ପୁରୀ: ଦିନକ ପରେ ଶ୍ରୀମନ୍ଦିର ଫେରିବେ ଶ୍ରୀଜିଉ। ଜନ୍ମବେଦୀରୁ ଲୀଳାଖେଳା ସାରି ଏବେ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ଗତକାଲି ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର […]

ବିଡିଏର ମାଷ୍ଟର ପ୍ଲାନ୍‌ କୁଆଡ଼େ ଗଲା? ଭୁବନେଶ୍ୱର : ରାଜଧାନୀ ଭିତରେ ବହୁ ଗାଡ଼ି ଯାତାୟାତ କରୁଥିବାରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ ରାଜଧାନୀକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ୪ଟି ସ୍ଥାନରେ ରଖାଯିବ। ଏଥିପାଇଁ ରାଜଧାନୀର ୪ ଦିଗରେ ୪ଟି ବସ୍‌ ଟର୍ମିନାଲ୍‌ ହେବ। ପଟିଆ, ଘଙ୍ଗାପାଟଣା, ନହରକଣ୍ଟା ଓ ପୁରୀ ବାଇପାସ୍‌ର ପାଣ୍ଡରା ନିକଟରେ ବସ୍‌ ଟର୍ମିନାଲ୍‌ ହେବ। ପ୍ରତି ବସ୍‌ ଟର୍ମିନାଲ୍‌ […]

ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲ୍‌କୁ ପଠାଗଲା ମ‌ା’ ସହ ୧୦ ମାସର ଆକ୍ରାନ୍ତ ପୁଅ କଟକ : କଟକରେ କରୋନା ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ଆଜି ଗୋଟିଏ ଦିନରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଜଣ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ସହିତ ଏସ୍‌ସିବି ଆଇସୋଲେସନ୍‌ରୁ ୧୧, ଆଠଗଡ଼-ତିଗିରିଆରୁ ୧୭ ଓ ଟାଙ୍ଗୀରୁ ୨ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଚାର୍ଯ୍ୟ […]

୧୯ ଜିଲ୍ଲାରୁ ୨୫୧ ରୋଗୀ ଚିହ୍ନଟ, ୧୬୪ ସୁସ୍ଥଗଞ୍ଜାମର ଆଉ ଏକ ଅଣ କୋଭିଡ୍‌ ମୃତ୍ୟୁ ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ କରୋନା ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଏକପ୍ରକାର ରେକର୍ଡ ସୃଷ୍ଟି ହୋଇଛି। ତହିଁରେ […]

ଭୁବନେଶ୍ୱର: ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି। ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି।ବରିଷ୍ଠ ଉପସଭାପତିଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ପଦରେ ନିଯୁକ୍ତି ମିଳିଛି। […]

ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି […]

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ପଦ୍ମା କାର୍‌ ମାର୍ଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସନ୍ଧ୍ୟା ୭ଟା ବେଳେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସୋ ରୁମ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ଯୋଗୁଁ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ତେବେ ଏଥିରେ ଥିବା ୨୦ରୁ ୩୦ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜଳି ଯାଇଛି। ଖବର ପାଇ ଅଗ୍ନିଶମ […]

ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ରୁ ଭୋର ୫, ୧୦ ଜିଲ୍ଲାରେ ଶନିବାର, ରବିବାର ସଟ୍‌ଡାଉନ୍ ଭୁବନେଶ୍ବର: ରାତ୍ରୀକାଳୀନ କର୍ଫ୍ୟୁ ସୀମା ରାତି ୯ଟାରୁ ଭୋର ୫ଟା ଯାଏ ବଳବତ୍ତର ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ଖୋଲିପାରିବ ନାହିଁ। ହେଲେ ପରୀକ୍ଷା ଓ ମୂଲ୍ୟାୟନ ହୋଇପାରିବ। ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା, […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା […]

ଭୁବନେଶ୍ବର : ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି। ଆସନ୍ତା ୪ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର-ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରଫ ଲାଇନ ସମୁଦ୍ର ପତ୍ତନ ଠାରୁ ୩.୧ କିମି ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା […]

Social media & sharing icons powered by UltimatelySocial