ଭୁବନେଶ୍ବର: କରୋନା ମହାମାରୀ ପାଇଁ ପୂର୍ବରୁ ଐତିିହାସିକ କଟକ ବାଲିଯାତ୍ରୀ ବନ୍ଦ ଘୋଷଣା ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ହେଉଥିବା ବାଲିଯାତ୍ରା ବି ହେବ ବୋଲି ଘୋଷଣା ହୋଇଛି। କମିସନରେଟ ପୁଲିସ୍‌ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ଯେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଯାଇଛି। […]

ମନ୍ଦିର ଖୋଲିବା ପାଇଁ ସେବାୟତଙ୍କ ପ୍ରତିବାଦ ଭୁବନେଶ୍ବର: ରାଜଧାନୀର ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ। ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି। ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି , ତେଣୁ ଏବେ ରାଜଧାନୀରେ ମନ୍ଦିର […]

ଭୁବନେଶ୍ୱର: କେଦାରଗୌରୀ ମନ୍ଦିର ପରିସରସ୍ଥ ପ୍ରାଚୀନ ଚାରିଟି କୁଣ୍ଡର ହୃତ ପବିତ୍ରତା ଫେରାଇ ଆଣିବାକୁ ପର୍ଯ୍ୟଟନ ବିଭାଗ ୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲା। ଅନୁଦାନକୁ ନେଇ କୁଣ୍ଡର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ମାତ୍ର ଅଧାରୁ କାମ ବନ୍ଦ ହୋଇଗଲା। ଫଳରେ ପର୍ଯ୍ୟଟନ ବିଭାଗର ଅନୁଦାନ ଅର୍ଥ ପଡ଼ି ରହିଥିବାବେଳେ ଉକ୍ତ ଚାରି କୁଣ୍ଡର ପବିତ୍ରତା ଫେରିବା ବିଳମ୍ବିତ ହେଉଛି। ତେଣୁ ଦେବାଦେବୀଙ୍କ ସ୍ନାନାଦି କାର୍ଯ୍ୟରେ […]

ପବିତ୍ର ଗୋସାଗରେଶ୍ବର ଜଳାଶୟ ଏବେ ବର୍ଜ୍ୟକୁଣ୍ଡ ଭୁବନେଶ୍ବର: ପବିତ୍ର ପୁଷ୍କରିଣୀ ଭାବେ ଦିନେ ପ୍ରସିଦ୍ଧି ଅର୍ଜନ କରିଥିବା ଗୋସାଗରେଶ୍ବର ଜଳାଶୟ ବର୍ଜ୍ୟରେ ପରିଣତ ହୋଇଛି। ମୁକ୍ତିର ବାଟ ଦେଖାଉଥିବା ‌ଜଳାଶୟ ଐତିହ୍ୟ ମନ୍ଦିର ପାଇଁ ଏବେ ବିପଦ ସାଜିଛି। ପୌରାଣିକ ଯୁଗ ସହ ଯୋଡ଼ି ହୋଇ ରହିଥିବା ଏହି ପୋଖରୀ ଅସ୍ତିତ୍ବ ହରାଇବାକୁ ବସିଲାଣି। ସରକାରୀ କଳର ଆନ୍ତରିକତାର ଅଭାବ ଓ ଅବହେଳା ଯୋଗୁଁ ଅଣନିଃଶ୍ବାସୀ ହୋଇପଡ଼ିଥିବା ଏହି ପୋଖରୀ […]

ଭୁବନେଶ୍ୱର : ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି। କିନ୍ତୁ ସର୍ତ୍ତ ରଖିଛନ୍ତି ଯେ, କେଉଁ ସହରାଞ୍ଚଳରେ କେଉଁ ମନ୍ଦିର ଖୋଲିବ କି ନଖୋଲିବ ସେ ନିଷ୍ପତ୍ତି ସ୍ଥାନୀୟ ପୌରସଂସ୍ଥା ନେବ। ତେଣୁ ଭୁବନେଶ୍ବରରେ କେଉଁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାରା କେବେ ଖୋଲିବ, କେତେ ଲୋକ ଆସିପାରିବେ, କିପରି ଦର୍ଶନ ବ୍ୟବସ୍ଥା ରହିବ ସେନେଇ ବିଏମ୍‌ସିକୁ ନିଷ୍ପତ୍ତି ନେବାକୁ କୁହାଯାଇଛି। ହେଲେ ରାଜଧାନୀରେ ଏବେ […]

