ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାର ଫଳ ଭୋଗୁଛନ୍ତି ଅଢେଇହଜାର ଲୋକ କେନ୍ଦ୍ରାପଡ଼ା/ଡେରାବିଶ : କାମ ସରିବାର ମାତ୍ର ଆଠ ମାସ ଭିତରେ ସାଢେ଼ ଚାରି କୋଟିର ଡେରାବିଶ ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣାକୁ ନେଇ ଗତକାଲି କେନ୍ଦ୍ରାପଡ଼ା ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ ସାପ, ବେଙ୍ଗକୁ ଦୋଷ ଦେଇଥିଲେ। କହିଥିଲେ, ସରୀସୃପ ମାନେ କଣା କରିଦେବାରୁ ବନ୍ଧ ଭାଙ୍ଗିଗଲା। ନିର୍ବାହୀ ଯନ୍ତ୍ରୀଙ୍କ ଏପ୍ରକାର ଅଜବ ଯୁକ୍ତିକୁ ନେଇ ଚର୍ଚ୍ଚା ଥମି […]

ଚାଷୀଙ୍କୁ ହତାଶ କରୁଛି ବଢ଼ି,ବନ୍ୟାଞ୍ଚଳ ବୁଲିଲେ ବିଧାୟକ ବାଲିପାଟଣା : ବନ୍ୟା ଭୁବନେଶ୍ୱର ଉପକଣ୍ଠବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି। ଭାର୍ଗବୀ ନଦୀପାଣି ଅଚ୍ୟୁତପୁର କାଜ ଏବଂ କୁଶଭଦ୍ରା ନଦୀରୁ ବଇଁଚୁଆ କାଜରେ ପାଣି ଆସିବା ପରେ ବାଲିପାଟଣା ଅଞ୍ଚଳରେ ବଡ଼ ବନ୍ୟା ଦେଖାଦେଇଛି। ଏଥିଯୋଗୁଁ ବାଲିପାଟଣା ବ୍ଲକର ୫ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟାପାଣି ମାଡ଼ି ଯିବାରୁ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଶହଶହ ପରିବାର […]

୯ ବର୍ଷ ପରେ ବି ହୋଇନି ଚୂଡ଼ାନ୍ତ ଚାର୍ଜସିଟ; ପ୍ରମାଣ ନଷ୍ଟ କରି, ହାତେଇ ନେବାକୁ ଷଡ଼୍‌ଯନ୍ତ୍ର ପୁରୀ : ଏମାର ମଠରୁ ମିଳିଥିବା ରୁପା ଇଟା, ଯାହାକୁ ନେଇ ଦିନେ ସାରାରାଜ୍ୟ ଓ ଦେଶରେ ହଇଚଇ(ଚର୍ଚ୍ଚା)ହୋଇଥିଲା, ତାକୁ ନେଇ ଏବେ ସମସ୍ତେ ନିରବ। କେଜିଏ କିମ୍ବା କୁଇଣ୍ଟାଲ ନୁହେଁ, ଦୁଇ ନିବୁଜ‌ କୋଠରିରୁ ଟନ ଟନ୍‌ ଥାକମରା ରୁପା ଇଟା ମିଳିଥିଲା। ସେତେବେଳେ ଏମାର ମଠର ଏ ରହସ୍ୟମୟ […]

ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇଛନ୍ତି। କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା ମଧ୍ୟ କରୋନାର କଡ଼ା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆନ୍ୟମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ […]

ବିଦ୍ୟାଳୟ ଓ କ୍ଲବ ଘରେ ୨ ଶହ ପରିବାର ବାଲିଅନ୍ତା : ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଲିଅନ୍ତାସ୍ଥିତ ମହାତ୍ମା ସେତୁ ନିକଟରେ କୁଶଭଦ୍ରା ବନ୍ୟାପାଣି ବିପଦ ସଙ୍କେତ ଡେଇଁସାରିଛି। କିନ୍ତୁ କୌଣସି ସ୍ଥାନରେ ବନ୍ୟାଜଳ ବନ୍ଧବାଡ଼ ଭାଙ୍ଗିନାହିଁ। ସେହିପରି ଭାର୍ଗବୀ ଓ କୁଆଖାଇ ନଦୀରେ ବନ୍ୟାଜଳ କୂଳ ଲଙ୍ଘିବା ସ୍ଥିତିରେ […]

