ବାରଙ୍ଗ: ନନ୍ଦନକାନନକୁ ଆସିଲେ ବିରଳ ପ୍ରଜାତିର ଏକ ହଳ ୱ।ଲାବି ଓ ଏକ ହଳ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ। ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ। ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି। ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା […]

ବାରଙ୍ଗ: କିଛିଦିନ ହେବ ବଢୁଛି ଶୀତ। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଶୀତଦାଉରେ ଲୋକେ ଥରୁଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କୁ ଶୀତରୁ ରକ୍ଷା ଦେବାପାଇଁ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ବିଶେଷ କରି ସରୀସୃପ ଉଦ୍ୟାନରେ ରହୁଥିବା ଆନାକୋଣ୍ଡା, ଅଜଗର, ବର୍ମା ଅଜଗର, ଅହିରାଜ, ନାଗ, ଢମଣା ତଥା ଇଗୁଆନାମାନଙ୍କୁ ଉଷୁମ ପ୍ରଦାନ ଲାଗି ସେମାନଙ୍କ ଖୁଆଡ଼ ମଧ୍ୟରେ ନଡା ଓ କମ୍ବଳ ବିଛାଯିବା ସହ ସନ୍ଧ୍ୟା ପରେ ବଲବ୍ […]

ମୁମ୍ବାଇ: ଆଜି ରିଲିଜ ହୋଇଛି ଫିଲ୍ମ ‘ଆନିମଲ’। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି। କୁହାଯାଉଛି […]

ଭୁବନେଶ୍ୱର: ନ୍ୟାୟ ମିଳିଲାନି। ଶେଷରେ ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଲେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ସେହି ଦାବି ଗୁଡିକ ହେଉଛି ଯେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ […]

ବାରଙ୍ଗ: ପର୍ଯ୍ୟଟନ ଋତୁ ଆରମ୍ଭ ହେଉ ନ ହେଉଣୁ ନନ୍ଦନକାନନ କାଞ୍ଜିଆ ହ୍ରଦରେ ଜମିଲାଣି ଭିଡ଼। କାଞ୍ଜିଆ ହ୍ରଦର ଉପରେ ରୋପ୍‌ ୱେ ଓ ତଳେ ବୋଟିଂ ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୀର୍ଘ ସମୟ ଧରି ବନ୍ଦ ଥିବା ବୋଟିଂ ଓ ରୋପ୍‌ ୱେ ପୁଣି ଚାଲୁ ହୋଇଯାଇଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଗତକାଲି ରୋପ୍‌ ୱେ ଉଦ୍‌ଘାଟିତ ହୋଇଥିଲା ଏବଂ ଆଜି ପର୍ଯ୍ୟଟକମାନେ […]

ବାରଙ୍ଗ : ଗତକାଲି ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’ ଆଖି ବୁଜିଦେଇଛି। ତାକୁ ୧୭ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିନିର ମୃତ୍ୟୂ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ। ୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା। ୨୦୦୭ ଜାନୁଆରି ୧ରେ ଜନ୍ମ ନେଇଥିବା ବିନିକୁ […]

ଡୁଡୁକା: ଓଲିଉଡ କଳାକାର ଓ ପ୍ରଯୋଜକ ସଂଘର ବିବାଦର ପ୍ରଭାବ ଯଲିଉଡ(ଯାତ୍ରାଜଗତ) ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ଆଗରପଡ଼ା(ଡୁଡୁକା) ବ୍ଲକର ସାଲେଭଟା ଗାଁରେ ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଲ ସେନାର କର୍ମକର୍ତ୍ତା। ପୂର୍ବ ଓଡ଼ିଶାର ସିନେ ପ୍ରଯୋଜକମାନେ ପଶ୍ଚିମ ଓଡ଼ିଶାର ସ୍ବନାମଧନ୍ୟ କଳାକାର ମନୋଜ ମିଶ୍ରଙ୍କୁ ବ୍ୟାନ କରିଥିବାରୁ ସେମାନେ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଯାତ୍ରା ପାର୍ଟିକୁ ଯାତ୍ରା କରିବାକୁ ଦେବେ ନାହିଁ […]

ଭୁବନେଶ୍ୱର: ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱର। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ଆଉ ନାହାନ୍ତି। ୭୦ରୁ ଅଧିକ ଓଡ଼ିଆ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ। ଆଉ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ […]

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଭାରତରୁ ୬ ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇଥିଲେ। ଗତ ୧୨ ତାରିଖରେ ବ୍ୟାଙ୍ଗକକ୍‌ ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୦ଟି ଦେଶରୁ […]

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିବେ ହାଇକୋର୍ଟ। ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ। ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି […]

Social media & sharing icons powered by UltimatelySocial