ଭୁବନେଶ୍ବର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି। ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳାକୁ ଏଥିଲାଗି ଦାୟୀ କରିଛନ୍ତି। ଯଦି ଏହି ଭଳି ଭାବେ ବିଳମ୍ବରେ ନୀତି ଚାଲେ, ତେବେ ପହଣ୍ଡି ବିଳମ୍ବ ହେବା ସହ ୫ ଟା ବେଳେ ରଥ ଟଣା […]

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୨୩ରେ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବ। ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏପ୍ରିଲ ୨୦ ତାରିଖ‌ ସକାଳ ୭ଟା ବାଜି ୪ମିନିଟରୁ ମଧାହ୍ନ ୧୨ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏହି ସୂର୍ଯ୍ୟପରାଗକୁ ଭାରତରେ ଦେଖିବାକୁ ମିଳିବ ନାହିଁ। ଅଷ୍ଟ୍ରେଲିଆ, ହିନ୍ଦ ମହାସାଗର, ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର ଓ ପୂର୍ବ […]

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏଣେ ତାଙ୍କ କଥାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିରୋଧୀ ଦଳ ନେତା କହିଛନ୍ତି, ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ଷାଠିଏ ଦିନ ପୂର୍ଣ୍ଣ ହେଲା। ହତ୍ୟାର ଉଦ୍ଦେଶ୍ୟ ଏବଂ ଏହା ପଛରେ କିଏ ଜଣା ପଡ଼ିଲା ନାହିଁ। ଏଥିରୁ ଓଡ଼ିଶା ପୁଲିସର ପାରିବାପଣିଆ […]

ଭୁବନେଶ୍ବର: ମାଲକାନଗିରିର ପ୍ରସିଦ୍ଧ ଶୈବପୀଠ ମଲ୍ଲିକେଶ୍ବରର ରୂପାନ୍ତରଣ କରାଯିବ। ଏହାର ବିକାଶ କରାଯିବ ବୋଲି ସୂଚନା ମିଳିଛି। ଆଜି ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଗୁରୁପ୍ରିୟା ସେତୁ ବୁଲି ଦେଖିଛନ୍ତି। ଚିତ୍ରକୋଣ୍ଡାଠାରେ ମିସନ ଶକ୍ତି କ୍ଯାଫେରେ ସୁଆଦିଆ ଖାଦ୍ଯ ଖାଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଭିନିଲ କ୍ରିଷ୍ଣା, ଉନ୍ନୟନ କମିସନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ […]

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି। ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଛି। ଏଥିରେ ଆଉ କେତେ ଜଣ ଗିରଫ ହେବେ ତାହା ଆକଳନ ବାହାରେ।ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୁଲିସର କ୍ଷମତା […]

ଭୁବନେଶ୍ବର : ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ଜାରି ହେବା ସହିତ ଆବଶ୍ୟକ ସଂଖ୍ୟକ ଶଯ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଦେଶରେ ଗତ ୨୪ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି […]

ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ଭାରତ ସରକାର ନେପାଳକୁ ଜଣାଇଛନ୍ତି। ଅଧିକାଂଶ ସମୟ‌ରେ ଧାର୍ମିକ ପୋଷାକରେ ନଜର ଆସୁଥିବା […]

ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରମ୍ପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥିପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର ଟଙ୍କା ‘ମୋ ବସ୍‌’ରେ ମଙ୍ଗଳବାର ଲୁଟ୍‌ ହୋଇଥିବା ନେଇ ଜଣେ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା […]

ଭୁବନେଶ୍ବର: ଲକ୍ଷ୍ମୀସାଗର-ଝାରପଡ଼ା ଅଞ୍ଚଳରେ ଶତାଧିକ ବ୍ୟବସାୟୀ ରାସ୍ତା କଡ଼ରେ ବର୍ଷ ବର୍ଷ ଧରି ବ୍ୟବସାୟ କରୁଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଖରା, ବର୍ଷା ଓ ଶୀତ ସହି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଇପାରି ନାହିଁ। ଏହାକୁ ନେଇ ବ୍ୟବସାୟୀମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୁପଣ କରାଯାଇନାହିଁ। […]

Social media & sharing icons powered by UltimatelySocial