ଅଢ଼େଇ ହଜାର ଲୋକ ଜଳବନ୍ଦୀ,ସରୀସୃପଙ୍କୁ ଦାୟୀ କଲେ ନିର୍ବାହୀ ଯନ୍ତ୍ରୀ କେନ୍ଦ୍ରାପଡ଼ା : ୮ ମାସ ତଳେ ଯେଉଁ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହୋଇଥିଲା ସାଢ଼େ ଚାରିକୋଟି ଟଙ୍କା , ଏବେ ସେଠି ୧୦୦ଫୁଟର ଘାଇ ହେବା ସହ ଭାଙ୍ଗିଯାଇଛି। ବନ୍ୟାର କରାଳତା ଗ୍ରାସ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈ କୂଳରେ ଥିବା ବେଣୀପୁର ଗ୍ରାମକୁ। ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା […]

କଟକ: ମୁଣ୍ଡଳିରେ ହୀରାକୁଦ ଡ୍ୟାମ ୪୬ଟି ଗେଟ ଦେଇ ଛାଡ଼ୁଥିବା ପାଣି ପହଞ୍ଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର। ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଞ୍ଚିଛି। ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା […]

ବାରଙ୍ଗ : ମହାନଦୀରେ ବଡ଼ଧରଣର ବନ୍ୟା ଆସୁଛି। ମୁଣ୍ଡଳୀ ଆନିକଟ ସୂଚାଙ୍କ ଅନୁସାରେ ଏବେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସା‌ରେ, ସକାଳୁ ହୀରାକୁଦ ଜଳଭଣ୍ଡାରର ପାଣି ପହଞ୍ଚିବା ପରେ ମୁଣ୍ଡଳୀ ଉପରମୁଣ୍ଡର ଜଳସ୍ତର ବଢ଼ିବାରେ ଲାଗିଥିଲା। ବଡ଼ ବଡ଼ ଗଛ ସବୁ ନଦୀରେ ଭାସି ଆସୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପହଞ୍ଚିଥିଲା। ରାତି […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟାଜଳ ଆସି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ପଶିଛି। ଏଥିରେ ଏହି ବ୍ଲକର ୧୦ ପଞ୍ଚାୟତର ୫୦ ଗ୍ରାମରେ ୪୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଣିଷ ସହ ଅନେକ ଗୃହପାଳିତ ପଶୁ ପକ୍ଷୀ ମଧ୍ୟ ପାଣି ଘେରରେ ରହି ଯାଇଛନ୍ତି। ବନ୍ୟା […]

କାନ୍ଥ ପଡ଼ି ଶିଶୁ ମୃତ, ଜଣେ ନିଖୋଜ, ୬ବ୍ଲକ୍‌ରେ ମୋଟ ୨୨ଟି ଘାଇ,ନଦୀ ଗର୍ଭକୁ ଚାଲିଗଲା ୨ ମହଲା ଘର ଯାଜପୁର/ବରୀ : ଯାଜପୁର ଜିଲ୍ଲାରେ ଆଜି ଜଳପ୍ରଳୟ ଦେଖିବାକୁ ମିଳିଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ୍ ଦଶରଥପୁର, ଯାଜପୁର ଓ କେ‌ରୋଇ ପ୍ରଭାବିତ ହୋଇଥିଲା। ଆଜି ବ୍ରାହ୍ମଣୀ ଓ ‌ଖରସ୍ରୋତା ନଦୀରେ ୧୯ଟି ଘାଇ ସୃଷ୍ଟି ହୋଇ ୫ଟି […]

Social media & sharing icons powered by UltimatelySocial