ନୂଆଦିଲ୍ଲୀ: ସମଗ୍ର ମାନବଜାତିର କଲ୍ୟାଣ ପାଇଁ ବିଶ୍ୱବ୍ରହ୍ମାଣ୍ଡକୁ ଭଲ ରୂପେ ଜାଣିବା ପାଇଁ ଆମର ବୈଜ୍ଞାନିକ ପ୍ରଚେଷ୍ଟା ଚାଲିବ ବୋଲି ଆଜି ‘ଇସ୍ରୋ’ର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ତା’ର ମହାକାଶ ଯାତ୍ରା ଜାରି ରଖିଛି। ଭାରତର ପ୍ରଥମ ସୌର ଅଭିଯାନ […]

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେ ନାହିଁ। ଏ ସଂପର୍କରେ ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଏକ ରିପୋର୍ଟ ପ୍ରକାଶ କରିଛି। ଚୀନରେ ଅବସ୍ଥାପିତ ଜଣେ ଭାରତୀୟ କୂଟନୀତିଜ୍ଞ ଓ ଅନ୍ୟ ଜଣେ ଜି-୨୦ ଅଧିକାରୀଙ୍କ ସୂଚନାକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ […]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି। ଯାହାକି ଦେଖୁଦେଖୁ ନିଆଁ ଭଳି ବ୍ୟାପି ଯାଇଥାଏ। ନିକଟରେ ବି ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଜଣେ ନବଜାତକୁ ଦେଖିବାକୁ ମିଳୁଛି। ଏହି ନବଜାତ ଜନ୍ମହେବାପରେ ତାଙ୍କୁ ଜଣେ ନର୍ସ ଧରି ସଫା କରୁଛନ୍ତି। ନବଜାତର ‌ମୁଣ୍ଡତଳେ ଗୋଡ଼ ଉପରେ କରି ନର୍ସ ଡାକ୍ତରି […]

ନୂଆଦିଲ୍ଲୀ: ଭାରତର ‘ଚନ୍ଦ୍ରଯାନ- ୩’ ମିଶନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିବାର ଏକ ସପ୍ତାହ ବିତିଗଲାଣି। ଚନ୍ଦ୍ରକୁ ଯିବା ‌ପରେ ‘ଚନ୍ଦ୍ରଯାନ- ୩’ର ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରୁ ଅନେକ ତଥ୍ୟ ପଠାଉଛି। ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଭାରତର ରୋଭର ବ୍ୟତୀତ ଚୀନର ରୋଭର ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ସକ୍ରିୟ ରହିଛି, ଯାହାର ନାମ ‘ୟୁତୁ-୨’ ରୋଭର। ଏହାକୁ ଚୀନ୍ […]

ନୂଆଦିଲ୍ଳୀ: ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ସ୍ଥିରୀକୃତ ସମୟର ପ୍ରାୟ ଅଧା ରହି ସାରିଲାଣି। ଆମେ ଜାଣନ୍ତି ଯେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ଲ୍ୟାଣ୍ଡର ଓ ରୋଭରକୁ ଡିଜାଇନ୍‌ କରି ପଠାଇଥିଲେ। ଆମର ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟାଏ ଦିନ ସହ ସମାନ। ବୈଜ୍ଞାନିକମାନେ ପୂର୍ବରୁ ଯୋଜନା କରି ଚନ୍ଦ୍ରରେ ଦିନ ଆରମ୍ଭ ହେଉଥିବା ବେଳେ ହିଁ ‘ଚନ୍ଦ୍ରଯାନ-୩’ର ବିକ୍ରମ […]

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ପୁଟିନ। ତାଙ୍କ ବଦଳରେ […]

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରାଶ୍ରୟ ବାପାମାଆଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଲାଗୁ ହେବା ପରେ ବାପାମାଆଙ୍କୁ ବୃଦ୍ଧାବସ୍ଥାରେ ହଇରାଣ କରୁଥିବା ପିଲାମାନେ ଉଚିତ ଶିକ୍ଷା ପାଇବେ। ବୃଦ୍ଧ ବାପାମାଆମାନଙ୍କ ସୁବିଧା ପାଇଁ ଏହି ନିୟମ ବାହାର କରାଯିବ। ବାପାମାଆଙ୍କର ଠିକ୍‌ ଭାବେ ଧ୍ୟାନ୍‌ ନେଉନଥିବା ପିଲାମାନଙ୍କର ସେମାନଙ୍କ ପୈତୃକ ସଂପତ୍ତିରେ କୌଣସି ଅଧିକାର ରହିବନି ବୋଲି ଯୋଗୀ ନିୟମ […]

କୋଲ୍‌କାତା: ଆଜି ସକାଳେ ପଶ୍ଚିମବଙ୍ଗର ଜଗନ୍ନାଥପୁରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି କେତେ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଘଟଣାଟି ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଦତ୍ତପୁକୁର ଥାନା ଅଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣ ପରେ ବାଣ କାରଖାନା ଭିତରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପୁଲିସ କହିଛି, ଦତ୍ତପୁକୁର ଥାନା […]

୬୨ ବର୍ଷରେ ପଠାଇଛି ମାତ୍ର ୫ଟି ଉପଗ୍ରହ ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ ର ସଫଳତାକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। ବିଶେଷ କରି ପଡୋଶୀ ଦେଶ ପାକିସ୍ତାନରେ ଭାରତର ମହାକାଶ ଗବେଷଣାକୁ ନେଇ ଜୋରଦାର ଆଲୋଚନା କରାଯାଉଛି। ପାକିସ୍ତାନରେ ଭାରତର ଏହି ମିଶନ ବିଷୟରେ ସମସ୍ତେ ନିଜ ଦେଶକୁ ପରିହାସ କରୁଛନ୍ତି। ସାଧାରଣ ଲୋକ ହୁଅନ୍ତୁ କିମ୍ବା ଗଣମାଧ୍ୟମ ହେଉ, ସମସ୍ତେ ପାକିସ୍ତାନ ସରକାରଙ୍କ […]

ନୂଆଦିଲ୍ଲୀ:ଦେଶରେ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ ମାସ ବାକି ଅଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ। ତେବେ ମୋଦୀଙ୍କ […]

Social media & sharing icons powered by UltimatelySocial