ଭୁବନେଶ୍ୱର : ମହାନଦୀ ଅବବାହିକାରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି। ଏହି ଡ୍ୟାମକୁ ୬ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ […]

ପୁରୀ : ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଷ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି। ଏ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗିରହିଛି। ଏହା ଫଳରେ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାହାକୁ ନେଇ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ବୋଡ଼କ ପଞ୍ଚାୟତ ଓରାଳି ଠାରେ ଏକ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବାପାଇଁ ବୁଧବାର ଅପରାହ୍ନରେ ତହସିଲଦାର […]

ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଆଜି ସକାଳ ସୁଦ୍ଧା‌ ୯୧.୬ମିମି ବର୍ଷା ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଣି ଜମିଥିଲା। କିନ୍ତୁ ରାଜଧାନୀ ଉପକଣ୍ଠ ଅବସ୍ଥା ସଙ୍ଗିନ ହୋଇଯାଇଛି। ସତ୍ୟବିହାରରୁ ଆରମ୍ଭ କରି ନହରକଣ୍ଟା, ହଂସପାଳ, ସୁନ୍ଦରପଦା ଆଦି ଅଞ୍ଚଳରେ ବନ୍ୟାଞ୍ଚଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଉପକଣ୍ଠ ଭାସୁଥିଲେ ହେଁ ଏଠାରେ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇନି। ଫଳରେ […]

ଦୁଇ କାର୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ସାଢେ ୧ଟା ବେଳେ ଏକ କାର୍ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନାଲକୋ ଛକରେ […]

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ନଦୀବନ୍ଧ ଜଗିବାକୁ ନିର୍ଦ୍ଦେଶ-ସବୁ ବିଭାଗକୁ ସଜାଗ କରାଗଲା ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ସମେତ ବୁଢାବଳଙ୍ଗ, ଜଳକା, ଖରସ୍ରୋତା, କାଣୀ ପ୍ରମୁଖ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନଦୀଗୁଡିକ କ୍ରମଶଃ ଫୁଲୁଛନ୍ତି ଓ ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର […]

ମାଲକାନଗିରି : ସାଧାରଣ ଲୋକଙ୍କ ମୌଳିକ ସୁବିଧା ଭାବରେ ଗମନାଗମନର ସୁ-ବନ୍ଦୋବସ୍ତ କରିବା ହେଉଛି ସରକାର ବା ପ୍ରଶାସନର ଦାଇତ୍ୱ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ତରଲାକୋଟା ପଞ୍ଚାୟତ ଅଧୀନ ସିଦ୍ଧେଶ୍ୱରପୁର ଗ୍ରାମରେ। ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଏହି ଗ୍ରାମବାସୀ। ଏହି ଗ୍ରାମରେ ପ୍ରାୟ ୩୦ରୁ ଅଧିକ ପରିବାର ରହି ଆସୁଛନ୍ତି। ବାଲିମେଳା-ମାଲକାନଗିରି ରାଜ୍ୟ ରାଜପଥରୁ […]

୧୧ଟି ଜିଲ୍ଲାରେ ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରବଳ ବର୍ଷା! ଭୁବନେଶ୍ୱର: ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସକାଳେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଫଳରେ ଆଜି ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ସେହିପରି କଟକ ଓ ଭୁବନେଶ୍ୱରରେ ସକାଳ ୯ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ବର୍ଷା ସମୟରେ ଘଣ୍ଟା ପ୍ରତି ୨୦ରୁ ୩୦ […]

ଚଣ୍ଡିଖୋଲ: ହରିଦାସପୁର-ପାରାଦୀପ ନୂତନ ରେଳପଥରେ ଏବେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଥିବାବେଳେ ରେଳଲାଇନ୍ ବିଭିନ୍ନ ସ୍ଥାନରୁ ମାଟିବନ୍ଧ ଧସିବା ସହିତ ପଥର ପ୍ୟାକିଂ ଭୁଶୁଡ଼ିବାରେ ଲାଗିଛି। ହରିଦାସପୁର ଠାରୁ ୨୨ କିମି ଦୂର ପଲାଇ ଗ୍ରାମ ନିକଟରେ ଥିବା ଲଳିତଗିରି ରେଳଷ୍ଟେସନ ଗୃହର ସାମ୍ନା କଂକ୍ରିଟ୍ ପଥର ପ୍ୟାକିଂ ସାଇଟ୍‌ରୁ ୫୦ ଫୁଟ୍ ସ୍ଲାବ୍‌ ଭାଙ୍ଗି ପଥର ଭୁଶୁଡ଼ି ପଡ଼ିଛି। ଠିକ୍ ସେହି ସ୍ଥାନରୁ ୨୦୦ ଫୁଟ୍ ଲମ୍ବର ମାଟିବନ୍ଧ […]

ଇସ୍ରୋ ଦେବ ଅର୍ଥ ଓ ବୈଷୟିକ ସହାୟତା, ଭିସୁଟ୍‌ ଯୋଗାଇବ ଗବେଷଣା ଭିତ୍ତିଭୂମି ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କ୍ୟାମ୍ପସ୍‌ରେ ତିଆରି ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର। ଏ ନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଭିସୁଟ୍ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. […]

Social media & sharing icons powered by UltimatelySocial