ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ ସର୍ବାଧିକ ୧୦ ଜଣ ଭୁବନେଶ୍ୱର : କରୋନା ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉ‌ରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ତେବେ […]

୯୧୧ ଗାଁର ୬ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବା ପାଣି ଭୁବନେଶ୍ୱର : ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଥିବା ସଂକଳ୍ପ କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ପ୍ରତି ଘରକୁ ପିଇବା ପାଣି ଦେବା ଲାଗି ଗତ ତିନିବର୍ଷରେ ୨୪ ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଆସନ୍ତା ୩ବର୍ଷରେ ଆଉ ୨୬ହଜାର କୋଟି […]

ଚନ୍ଦକା : ଚନ୍ଦକାରେ ଥିଲେ ୮୦ ହାତୀ। ରାଜଧାନୀକୁ ପଶି ଆସୁଥିଲେ। ଲୋକଙ୍କ ଘର ଭାଙ୍ଗୁଥିଲେ। ବାଡ଼ିରେ ପଶି ଫସଲ ବି ନଷ୍ଟ କରୁଥିଲେ। କାହା ବାଡ଼ିର କଦଳୀ ଗଛ ଖାଇ ଦେଉଥିଲେ ତ ଆଉ କାହାର ବାଇଗଣ ବିଲକୁ ଗୋଡ଼ରେ ଦଳି ନଷ୍ଟ କରି ଦେଉଥିଲେ। ୯୦ ଦଶକରେ ରାଜଧାନୀବାସୀ ଏଭଳି ଦୃଶ୍ୟ ଦେଖିବାକୁ ପାଉଥିଲେ। ସହର ଭିତରକୁ ପଶି ଆସି ଲୋକଙ୍କୁ ଗୋଡ଼ାଉଥିଲେ। ଦିନେ ଦିନେ ଏମିତି […]

ପୁରୁଣା ଭୁବନେଶ୍ୱର: ଗତକାଲି ସ୍ଥାନୀୟ ବିଏମ୍‌ସି ହସ୍ପିଟାଲରେ ଜଣେ କୁଆଁରୀ ମା’ ନବଜାତ ଶିଶୁକୁ ଅନ୍ୟଜଣକ ହାତକୁ ଟେକି ଦେଇଥିବା ଖବରକୁ ନେଇ ଆଜି ନାନା ଆଲୋଚନା ହେଉଛି। କୁଆଁରୀ ମା’ଟି ଲୋକଲଜ୍ଜା ଓ ଅପବାଦରୁ ବଞ୍ଚିବା ପାଇଁ ଶିଶୁଟିକୁ ଫୋପାଡ଼ି ଦେବା ପୂର୍ବରୁ ଜଣେ ବ୍ୟକ୍ତି ତାକୁ କୋଳକୁ ନେଇଥିବା ଚର୍ଚ୍ଚା ହେଉଥିବା ବେଳେ କେହି କେହି ଶିଶୁଟିକୁ ବିକ୍ରି କରାଯାଇଛି ‌ବୋଲି କହୁଛନ୍ତି। ମାତ୍ର ଘଟଣାକୁ ହସ୍ପିଟାଲ […]

ବାଲିଅନ୍ତା: ଶନିବାର ସକାଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବୃଦ୍ଧା ଶଶି ବେୱା(୮୫)। ପରିବାର ଲୋକେ ଆମ୍ବୁଲାନ୍‌ସ ଡକାଇଲେ। ଆମ୍ବୁଲାନ୍‌ସ ମଧ୍ୟ ଠିକଣା ସମୟରେ ପହଞ୍ଚିଥିଲା। କିନ୍ତୁ ଗାଁଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଅଟକିଗଲା। ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍‌ସ ଗାଁ ଭିତରକୁ ପଶି ପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଶଶିଙ୍କୁ ଭାରରେ ବସାଇ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ବୋହି‌ଲେ। ଠିକ୍ ସେମିତି ଗତ ସପ୍ତାହରେ ଘଟିଥିଲା […]

ସ୍କୁଲ ଓ ଯୁକ୍ତ୨ କଲେଜ ପାଠ୍ୟକ୍ରମ କମ୍‌ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବ। ଏହି ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ‌ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଅନ୍ୟପକ୍ଷରେ ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶାଳୟକୁ ଚଳଚଞ୍ଚଳ କରିବା ଲାଗି […]

ଭୁବନେଶ୍ୱର : ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସାଢେ ସାତକୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍ ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ଅର୍ଥବିନିଯୋଗ ହେବ। ମୁଖ୍ୟମନ୍ତ୍ରୀ ଆଜି ଉଭୟଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ […]

ରିଜର୍ଭ ବ୍ୟାଙ୍କ ନିୟମ ମାନୁନାହାନ୍ତି ୟୁକୋ ବ୍ୟାଙ୍କ ତିହିଡି ଶାଖା କର୍ତ୍ତୁପକ୍ଷ ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦଳ ଗ୍ରାମର ପଦନ ଚରଣ ନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ୟୁକୋ ବ୍ୟାଙ୍କ ତିହିଡି ଶାଖାରୁ ନିଜର ପେନସନ ଟଙ୍କା ଉଠାଣ କରିଥାନ୍ତି। ଆଜି ଉକ୍ତ ୭୦ ବର୍ଷୀୟ ବୃଦ୍ଧ ଶିକ୍ଷକ ଜଣକ ନିଜର ପେନସନ ନେବାକୁ ଏକ ଟ୍ରଲିରେ ଆସି ବହୁ ସମୟଧରି ଟାଣ ଖରାରେ […]

କାଳିଆପାଣି : ବାପାର ଶବଯାତ୍ରା ପାଇଁ ୭ ବର୍ଷର ଝିଅ ନିଜ ଅଗଣାରେ ଖଇ ଭାଜୁଛି। ବିଶ୍ବ ଆଦିବାସୀ ଦିବସରେ ଗତକାଲି ଏଭଳି ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୨ ନଂ ୱାର୍ଡ ଅନ୍ତର୍ଗତ ବିର୍ସାନଗର ବସ୍ତିର ଯକ୍ଷ୍ମା ରୋଗାକ୍ରାନ୍ତ ସୁନାରାମ କିସ୍କୁ(୨୯)ଙ୍କ ଗତକାଲି ମୃତ୍ୟୁ ଘଟିଛି। ତାଙ୍କର ଦୁଇ ଶିଶୁ ଫୁଲମଣି(୭) ଓ ଦେବେନ୍ଦ୍ର(୫) ଏବେ ବେସାହାରା ହୋଇଯାଇଛନ୍ତି। ବାପାଙ୍କ […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଉର୍ଧ୍ଵ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ଅନୁଗୁଳ ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି […]

Social media & sharing icons powered by UltimatelySocial