ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) କାର୍ଯ୍ୟାନ୍ୱୟନ କରିବାରେ ଓଡ଼ିଶା ଚତୁର୍ଥ ଥର ପାଇଁ ଦେଶରେ ଅଗ୍ରଣୀ ହୋଇଛି। ୨୦୧୬-୧୭ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ଗତକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁଣାତ୍ମକ ରାସ୍ତା ନିର୍ମାଣ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ […]

ଯାଜପୁର/ଧର୍ମଶାଳା : ରାସନ କେଳେଙ୍କାରୀ ନେଇ ମାନ୍ୟବର ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ପ୍ରଦତ୍ତ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ଅଚାନକ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ବିଭାଗରୁ ରାଜସ୍ବ ବିଭାଗକୁ ଫେରାଇ ନିଆଯାଇଛି। ୬ ମାସ ପୂରଣ ହେବା ପୂର୍ବରୁ ଧର୍ମଶାଳା ବିଡିଓଙ୍କର ବଦଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶଥାଉକି, ଗତ […]

ସକାଳ ୯ରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସକାଳ ୮ଟା ୫୮ରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ। ସେଠାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି, […]

ସରକାର କରିଥିବା ବଦଳି ନୀତିକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଭୁବନେଶ୍ୱର : ସରକାର ନିଜେ ନିୟମ ପ୍ରଣୟନ କରୁଛନ୍ତି, ଅଥଚ ତାର ପାଳନ ହେଉନି। ନିୟମ ପ୍ରଣୟନ କଲାବେଳେ ଯେଉଁ ସ୍ବଚ୍ଛତା, ଦକ୍ଷତା ଓ ସ୍ପଷ୍ଟ ନୀତିର ଆଭିମୁଖ୍ୟ ରଖିଥାନ୍ତି, ପରବର୍ତ୍ତୀ କାଳରେ ତାକୁ ଭୁଲିଯାନ୍ତି। ଓଡ଼ିଶା ସଚିବାଳୟ ସେବା କ୍ୟାଡର କର୍ମଚାରୀଙ୍କ ବଦଳିକୁ ନେଇ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଲୋକସେବା ଭବନରେ କାର୍ଯ୍ୟରତ ଓଏସ୍‌ଏସ୍‌ କ୍ୟାଡର […]

ଭୁବନ : ଦୁଇ ବର୍ଷ ତଳେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ରାଜ୍ୟରେ ଟପର୍‌ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପୁଅ ସୁଦୀପ ରଣା ଏଥର ବି ବାଜି ମାରିଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୫୭୪ନମ୍ବର ରଖି ଦୁଇ ବର୍ଷ ତଳର ମାଟ୍ରିକ୍‌ ରେକର୍ଡକୁ ଦୋହରାଇଛନ୍ତି। ସାରା ରାଜ୍ୟରେ ଦୁଇ ବର୍ଷରେ ଡବଲ୍ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। ବିଭୁପ୍ରସାଦ ତାଙ୍କ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ଭୁବନେଶ୍ବର ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଷଡ଼ଙ୍ଗୀଙ୍କୁ ଗତ ୯ ତାରିଖରେ ଗିରଫ କରାଯାଇ ୧୩ ତାରିଖ […]

କଟକ : ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ। ୨୦୧୬, ସେପ୍ଟେମ୍ବର ୨୧ରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିଲା। ଏମ୍‌ସିଆଇ ବିଜ୍ଞପ୍ତିକୁ ଆଧାର କରି ଏଭଳି ନିୟମ […]

ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଏଥର ବି ପାସ୍‌ହାର ହ୍ରାସ ପାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯିବା ଦ୍ୱାରା ପାସ୍‌ହାର କମିଛି। ତେବେ ମେଧାବୀଙ୍କ ସଂଖ୍ୟା ବଢ଼ିଛି। କୋଭିଡ୍‌-୧୯ ମହାମାରୀ ସମୟରେ ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ ଆମ ପାଇଁ ବଡ଼ ଆହ୍ୱାନ ଥିଲା। ତା’ ସତ୍ତ୍ୱେ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ତ ପ୍ରକାର ସହଯୋଗ, ଜୀବନକୁ […]

ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ ସର୍ବାଧିକ ୧୦ ଜଣ ଭୁବନେଶ୍ୱର : କରୋନା ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉ‌ରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ତେବେ […]

୯୧୧ ଗାଁର ୬ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବା ପାଣି ଭୁବନେଶ୍ୱର : ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଥିବା ସଂକଳ୍ପ କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ପ୍ରତି ଘରକୁ ପିଇବା ପାଣି ଦେବା ଲାଗି ଗତ ତିନିବର୍ଷରେ ୨୪ ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଆସନ୍ତା ୩ବର୍ଷରେ ଆଉ ୨୬ହଜାର କୋଟି […]

Social media & sharing icons powered by UltimatelySocial