ଜିଲ୍ଲାପାଳଙ୍କ ପରାମର୍ଶ ନିଆଯାଇ କଳାକାର ମାନଙ୍କ ସମସ୍ୟାର ସମାଧାନ କରାଯିବ ଭଦ୍ରକ : ଭଦ୍ରକ ଜିଲ୍ଲାର ନୂତନ ସଂସ୍କୃତି ଅଧିକାରିଣୀ ଭାବରେ ଯୋଗଦେଇଥିବା ମନସ୍ବିନୀ ରାଉତଙ୍କୁ କଳାକାରମାନେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପୂର୍ବତନ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ,ବରିଷ୍ଠ କର୍ମଚାରୀ ତାପସ ନାୟକ ଓ ନବୀନ ସେନାପତିଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ପ୍ରଦାନ […]

ସଂସ୍କୃତି ବିଭାଗ ଅଛି କାହିଁକି ? ଭୁବନେଶ୍ୱର : କୋଭିଡ୍‌ ସମୟରେ ଜୀବନ ସହ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର ବାରମ୍ବାର ଘୋଷଣା କରୁଛନ୍ତି। ସେଥି ପାଇଁ ସବୁ ବୃତ୍ତିରେ କଟକଣା ଭିତରେ ରୋଜଗାର ନିମନ୍ତେ ସୁଯୋଗ ଦିଆଯାଉଛି। କିନ୍ତୁ ନୃତ୍ୟ, ଗୀତ, ଅଭିନୟ ଆଦିକୁ ବୃତ୍ତି କରିଥିବା ରାଜ୍ୟର ଶହ ଶହ କଳାକାରଙ୍କ ପେଟରେ ଶକ୍ତ ଲାତ ମରାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳୁ ନ ଥିବାରୁ […]

ପୁରୀ : ଶହଶହ ବର୍ଷ ପରେ ପୁରୀର ବାଙ୍କୀ ମୁହାଣ ଓ ଗୋଲଡେନ ବିଚ୍‌କୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ‌ବେଳାଭୂମିକୁ ଯୋଡ଼ି ଦିଆଯାଇଛି। ଦୁଇ ବେଳାଭୂମି ମଧ୍ୟରେ ରହିଥିବା ଜଳାଧାର ମଧ୍ୟରେ ଏକ ସା‌ଇଫନ (ପୋଲ) ନିର୍ମାଣ କରା‌ଯାଇଛି। ଫଳରେ, ମହାପ୍ରଭୁଙ୍କ ଦାରୁ ଲାଗିଥିବା ପବିତ୍ର ବାଙ୍କୀ ମୁହାଣ ପୁଣିଥରେ ହସିବ। ଏହି ପବିତ୍ରସ୍ଥଳ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରାଣକେନ୍ଦ୍ରରେ ପରିଣତ ହେବ। ଗତ ୨୪ […]

ଭୁବନେଶ୍ୱର : ଉତ୍ସବ ନେଇ ଅଶିଣ ଆସିଛି। କାଶତଣ୍ଡୀରେ ପରିବେଶ ନୂଆନୂଆ ଲାଗୁଛି। ମା’ବି ଧରାବତରଣ କରିସାରିଛନ୍ତି। ହେଲେ ଝଲସୁନି ରଙ୍ଗିନ ଆଲୁଅମାଳା। ସୁଦୃଶ୍ୟ ତୋରଣକୁ ନେଇ ଜମୁନି ପ୍ରତିଯୋଗିତା। ଗହଳିରେ ଫାଟି ପଡ଼ୁନି ମୀନା ବଜାର। ଦୋଳିର କେଁ କଟର ସାଙ୍ଗକୁ ଶୁଭୁନି ପିଲାଙ୍କ କୋଳାହଳ। ପୂଜା ହେଉଛି, ମା’ ବିରାଜିଛନ୍ତି। ହେଲେ ସବୁ ନିରବ, ନିଶ୍ଚଳ ଓ ଶୂନଶାନ୍…ପୂଜା ପାଖେଇଲେ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ‌ ହୋଇଯାଏ। […]

କିଛି ଲୋକ ପୋତିହୋଇ ପଡ଼ିଥିବା ଆଶଙ୍କା ହାଇଦ୍ରାବାଦ: ପାହାଡ଼ ଉପରୁ କେତେଗୁଡ଼ିଏ ପ୍ରକାଣ୍ଡ ପଥର ଖଣ୍ଡ ଗଡ଼ି ଆସିବାରୁ ବୁଧବାର ଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ପରିସରସ୍ଥିତ ଏକ ଘର ଭାଙ୍ଗି ପଡ଼ିଛି। ସେହି ଘରର ଭଗ୍ନାଂଶ ତଳେ ଅନ୍ୟୂନ ଦୁଇଜଣ ପରିମଳ କର୍ମଚାରୀଙ୍କ ସମେତ ଚାରିଜଣ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ପଥର ଖସିଥିବା […]

Social media & sharing icons powered by UltimatelySocial