ଗରଦପୁର: ତାଲିମ ଓ ପ୍ରୋତ୍ସାହନର ଅଭାବରୁ ଅର୍ଥକରୀ ଫସଲ ଭାବେ ଗଣାଯାଉଥିବା ସୂର୍ଯ୍ୟମୁଖୀ ଚାଷ ବୁଡ଼ିବାକୁ ବସିଛି। ପ୍ରୋତ୍ସାହନ ଅଭାବରୁ ଏହି ଚାଷ ପ୍ରତି ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ସେମାନଙ୍କ ଆଗ୍ରହ କମିବାରେ ଲାଗିଛି। ରବି ଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଗଲେ ଚାଷୀଙ୍କ ଅର୍ଥନୀତି ସୁଦୃଢ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଗରଦପୁର ବ୍ଳକ୍ ବେଡାରୀ […]
ରାଜ୍ୟ
ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡକୁ ୫୦ଦିନ ପୁରିଗଲାଣି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିଲାନି। ଏସସିବି ମେଡିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା […]
ଖଣ୍ଡଗିରି: ୪ ଲକ୍ଷ ଟଙ୍କାରେ ନିର୍ମାଣ ହେଲା ଅଙ୍ଗନବାଡ଼ି କେନ୍ଦ୍ର। ମାତ୍ର ସେଠି ପାଠ ନ ପଢ଼ି ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପାଠ ପଢୁଛନ୍ତି ପଣ୍ଡାକୁଦିଆ ଜଗନ୍ନାଥ ସାହି ବସ୍ତିର ପିଲା। ନୂଆ କୋଠା ଖତ ଖାଉଛି। ପ୍ରଶାସନିକ ଅପରାଗତା ନା ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ଦାଦାଗିରି, କାହା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଛି, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁଁ ପିଲାମାନେ […]
କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏଭଳି ମୁଦ୍ରଣଜନିତ ତ୍ରୁଟି ହୋଇଛି। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ […]
ନବରଙ୍ଗପୁର: ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ଆଜି ଭୋର ସକାଳୁ ସେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରସିଦ୍ଧ ଶୈବ ପୀଠ ମାଣ୍ଡାଡଙ୍ଗରୀ ପରିଦର୍ଶନ କରିଥିଲେ। ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପାପଡାହାଣ୍ଡି ବ୍ଲକର ଜଟାବାଲ ସ୍ଥିତ ମଙ୍ଗଳ ବିଭାଗର […]
ପରିବହନ ବିଭାଗ, ଟ୍ରାଫିକ୍ ପୁଲିସ, ବସ୍ ମାଲିକ ସଂଘ ନିରବ ଭୁବନେଶ୍ବର : ରାଜଧାନୀର ବହୁ ପୁରୁଣା ରାସ୍ତା କଟକ ରୋଡ୍ରୁ ଭିଡ଼ କମାଇବା ପାଇଁ ପୁରୀ-ବାଇପାସ୍ ରାସ୍ତା ତିଆରି ହେଲା। ହେଲେ ପ୍ରଶାସନ ଓ ପୁଲିସ୍ର ଅବହେଳା ଯୋଗୁଁ ଏ ରାସ୍ତାର ବିଶେଷ ଫାଇଦା ଉଠା ଯାଇପାରୁନାହିଁ। ଅପରପକ୍ଷେ କଟକ ରୋଡ୍ରେ ଅସମ୍ଭାଳ ଭିଡ଼ ପାଇଁ ରାଜଧାନୀବାସୀ ଯେଉଁ ସମସ୍ୟା ଭୋଗୁଥିଲେ, ତାହା ଏବେ ବି ଜାରି ରହିଛି। […]
ଭୁବନେଶ୍ବର : ହଂସପାଳ ଫ୍ଲାଏଓଭର୍ ନିର୍ମାଣ ବିଳମ୍ବ ପ୍ରସଙ୍ଗ ଆଜି ଭିନ୍ନ ମୋଡ଼ ନେଇଛି। ଏନ୍ଏଚ୍ଏଆଇ ଅଧିକାରୀ ଓ ଠିକାଦାର ଗୁରୁବାର ଦିନ କ୍ଷେତ୍ର ପରିଦର୍ଶନରେ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଦୀର୍ଘ ଦିନ ହେବ ବ୍ରିଜ୍ କାମ ସଂପୂର୍ଣ୍ଣ ନ ହେବା ଓ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିଥିଲେ। ଏମିତିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ତୁରନ୍ତ […]
ଭୁବନେଶ୍ୱର: ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଡ଼୍ରାଇଭର ଏକତା ମହାମଞ୍ଚ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡ଼ିଜି ଓ ସିପିଙ୍କ ଭେଟି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଗଲା। ଗତକାଲିର ଆନ୍ଦୋଳନରେ ହାତରେ ସ୍ଲେଟ ଧରାଇ ଫଟୋ ଉଠାଇ ଅପମାନିତ କଲାଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲା ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗୃପ।ଆଜି ଡ଼ିଜିଙ୍କ ଠାରୁ […]
ଭୁବନେଶ୍ୱର: ଆଜି ରାଜଧାନୀରେ କାଁଭାଁ ଅଟୋ ଚାଲୁଥିବାର ଦେଖିବାକୁ ମିଳିଛି। ଏଣେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଗତକାଲି ଦିଆଯାଇଥିବା ଅପମାନର ପ୍ରତିଶୋଧ ନେବା ଲାଗି ଆଜି ସେମାନେ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିଲାଗି ଆଜି ରାଜଧାନୀର ଲୋୟର ପିଏମଜି ଛକ ଓ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବହୁସଂଖ୍ୟକ ଅଟୋଚାଳକ ଏକତ୍ରିତ ହୋଇଧାରଣା ଦେଇଛନ୍ତି। ସଂଘର ସଭାପତି କହିଛନ୍ତି, […]
ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପର୍ଜଙ୍ଗ ଥାନା ବାରିହାପୁର ପଞ୍ଚାୟତ ଚକ୍ରଧରପୁର ସାହିର ବୃଦ୍ଧାଙ୍କୁ ସକାଳ ପ୍ରାୟ ୯ଟା ବେଳେ ଦନ୍ତା କଚାଡ଼ି ମାରିଦେଇଥିବାର ଖବର ମିଳିଛି। ଖବର ନେବାରେ ଜଣାପଡ଼ିଛି ଏହି ସାହିର ପବିତ୍ର ମାଝୀଙ୍କ ପତ୍ନୀ ଅଘୋରି ମାଝୀ (୬୦) ଆଜି ସକାଳେ ଉଭୟ ପତିପତ୍ନୀ ଘର ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ପଥର କୁଆଁରୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପତ୍ନୀ ଶୌଚ […]