙ୍କୁ ସାମିଲ କରାଇବା ନେଇ ଟେନିସ କ୍ରିକେଟ ଆସୋସିଏସନ ଓଡ଼ିଶାର ସଭାପତି ବିଜୟକେତନ ମିଶ୍ର ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି। ଓଡ଼ିଶାରୁ ଦକ୍ଷ ଓ ଅଭିଜ୍ଞ ଖେଳାଳିଙ୍କୁ ଚୟନ କରିବା ଲକ୍ଷ ନେଇ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ କରାଯିବ। ଭୁବନେଶ୍ୱର ପୋଖରୀପୁଟ ବିହାରୀଲାଲ ଷ୍ଟାଡିଅମ ଠାରେ ଆସନ୍ତା ଫେବୃଆରୀ […]

ବ୍ରିସ୍‌ବେନ୍‌: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି […]

ନୂଆଦିଲ୍ଲୀ: ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ୫ ଦିନରେ ଅମୀମାଂସିତ ଭାବେ ଶେଷ ହୋଇଛି। ରବିବାର ସନ୍ଧ୍ୟା ବେଳେ ଚାଲିଥିବା ପଞ୍ଚମ ଦିନର ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌ ପ୍ରଦର୍ଶନ କରିବା ସହ ନଟ୍‌ ଆଉଟ୍‌ ରହିଛନ୍ତି। ୧୬୧ଟି ବଲ୍‌ର ସମୁଖୀନ ହୋଇ ବିହାରୀ ୨୩ ରନ୍‌ କରିଥିବା ବେଳେ ୧୨୮ ବଲ୍‌ ଖେଳି ଅଶ୍ୱିନୀ […]

ନୂଆଦିଲ୍ଲୀ: ବିବାଦ ଘେରରେ ଭାରତୀୟ ଖେଳାଳି। ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ୍ ମଧ୍ୟ ଖୁବ ଭାଇରାଲ ହେଉଛି। ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି, ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଫଟୋରେ ରୋହିତ ଶର୍ମାଙ୍କ ସହ […]

ଭାରତର ସର୍ବନିମ୍ନ ଟେଷ୍ଟ୍‌ ସ୍କୋ‌ର,କେହି ଦୁଇ ଅଙ୍କ ଛୁଇଁପାରିଲେନି ଆଡିଲେଡ୍: ଭାରତୀୟ କ୍ରିକେଟର ୮୮ ବର୍ଷର ଇତିହାସରେ ଏମିତି କେବେ ଘଟି ନ ଥିଲା। ଅଷ୍ଟ୍ରେଲିଆର ଅଡେିଲେଡ୍‌ରେ ମାତ୍ର ୩୬ ରନ୍‌ରେ ତାସ୍‌ ଘର ଭଳି ଭୁଶୁଡ଼ିଗଲା ଭାରତୀୟ ଦଳର ଦ୍ବିତୀୟ ଇନିଂସ୍‌। କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବି ଛୁଇଁପାରିଲେନି। ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଶନିବାର ଅବିଶ୍ବସନୀୟ ଆତ୍ମସମର୍ପଣର ଆଲୋଡ଼ା ଧାରା ସୃଷ୍ଟି କରି ‘ଗୋଲାପି ବଲ୍’ […]

ନେପାଳ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍‌ ରୀତା ଶେରପାଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍‌ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍‌ ଅଫ ରେକର୍ଡ ଜିତିଥିଲେ। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ […]

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍ (ଆଇପିଏଲ୍‌) ୧୩ତମ ସଂସ୍କରଣର ପ୍ରଥମ ସୁପର ଓଭରରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଦୁଇ ଦଳର ରନ୍ ସଂଖ୍ୟା ସମାନ ହେବା ପରେ ସୁପର ଓଭର ପଡ଼ିଥିଲା। କିଙ୍ଗସ୍‌ ଇଲେଭେନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମାତ୍ର ୨ ରନ୍‌ କରିପାରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କାଗିସୋ ରାବାଡା ସୁପର ଓଭର ବୋଲିଂ କରି ମାତ୍ର ୨ରନ୍‌ ଦେଇ ୨ଟି […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ସାଧାରଣ କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କ ପ୍ରସଂଶା କରିବାରେ ବ୍ୟସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଧୋନିଙ୍କ ପ୍ରସଂଶାରେ ଶତମୁଖ ହୋଇଯାଇଛନ୍ତି। ଧୋନିଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖି ମୋଦୀ ଭାରତୀୟ କ୍ରୀଡ଼ା […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଚେତନ ଚୌହାନ ଆଉ ନାହାନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ କରି ଶେଷରେ ହାର୍‌ ମାନିଗଲେ ଚୌହାନ। ଗତମାସରୁ ଚିକିତ୍ସିତ ହେଉଥିବା ୭୩ ବର୍ଷ ବୟସ୍କ ଚୌହାନଙ୍କର ରବିବାର ପରଲୋକ ଘଟିଛି। ସେ କେବଳ ଜଣେ ପୂର୍ବତନ କ୍ରିକେଟ ଖେଳାଳି ନ ଥିଲେ, ସକ୍ରିୟ ରାଜନୀତିରେ ଯୋଗ ଦେଇ ମଧ୍ୟ ସଫଳ ହୋଇଥିଲେ। ସଂପ୍ରତି ସେ ଉତ୍ତର ପ୍ରଦେଶ […]

Social media & sharing icons powered by UltimatelySocial