ଭୁବନେଶ୍ୱର : ମାସିକ କିସ୍ତି ଦେବାରେ ସାମାନ୍ୟ ବିଳମ୍ବ ହେଲେ ଏକାଧିକବାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟା ଯାଉଛି। ଏପରିକି କିଛି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମନଇଚ୍ଛା ଟଙ୍କା କଟା ଯାଉଛି। କିନ୍ତୁ ଏ ସଂପର୍କ‌ରେ ଋଣ ଦେଇଥିବା ସଂସ୍ଥା ବଜାଜ ଫିନସର୍ଭ ନା ବ୍ୟାଙ୍କ କର୍ତ୍ତୃପକ୍ଷ; କେହି ବି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଏଭଳି ଅଭିଯୋଗ କରି ଆଜି ୫୦ରୁ ଊର୍ଧ୍ୱ ଲୋକ ଖାରବେଳ ନଗରସ୍ଥିତ ବଜାଜ୍‌ ଫିନସର୍ଭ […]

ଭୁବନେଶ୍ୱର: ଲୋୟର୍‌ ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟରଙ୍କ ଠିଆ ଗୋଇଠାର ଦୃଶ୍ୟକୁ ନେଇ ଚର୍ଚ୍ଚା ନ ଥମୁଣୁ, ଏବେ ଆଉ ଜଣେ ପୁଲିସ ବାବୁଙ୍କ ଦାଦାଗିରି ସାମ୍ନାକୁ ଆସିଛି। କବାଟ ଖୋଲିବାରେ ବିଳମ୍ବ ହେବାରୁ ରାତି ଅଧିଆ ଗେଟ୍‌ ଡେଇଁ ଏକ ଘରୋଇ ଅଫିସ୍‌ରେ ପଶି କର୍ମଚାରୀଙ୍କୁ ନିର୍ଧୂମ୍‌ ମାଡ଼ ମାରିଛନ୍ତି। ସେତିକିରେ ବାବୁଙ୍କ ରାଗ ଶାନ୍ତ ହୋଇନି, ସେଠାରୁ ଖଣ୍ଡଗିରି ଥାନାକୁ ଆଣି ହାଜତ ଭିତରେ […]

ନୂଆଦିଲ୍ଲୀ: ବହୁର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତିି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ପୁନର୍ବିଚାର ଆବେଦନକୁ ଗ୍ରହଣ କରିବା ଭଳି କୌଣସି […]

କଣ୍ଟାବାଞ୍ଜି: ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କଠାରୁ ରବିବାର ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ବେଲପଡା ଠାରୁ କଣ୍ଟାବାଞ୍ଜି ରାସ୍ତାରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ତଅଲା ଛକଠାରେ ଆକ୍ରମଣ କରିଥିଲେ ଏବଂ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଲୁଟର ଶିକାର ହୋଇଥିଲେ ସତ୍ୟନାରାୟନ ରେଡ୍ଡି। ସତ୍ୟନାରାୟଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ […]

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସଭାପତି ଅମିତ ଶାହ ବିଜେଡିକୁ ଓପାଡ଼ି ଫିଙ୍ଗିଦେବା ଲାଗି ପ୍ରତି ସଭାରେ ଗର୍ଜନ କରୁଥିଲେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିବ, ଏ ନେଇ ବାରମ୍ବାର ସନ୍ଦେହ ପ୍ରକଟ କରି କଟାକ୍ଷ କରିଥିଲେ। ନିର୍ବାଚନ ପରେ ରାଜନୀତି ଦୃଶ୍ୟପଟ୍ଟ ବଦଳିଯାଇଛି। ଉଭୟ ଏମିତି ବନ୍ଧୁତାରେ ଆବଦ୍ଧ ହୋଇଛନ୍ତି ଯେ ବିଜେଡି ନିଜର ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ […]

ଖଣ୍ଡଗିରି : ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆକୁ ଆବର୍ଜନାବୁହା ଗାଡ଼ି କବ୍‌ଜା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଆବର୍ଜନା ଗାଡ଼ିଗୁଡ଼ିକର ଅସ୍ଥାୟୀ ଟର୍ମିନାଲ୍‌କୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଏହି ଜନଅସନ୍ତୋଷ ଏବେ ବଢ଼ିବା‌ରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ, ଏହି ପଡ଼ିଆରେ […]

ମଶାଙ୍କ ସାନ୍ଦ୍ରତା ସର୍ଭେ ହେଉନି, ଟିଫା ମେସିନ୍‌ ବୁଲୁଛି, ତେଲ ବି ସ୍ପ୍ରେ’ ହେଉଛି ଭୁବନେଶ୍ୱର : ଚିଡ଼ିଆଖାନାରେ ଲୋକମାନେ ଖୁଆଡ଼ ପାଖରେ ଛିଡ଼ା ହୋଇ ଯେମିତି ପାଟି କରି ବାଘକୁ ଦେଖନ୍ତି ଏବେ ସେମିତି ମଶାମାନେ ମଶାରି ବାହାରେ ଭଁ ଭଁ ହୋଇ ଲୋକଙ୍କୁ ଦେଖୁଛନ୍ତି। ଚିଡ଼ିଆଖାନାରେ ଲୋକ ଖୁଆଡ଼ ଭିତରକୁ ପଶିବାକୁ ଚାହାନ୍ତିନି, କିନ୍ତୁ ମଶାରି ବାହାରେ ଥିବା‌ ମଶା କେମିତି ଭିତରକୁ ପଶିବ ସେ ବାଟ […]

ଭୁବନେଶ୍ୱର : ‘୫-ଟି’ରେ ସାମିଲ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ମାତ୍ର ଏହା କେତେ ଦୂର ଫଳପ୍ରଦ ହୋଇଛି, ତାହା ଜଳଜଳ ଦେଖାଯାଉଛି। ଖୋଦ୍‌ ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ବେଳେ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ମିଳୁଛି, ତାହା ସ୍ପଷ୍ଟ ଅନୁମେୟ। ଏନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ […]

ଜନ୍ମଦିନରେ ରକ୍ତର ଜବାବ୍ ରକ୍ତରେ ଖଣ୍ଡଗିରି: ମଙ୍ଗଳବାର ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳେ ଯାଁଳା ଫାଣ୍ଡି ଅଧୀନ ମଦନପୁରସ୍ଥିତ ନିସ୍‌ କଲେଜର ଜଣେ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଛାତ୍ରଜଣକ ହେଲେ, ସୁନ୍ଦରପଦା ଗାଁର ବିଜୟ ଗଜେନ୍ଦ୍ରଙ୍କ ପୁଅ ଜଗଜିତ୍‌(୧୯)। ସେ ନିସ୍ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ଵିତୀୟ ବାର୍ଷର ଛାତ୍ର। ପ୍ରାୟ ୧୫ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା […]

ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ: ଅମିତ ଶାହ,ବିଲ୍‌ର କପି ଚିରିଲେ ଅୱେସି, ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିରୋଧ ଆଦିଲ୍ଲୀ :‌ ଲୋକସଭାରେ ଆଜି ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ଆଜି ଦିନରେ ଆଗତ ହୋଇଥିବା ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର […]

Social media & sharing icons powered by UltimatelySocial