୫୦ ଟଙ୍କାକୁ ଖସିଲା ଚିକେନ୍‌ କିଲୋ, ଖସୁଛି ଦର, ଆସୁନାହାନ୍ତି ଗ୍ରାହକ ଭୁବନେଶ୍ୱର : କୁକୁଡ଼ା ଗୋଟାକୁ ୧୦ ରୁ ୩୦ ଟଙ୍କା। ଗୋଟିଏ କେଜି କୁକୁଡ଼ା ମାଂସ କିଣିଲେ ଦେବାକୁ ପଡ଼ୁଛି ମାତ୍ର ୫୦ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଆଜି ଦିନରେ ରାଜଧାନୀ ଉପକଣ୍ଠରେ କୁକୁଡ଼ା ଓ ଚିକେନ୍‌ (ମାଂସ)ର ମୂଲ୍ୟ ଏଭଳି ରହିଛି। ଅବଶ୍ୟ ସହର ଭିତରେ ଚିକେନ୍‌ କାଉଣ୍ଟରରେ ଗୋଟା କୁକୁଡ଼ା ଓ […]

ଭୁବନେଶ୍ୱର: କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କରୋନାଭାଇରସ ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଏଥିସହ ଏହାର ମୁକାବିଲା ଲାଗି ରାଜ୍ୟ କ୍ୟାବିନେଟ୍ ୨୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥବା ସୂଚନା ଦେଇଛନ୍ତି। ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଆଜି ଠାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ […]

ମୁମ୍ବାଇ : କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହା ଫଳରେ ବିଶ୍ୱ ଆର୍ଥିକ ସଂକଟ ଗଭୀର ହେବାର ଆଶଙ୍କା ଦେଖାଦେଇଛି । ଏହି ଆଶଙ୍କାରେ ସାରା ବିଶ୍ୱର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ପରେ ମଧ୍ୟ ନିବେଶକଙ୍କ ଭରସା ପାଉନାହିଁ […]

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ […]

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ସୋମବାର ଦିନ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି। ମୁମ୍ବାଇଠାରେ ଡିଏଚ୍‌ଏଫ୍‌ଏଲ୍‌, ଆର୍‌କେଡବ୍ଲୁ ଡେଭ୍‌ଲପର୍ସ ଏବଂ ଡୁଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି କମ୍ପାନିର ମାଲିକାନା ସହ ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଓ ପ୍ରତିଷ୍ଠାତା ରାଣା କପୁରଙ୍କ ବାସଭବନରେ ଚଢ଼ାଉ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଡିଏଚ୍‌ଏଫ୍‌ଏଲ୍‌ର […]

ଫୁଲବାଣୀ: ଦୃଢ଼ ଇଚ୍ଛ‌ାଶକ୍ତି ଥିବା ଯୋଗୁଁ କନ୍ଧମାଳର ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପରିବାର ସହ ରହୁଛନ୍ତି ଗାୟତ୍ରୀ। ସ୍ୱାମୀ ଜଣେ ଶିକ୍ଷକ। ଗୋଟିଏ ପୁଅ ବି ଅଛି। ଗାୟତ୍ରୀ ବିବାହ ପୂର୍ବରୁ ସ୍ନାତକ ଡିଗ୍ରି ହାସଲ କରି ସାରିଛନ୍ତି। ସରକାରୀ ହେଉ ବେସରକାରୀ ଚାକିରି, ଚେଷ୍ଟା କରିଥିଲେ ନିଶ୍ଚୟ […]

ଭୁବନେଶ୍ୱର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା (ଟିପି ସ୍କିମ୍‌) ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜୁନ୍‌ ପୂର୍ବରୁ ଟିପି ସ୍କିମ୍‌-୧ ପାଇକରାପୁର ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ। ଏଠାକାର ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଜମିର ପଟ୍ଟା ଦିଆଯିବ। ବିଡିଏ ଜମିର ଯେଉଁ ଲେ-ଆଉଟ୍‌ ପ୍ଲାନ୍ କରିଛି ସେହି ଅନୁଯାୟୀ ପଟ୍ଟା ଦିଆଯିବ। ଏନେଇ ବିଡିଏ ଓ ରାଜସ୍ଵ ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। […]

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ପ୍ରାୟ ଦେଢ଼ ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିବା ପରେ ସେପ୍ଟେମ୍ବର ୧୯, ୨୦୧୯ରେ ଏନେଇ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଓ ବିଡିଏ ମଧ୍ୟରେ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ସବୁ ବିବାଦର ଅନ୍ତ ହୋଇଯାଇଥିବାରୁ ରେଳ ଷ୍ଟେସନ ଉନ୍ନତୀକରଣରେ ଆଉ କିଛି ସମସ୍ୟା ରହିବନି ବୋଲି କୁହାଯାଇଥିଲା। ହେଲେ ରେଳ ଷ୍ଟେସନରେ […]

ଭୁବନେଶ୍ୱର : ୬ ମାସର ବିରତି ପରେ ଆଜିଠାରୁ ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଓ ଆର୍‌ଟିଓ ପକ୍ଷରୁ ଆଜି ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଜୋରଦାର ଚଢ଼ଉ ହୋଇଛି। ରାଜଧାନୀର ବିଭିନ୍ନ ଛକରେ ଛିଡ଼ା ହୋଇ ଅଧିକାରୀମାନେ ଆଇନ ଭାଙ୍ଗୁଥିବା ଚାଳକକୁ ଧରି ଜରିମାନା କଷିଛନ୍ତି। ପୁଲିସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଭୁବନେଶ୍ୱରରେ ଥିବା ଦୁଇ ଆର୍‌ଟିଓ […]

ଭୁବନେଶ୍ୱର : କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ଦେଇଥିବା ମହଲତ ଶେଷ ହୋଇଛି। ଏଣିକି ଆଉ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ନାହିଁ। ଦୀର୍ଘ ୬ ମାସର ବିରତି ପରେ ଆଜି ଠାରୁ (ରବିବାର) ରାଜ୍ୟରେ ପୁଣି ଥରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାକୁ ଯାଉଛି। ଏଥର ଜୋରଦାର ଧରପଗଡ଼ ହେବ। ଯିଏ ନିୟମ ଭାଙ୍ଗିବ, ତା’ଠାରୁ ମୋଟା ଅଙ୍କର ଜରିମାନା ଆ‌ଦାୟ କରାଯିବ। ଟ୍ରାଫିକ୍‌ ନିୟମ […]

Social media & sharing icons powered by UltimatelySocial