ଭୁବନେଶ୍ବର : ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ହୋଇଥିବା ସଟ୍‌ଡାଉନ୍‌ ଜୁଲାଇ ମାସରେ ବି ଜାରି ରହିବ। ଜୁନ୍‌ ମାସରେ ରାଜଧାନୀରେ ଯେଉଁଭଳି କୋଭିଡ୍‌-୧୯ କଟକଣା ଜାରି ରହିଛି ତାହା ବି ଜୁଲାଇ ମାସରେ ବଳବତ୍ତର ରହିବ। କୌଣସି ପ୍ରକାରର ନିୟମ କୋହଳ ହେବନି। ଅର୍ଥାତ୍‌ ଶୁକ୍ରବାର ସଂଧ୍ୟା ୭ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଯାତାୟାତ ବନ୍ଦ ରହିବ। ରାଜ୍ୟ ସରକାର ସଟ୍‌ଡାଉନ୍ […]

ବାହାରିଲେଣି ୨୪ ପଜିଟିଭ୍‌, ୨୪ ନିର୍ମାଣ ଶ୍ରମିକ ବି ଆକ୍ରାନ୍ତ ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌ ୧ରୁ ଜୁନ୍‌ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କିନ୍ତୁ ଏଥିରେ ବସ୍ତିରୁ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ କେହି ଜଣେ ବି ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ […]

ମେଣ୍ଢାଶାଳ: ଛତାବର ପଞ୍ଚାୟତର ଗୁପ୍ତପଡ଼ା ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗୁପ୍ତପଡ଼ା ବନ୍ଧରେ ୨ଟି ମଗରମୁଁହା କୁମ୍ଭୀର ଦେଖିବାକୁ ମିଳିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁର ଋଷି ପରିଡ଼ାଙ୍କର ଛେଳି ଛୁଆ ଓ କୈଳାସ ବେହେରାଙ୍କ କୁକୁରକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିବା ପରେ ଗାଁରେ କୋକୁଆ ଭୟ ଖେଳି‌ ଯାଇଛି। ସୂଚନାଯୋଗ୍ୟ ଯେ ଚନ୍ଦକା ଅଭୟାରଣ୍ୟର ହଳଦିଆ ରେଞ୍ଜ ଅଧୀନରେ ଥିବା ଏହି ଗୁପ୍ତପଡ଼ା ବନ୍ଧ ଉପରେ […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ […]

ଦିନକରେ ୧୬ ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଲା ଭୁବନେଶ୍ୱର : ରାଜଧାନୀର ୧୦ରୁ ଅଧିକ ବସ୍ତିକୁ ମାଡ଼ି ଗଲାଣି କରୋନା। ପ୍ରତ୍ୟେକ ଦିନ ରାଜଧାନୀର କୌଣସି ନା କୌଣସି ବସ୍ତିରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏପରି ହେଲାଣି, ସହରାଞ୍ଚଳରେ ଗୃହ ସଙ୍ଗରୋଧ ବ୍ୟବସ୍ଥା ଥିଲେ ମଧ୍ୟ ବସ୍ତି ଅଞ୍ଚଳରେ ବିଏମ୍‌ସି ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛି। ଏପରିକି ସୁସ୍ଥ ହେଲେ, ସେମାନଙ୍କୁ […]

ଭୁବନେଶ୍ବର : ପାହାନ୍ତା ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି। ଦିନରେ ଖରାର ପ୍ରକୋପ ଏତେ ଯେ ବର୍ଷା ଋତୁ ବି ଗ୍ରୀଷ୍ମଋତୁ ଭଳି ଲାଗିଲାଣି। ଗତ ୩ଦିନ ହେଲା ଏମିତି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢ଼ିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି। […]

ଭୁବନେଶ୍ବର : ରାଜଧାନୀରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ କେବଳ ରାଜଧାନୀର। ଚିନ୍ତାର ବିଷୟ ହେଲା, ସେମାନଙ୍କ ମଧ୍ୟରୁ ୧୩ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଏମାନେ କେଉଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତଙ୍କ ହୋଇଛନ୍ତି। ଆଜିର ଏହି ୧୩ ଜଣଙ୍କୁ ମିଶାଇ ଗତ ୨୦ ଦିନ ଭିତରେ ରାଜଧାନୀରୁ ୭୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ […]

ଶନିବାରୁ ପୁରୀରୁ ଆରମ୍ଭ ହେବ ସିରୋଲୋଜିକାଲ ସର୍ଭେ, ଜୁଲାଇ ୧ରୁ ୪ ସ୍ଥାନରେ ପରୀକ୍ଷା ଭୁବନେଶ୍ବର : ଏଣିକି ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା କଲେ ରୋଗୀଙ୍କୁ ସର୍ବାଧିକ ୨୨ଶହ ଟଙ୍କା ଖର୍ଚ କରିବାକୁ ହେବ। ପୂର୍ବରୁ ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା ପାଇଁ ରୋଗୀଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି […]

ଆଳି: ରାସ୍ତା ଅବରୋଧ ପ୍ରତିବାଦରେ ଗୁୁରୁବାର ପଦନୀପାଳ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ୍ବ ଲୋକ ଆଳି ତହସିଲ ଘେରାଉ କରି ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି। କନିକା ତହସିଲ ଅଧିନସ୍ଥ ପଦନୀପାଳର ପଡୋଶୀ ନମତରା ଗ୍ରାମବାସୀ ମାନେ ରାସ୍ତା କାଟି, ବାଡ ବୁଜି ଓ ଠେଙ୍ଗାବାଡି ଧରି ସଂଘବଦ୍ଧ ଭାବେ ପଦନୀପାଳ ଲୋକଙ୍କୁ ରାସ୍ତାରେ ଛାଡୁ ନଥିବାର ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି। ଦୁଇ ମାସ ହେଲା ରାସ୍ତା କାଟି […]

Social media & sharing icons powered by UltimatelySocial