ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୮୦ଜଣ ସଙ୍ଗରୋଧରେ ଥିବା ଜଣେ କଣ୍ଟେନମେଣ୍ଟ ଜୋନର ଓ ୫ଜଣ ସ୍ଥାନୀୟ ଲୋକ ଥିବା ଜଣାଯାଇଛି।ଆଜି ପୁରୀରୁ ୩ ଜଣ ଓ କଟକ ଜିଲ୍ଲାରୁ ୧୧ ଜଣ […]

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି। ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ […]

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୫୧ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀରୁ ଚିହ୍ନଟ ଆକ୍ରାନ୍ତଜଣକ ପଶ୍ଚିମବଙ୍ଗ ଫେରନ୍ତା। ଗଞ୍ଜାମର ୪ଜଣଙ୍କ ମଧ୍ୟରୁ ୩ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନୁଗୁଳରୁ ଚିହ୍ନଟ […]

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ଓଡ଼ିଶାରେ ମାଡ଼ ନହେଲେ ବି ଏହାର ପ୍ରଭାବ ପଡ଼ିବ। ଏହି ପୂର୍ବାନୁମାନ ଭାରତୀୟ ପାଣିପାଗ କରିଥିଲା। ମଙ୍ଗଳବାର ଦିନତମାମ୍ କୋହଲା ପାଗ ଥିବାବେଳେ ମଝିରେ ମଝିରେ ଝିପିଝିପି ବର୍ଷା ହେଉଥିଲା। ସଂଧ୍ୟା‌ରୁ ବର୍ଷା ଆରମ୍ଭ ହୋଇଥିଲା। କିନ୍ତୁ ରାତି ସାଢ଼େ ୧୧ଟା ପରେ ପବନ ବହିବା ଆରମ୍ଭ କରିଥିଲା। ରାତି ତମାମ୍ ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବହୁଥିବାରୁ ସକାଳେ ଜୋର୍‌ରେ ବାତ୍ୟା […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା। ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା। ଠିକ୍ ସେହିପରି […]

ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା ସୂଚନା ମହାକାଳପଡ଼ା: ବାତ୍ୟା ଅମ୍ଫାନକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଓ ପବନର ବେଗ ବଢିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରୁ ଆସିଛି ଏକ ଭିନ୍ନ ଖବର। ଆମ୍ବୁଲାନ୍ସ ଆସି ନ ପାରିବାରୁ ବାଧ୍ୟ ହୋଇ ଅଗ୍ନିଶମ ଗାଡ଼ିରେ ପ୍ରସୂତି ଯାଉଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ମହାକାଳପଡ଼ା ପଞ୍ଚାୟତର ଜହଁରା ଗ୍ରାମର […]

ଭଦ୍ରକ: ବାତ୍ୟା ଅମ୍ଫାନର ଭୟାବହତା ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲାରେ ବାତ୍ୟା ଅମ୍ଫାନ ନେଇଛି ପ୍ରଥମ ମୁଣ୍ଡ। କାନ୍ଥ ପଡ଼ି ଏକ ଶିଶୁର ଜୀବନ ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବାତ୍ୟା ଅମ୍ଫାନର ପ୍ରଭାବରେ ଜୋରରେ ପବନ ବହିବାରୁ ଓ ବର୍ଷା ହେବାରୁ ତିହିଡି ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା। ତିହିଡି ବ୍ଲକ ଅନ୍ତର୍ଗତ କାଆଁପଡା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ବର୍ଷା ପବନ […]

ଭୁବନେଶ୍ୱର: ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି, ଏହାର ପ୍ରଭାବ ସେତିକି ସେତିକି ଅନୁଭବ କରି ହେଉଛି। ପାରାଦୀପ ଅତିକ୍ରମ କରି ଅମ୍ଫାନ୍ ଏବେ ଭଦ୍ରକ ଓ ବାଲେଶ୍ୱର ଅଭିମୁଖେ ଗତି କରୁଛି। ସୂଚନା ଅନୁସାରେ ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଦିଗକୁ ଗତି କରୁଛି । ଏହା ଏବେ ଦୀଘାଠାରୁ ୧୨୫କିମି ଦୂରରେ ଥିବା ବେଳେ […]

ଭୁବନେଶ୍ୱରକୁ ଲେଉଟିଲା କରୋନା ଭୁବନେଶ୍ୱର :ରାଜ୍ୟରେ ମଙ୍ଗଳବାର ଚିହ୍ନଟ ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ସରକାର ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଏମାନଙ୍କ ଭିତରୁ ୪୬ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏଥିମଧ୍ୟରୁ ଯାଜପୁରର ୩୦, ଭଦ୍ରକର ୧୨, ଅନୁଗୁଳର ୨ ଏବଂ ସମ୍ବଲପୁରର ୨ଜଣ ଅଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ବୋଲି ସରକାର ତଥ୍ୟ […]

ଭୁବନେଶ୍ୱର:ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର-କଟକ ପୁଲିସ କମିସନ୍‌ରେଟ୍‌ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ପ୍ରାପ୍ତ ତଥ୍ୟ ଅନୁସାରେ, ଛୁଟିରେ ଥିବା କମିସନ୍‌ରେଟ୍‌ ପୁଲିସର ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ନମୁନା ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତ ହୋଇଥିବା କର୍ମଚାରୀଙ୍କ ବୟସ ୩୬ବର୍ଷ। ତେବେ ତାଙ୍କ ଠାରେ କରୋନାର […]

Social media & sharing icons powered by UltimatelySocial