୫୩ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ଏହି ପ୍ରାର୍ଥୀ ନୂଆଦିଲ୍ଲୀ: ଯଦି କେହି କେବେ ବିଧାୟକ କି ସାଂସଦ ହୋଇଯାନ୍ତି, ତେବେ ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ରହି ନଥାଏ, ଏମିତି ଧାରଣା ଜନମାନସରେ ରହିଛି। ଏହି ଭାବନା ପ୍ରାୟ ସମସ୍ତଙ୍କ ମନରେ ଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ କଥା କହିବୁ ଯିଏ ୪ ଥର ବିଧାୟକ ହୋଇଥିଲେ ବି ପକ୍କା ଘର […]

ସର୍ତ୍ତ ରଖିଲେ : ପାଶ୍ୱାନଙ୍କୁ ଏନ୍‌ଡିଏରୁ ବିଦା କରାଯାଉ, ମୋ କ୍ଷମତା ସଙ୍କୁଚିତ ହେବନାହିଁ ପାଟନା/ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ନୀତୀଶ କୁମାରଙ୍କ ଜେଡିୟୁ ଏବେ ଜୁନିୟର ଅଂଶୀଦାର ହୋଇଯାଇଛି। ଏହାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ୨୮ଟି ହ୍ରାସ ପାଇଥିବା ବେଳେ ବିଜେପି ୨୦ ଆସନ ଅଧିକ ପାଇ ମେଣ୍ଟରେ ଏକ ନମ୍ବର ସ୍ଥାନକୁ ଆସିଛି। ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଥିବାରୁ ନୀତୀଶ […]

ବ୍ରହ୍ମପୁର : ନିକଟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଆଗକୁ ପିପିଲି ଉପନିର୍ବାଚନ। ୨ ବର୍ଷ ତଳୁ କାର୍ଯ୍ୟକାଳ ସରିଥିଲେ ହେଁ ପୌର ନିର୍ବାଚନ କେବେ ହେବ ଅନିଶ୍ଚିତ। ଏବେ ସବୁ ରାଜନୈତିକ ଦଳର ଫୋକସ୍‌ ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନ। ଏଥିଲାଗି ବିଗତ କିଛି ମାସ ତଳୁ ଯଦିଓ ଗାଁ ରାଜନୀତି ପାଣିପାଗ ବଦଳିବା ଲକ୍ଷ୍ୟ କରାାଇଛି, ଏବେ ଧୀରେ ଧୀରେ ତାତି ବଢ଼ିବା ଆରମ୍ଭ ହୋଇଛି। […]

ନୂଆଦିଲ୍ଲୀ/ପାଟନା: କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୧୨୫ଟି ଆସନରେ ଏନଡିଏ ବିଜୟ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। […]

ଭୁବନେଶ୍ୱର : ଉପନିର୍ବାଚନରେ ବିଜେଡିର ବିଜୟ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ସେ କହିଛନ୍ତି ଯେ କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ […]

ବାଲେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟଗଣତି ଆରମ୍ଭ ହୋଇଥିବା ଜଣାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯାଇଥିଲା। ପ୍ରବେଶ ଦ୍ୱାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍‌ କରାଯାଇଥିଲା। ଏହାବାଦ କୋଭିଡ ଗାଇଡଲାଇନ୍‌ ମାନି ଭୋଟ ଗଣତି […]

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି। ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି। ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) […]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ କି ବାଇଡେନ୍‌ ଯିଏ ଜିତିଲେ ବି ଚୀନ୍‌ ପାଇଁ ଅମଙ୍ଗଳ ବାର୍ତ୍ତା ଆଣିବ ବୋଲି ଅଧିକାଂଶ ଚୀନ୍‌ବାସୀ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର ଭାରତ ପାଇଁ ଏ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଅଧିକାଂଶ ଭାରତୀୟ ବିଶ୍ବାସ କରନ୍ତି ଯେ ହ୍ବାଇଟ୍‌ ହାଉସ୍‌ ଯିଏ ଦଖଲ କରୁନା କାହିଁକି, ଭାରତ ସହ ଆମେରିକାର ଦ୍ବିପାକ୍ଷିକ ସମ୍ପର୍କ ସେମିତି ବଳବତ୍ତର ରହିବ। ଅବଶ୍ୟ ଢାଞ୍ଚାରେ କିଛି […]

ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଦିବଙ୍ଗତ ବିଧାୟକଙ୍କ ପତ୍ନୀ ପିପିଲି: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ବିଜେଡିର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କିଏ ଦଳ ସମ୍ଭାଳି‌ବେ ବୋଲି ସ୍ଥାନୀୟ ଛାମୁଆ ନେତା ଓ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପିପିଲିରେ ବିଜେଡିର ମଙ୍ଗ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ଧରିଲେ ବୋଲି କିଛି ଦଳୀୟ […]

ନୂଆଦିଲ୍ଲୀ: ବିଜେପି ଦଳକୁ ହାଲୁକା ଭାବେ ନିଆଗଲେ କଂଗ୍ରେସ ମୂଳପୋଛ ହୋଇଯିବାର ସମ୍ଭାବନା ରହିଛି ‌ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ କହିଛନ୍ତି। କଂଗ୍ରେସ ଦଳ କେବେ ‌ବି ବିଜେପିକୁ ହାଲୁକା ‌ଭାବେ ବିଚାର କରିବାର ବିପଦକୁ ଗ୍ରହଣ କରିବ ନାହିଁ। ପେପସିକୁ ହାଲୁକା ଭାବେ ଗ୍ରହଣ କରି କୋକ୍ ମୂଳପୋଛ ହୋଇଯାଇଥିଲା। ତେଣୁ ବିଜେପିକୁ ହାଲୁକାଭାବେ ନେଲେ କଂଗ୍ରେସକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି […]

Social media & sharing icons powered by UltimatelySocial