ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବେଆଇନ ଅଫିମଚାଷ ହେଉଥିବା ଦେଖିବାକୁ ମିଳିଛି। ମାଫିଆମାନେ ନିରୀହ ଗ୍ରାମବାସୀଙ୍କୁ ଲୋଭଦେଖାଇ ବେଧଡ଼କ ଏହି କାରବାର ଚଳାଇଥିବା ଦେଖାଯାଉଛି। ସରଣ୍ଡାର ଘଞ୍ଚ ଜଙ୍ଗଲରେ ବେଆଇନ ଅଫିସଚାଷ କିଛି ନୂଆକଥା ହୋଇନଥିଳେ ବି ଏବେ ରାସ୍ତାକଡ଼ରେ ଏହି ଚାଷ ହୋଇଥିବା ଦେଖିବାକୁ ମିଳୁଛି।ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳ ସୀମାନ୍ତରୁ ମାତ୍ର ୧୫ କିଲୋମିଟର ଦୂରରେ ଝାଡ଼ଖଣ୍ଡ ରାଜ୍ୟର ମନୋହରପୁରର ତମସାଇ ଗାଁରେ ହେଉଛି ଏହି […]

ଭୁବନେଶ୍ୱର : ଗତକାଲି ରାତିରେ ଝାରପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ନିଶା ସେବନ କରି ଗୁରୁତର ହୋଇଥିବା ଜଣାପଡ଼ିଛି। ଗଞ୍ଜେଇ ଟାଣି ଗୁରୁତର ହୋଇଥିବା ଏହି କଏଦୀ ହେଲା ରଞ୍ଜନ ବେହେରା (୧୯)। ତାକୁ କର୍ତ୍ତୃପକ୍ଷ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। କେବଳ ଗଞ୍ଜେଇ ନିଶାରେ ସେ ଏଭଳି ଗୁରୁତର ହୋଇନାହାନ୍ତି, ଗଞ୍ଜେଇ ସହିତ ସେ ବ୍ରାଉନ୍‌ସୁଗାର ଭଳି କିଛି ବଡ଼ ନିଶା ସେବନ କରି ଗୁରୁତର ହୋଇଥିବା […]

ଆସିକା: ଜଣେ ଗାଡ଼ି ମାଲିକଙ୍କ ବକେୟା ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୨୦ହଜାର ଟଙ୍କା ଜବତ ‌କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରିଛି। […]

ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୭ ମସିହା ଜୁନ୍‌ ୨୩ ତାରିଖ ଦିନ ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମରେ ଅଭିଯୁକ୍ତ […]

ନୂଆଦିଲ୍ଲୀ: ସମାଜରେ ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି ଲୋକେ କହିଥାଆନ୍ତି। କାରଣ ମଣିଷ ଜୀବନକୁ ଭଗବାନଙ୍କ ପରେ ସେହି ଡାକ୍ତର ହିଁ ବଞ୍ଚାଇ ପାରିଥାଆନ୍ତି। କିନ୍ତୁ ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମାଲ ସହରର ଜଣେ ଡାକ୍ତର ଏମିତି ଏକ ନିଚ କାମ କରିଛନ୍ତି ଯାହାକୁ ନେଇ ଲୋକେ କଡ଼ା ସମାଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଭିନମାଲ ସହରରେ ଦାନ୍ତ ଡାକ୍ତର ସୁରେଶ ସୁନ୍ଦେଶାଙ୍କ ଏକ କ୍ଲନିକ ଅଛି। ପ୍ରତିଦିନ ଦାନ୍ତ ଡାକ୍ତର […]

ଚଣ୍ଡୀଗଡ଼: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଜି ଅପରାହ୍ନରେ କାରରେ ଯାଉଥିବାବେଳେ ନାଫେ ସିଂ ରାଠୀଙ୍କୁ କିଛି ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ […]

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ପୁଣି ଅଗ୍ନିକାଣ୍ଡ ଦେଖାଯାଇଛି। କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ବିସ୍ଫୋରଣ ହୋଇଛି। ଖୁସିର କଥା ଯେ, ରିପୋର୍ଟ ଲେଖାଯିବା ବେଳକୁ ‌ମୃତାହତ ଖବର ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ୩୦ରେ କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ସୂଚନା ମିଳିବା ପରେ ଗୋଲାବାରୁଦ କାରଖାନା ପରିସରରେ ଥିବା ଦମକଳବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାରେ […]

ନୂଆଦିଲ୍ଲୀ: ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ମାଲେସିଆରେ ବ୍ୟାପିଥିବା ଏକ ଅନ୍ତର୍ଜାତୀୟ ନିଶା କାରବାର ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ର ମିଳିତ ଅପରେସନର ଏକ ଅଂଶ ଭାବରେ ଦିଲ୍ଲୀରେ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ନିଶା ଦ୍ରବ୍ୟ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ରାସାୟନିକ ପଦାର୍ଥ ଜବତ କରାଯାଇଛି। ଜଣେ ତାମିଲ ଫିଲ୍ମ ପ୍ରଯୋଜକ ଏହି […]

ଭୁବନେଶ୍ୱର: ମାଟ୍ରିମୋନି ସାଇଟ୍‌ରେ ନିଜକୁ ନୌସେନା ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରି ଜଣେ ଯୁବକ ବନ୍ଧା ହୋଇଛି। ଗିରଫ ଅଭିଯୁକ୍ତର ନାମ ସୌମ୍ୟରଞ୍ଜନ ମିଶ୍ର। ସୂଚନା ଅନୁସାରେ ମାଟ୍ରିମୋନି ସାଇଟରେ ନିଜକୁ ନୌସେନା ଅଧିକାରୀ କହି ସୌମ୍ୟରଞ୍ଜନ ମିଛ ଆକାଉଣ୍ଟ ଖୋଲିଥିଲା। ଏହି ପ୍ରୋଫାଇଲରେ ନିଜକୁ ଅଧିକାରୀ ଭାବେ ଉଲ୍ଲେଖ କରିଥିଲା। ସେହି […]

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦୂର୍ଘଟଣା ଘଟାଇ ଫେରାର୍ ହେଉଥିବା ବୋଲେରୋକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେଇଥିବା ଅଭିଯୋଗ ହୋଇଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ରାହୁଲ ମଣ୍ଡଳଙ୍କ ବୋଲେରୋ (ଓଆର୍୦୨ ଏଏକ୍ସ-୧୬୯୫) ରାଇରଙ୍ଗପୁରରୁ ଟେନ୍ଟପୋଷି ଯାଉଥିବା ସମୟରେ ଗୋଲେଇ ଛକ ନିକଟରେ ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଉତ୍ୟକ୍ତ ଲୋକେ ଚାଳକଙ୍କୁ ମାରପିଟ୍ କରିବାକୁ ଉଦ୍ୟମ କରୁଥିବା ସମୟରେ ବୋଲେରୋ ଚାଳକ ଗଢରାସ୍ତା ଦେଇ […]

Social media & sharing icons powered by UltimatelySocial