କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ତାଲିବାନ ବିରୋଧରେ କ୍ରମାଗତ ବିରୋଧ ଜାରି ରହିଛି। ଏଥିସହିତ ସ୍ଥାନୀୟ ମୁଜାହିଦ୍ଦିନ ସଂଗ୍ରାମୀମାନେ କିଛି ତାଲିବାନଙ୍କୁ ହତ୍ୟା କରି ସେମାନଙ୍କୁ ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲ୍ଲାରୁ ପଛକୁ ଫେରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଜିଲ୍ଲା ବାଗଲାନ୍ ପ୍ରଦେଶର ଅଟେ। ଖେର ମହମ୍ମଦ ଆଣ୍ଡ୍ରାବୀଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ତାଲିବାନଙ୍କ ହାତରୁ ଏହି ଅଞ୍ଚଳ ଦଖଲ କରିଥିବା ଦାବି […]

ଦେଶରେ ଆର୍‌ ଭାଲ୍ୟୁ ୧ ତଳେ ନୂଆଦିଲ୍ଲୀ: କରୋନା ଟିକାର ୨ଟି ଯାକ ଡୋଜ୍‌ ନେଇ ସାରିଥିବା ୮୭ ହଜାରରୁ ଅଧିକ ଲୋକ ଦେଶରେ କରୋନା ସଂକ୍ରମିତ ‌ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ କେବଳ କେରଳରୁ। କେରଳରେ ପ୍ରଥମ ଡୋଜ୍‌ ଟିକା ନେବାପରେ ପ୍ରାୟ ୮୦ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ ନେବାପରେ ୪୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମାମଲାଗୁଡ଼ିକ […]

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନ ହଟିବା ‌ପାଇଁ ନିଷ୍ପତ୍ତି ହେବା ପରେ ଏହି ଜାଗାକୁ ଏକ ନୂଆ ରୂପ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସ୍ମାର୍ଟ ସିଟି ଲିମିଟେଡ୍‌। ଏଥିପାଇଁ ଏକ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ ହେବା ସହ ସୌନ୍ଦର୍ଯ୍ୟୀକରଣ କାମ ଆଗେଇ ଚାଲିଛି। ଗତକାଲି ବିଡିଏ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ବିଏସ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ […]

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ନିକଟରେ ପ୍ରବାହିତ ଭାର୍ଗବୀ ନଦୀ ଗର୍ଭରୁ ଠାବ ହୋଇଛି ଏକ ବହୁ ପୁରାତନ ମନ୍ଦିରର ଅବଶେଷ। ‘ରିଡିସ୍‌କଭର ଲଷ୍ଟ୍‌ ହେରିଟେଜ୍‌’ ସଂସ୍ଥାର ଏକ ଚାରି ଜଣିଆ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ମନ୍ଦିରର ଧ୍ବଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରର ଅବଶେଷ ରତ୍ନଚିରା ନଦୀର ଉତ୍ପତ୍ତି ସ୍ଥଳରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ବାସିନ୍ଦାଙ୍କ କହିବା […]

ହାତରେ ଆମେରିକୀୟ ବନ୍ଧୁକ, ବ୍ଲାକ୍‌ ହକ୍‌ ହେଲିକପ୍‌ଟରରେ ଚକ୍କର କାଟୁଛନ୍ତି କାବୁଲ: ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ୍‌ ହକ୍‌ ହେଲିକପ୍‌ଟର ଆଦି ହାତେଇ ନେଇଛି। ତାଲିବାନ ଆତଙ୍କବାଦୀମାନେ ଆମେରିକାର ସେନାର ୟୁନିଫର୍ମ ପିନ୍ଧି ଆମେରିକାର ସାମରିକ ଯାନଗୁଡ଼ିକୁ ବ୍ୟବହାର କରିବା ସହ ବ୍ଲାକ୍‌ ହକ୍‌ ହେଲିକପ୍‌ଟରରେ ଚକ୍କର କାଟିବା ଦୃଶ୍ୟ ଆମେରିକା […]

ସିବିଆଇ ତଦନ୍ତ ନେଇ ସୁପ୍ରିମକୋର୍ଟରେ ଶୁଣାଣି ୨୩ରେ ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡର ଗୁରୁବାର ଚାର୍ଜଫ୍ରେମ୍‌ ହୋଇଛି। ନୟାଗଡ଼ ଚିଲ୍‌‌ଡ୍ରେନ୍‌ସ କୋର୍ଟରେ ଏନେଇ ମାମଲା ହୋଇଥିଲା। ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରୁ ଶୁଣାଣି, ସାକ୍ଷ୍ୟଗ୍ରହଣ ଆଦି କରାଯିବ। ଏନେଇ ସରକାରୀ ଓକିଲ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ପରୀ ହତ୍ୟାକାଣ୍ଡରେ ତଦନ୍ତ ବାଟବଣା ହୋଇଥିବା, ଏହାର ସିବିଆଇ ତଦନ୍ତ ଦାବିରେ ପରୀ […]

ନିର୍ଦ୍ଦିଷ୍ଟ ଦୋକାନରୁ କିଣାଯାଉଛି ସାମଗ୍ରୀ କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଟଙ୍କା ହଡ଼ପ, ଇଂରାଜୀ ମିଡିୟମ୍‌ ସ୍କୁଲ୍‌ରେ ପାଠପଢ଼ା ପାଇଁ ଆସୁଥିବା ଅନୁଦାନର ଜାଲିଆତି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ସରକାରୀ ସ୍କୁଲ୍‌ରେ ମାଗଣା ପୋଷାକ ବଣ୍ଟନ ପାଇଁ ଦିଆଯାଉଥିବା ଅନୁଦାନରେ ବି ଫିକ୍ସିଂ ହେଉଥିବା ଅଭିଯୋଗ ଉଠିଛି। ପୋଷାକ କିଣା ପାଇଁ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ବର୍ଷ ବର୍ଷ […]

କଟକ : କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ ଘାତକ ହେବାର ଆଶଙ୍କା କରାଯାଉଛି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଶିଶୁଭବନକୁ ପେଡିଆଟ୍ରିକ କୋଭିଡ୍ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନ ହେବ ରାଜ୍ୟରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ୍’। ଶିଶୁଭବନର ଶିଶୁରୋଗ ବିଶେଷଜ୍ଞ ଦଳ ରାଜ୍ୟରେ ସମସ୍ତ ମେଡିକାଲ୍ କଲେଜଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପେଡିଆଟ୍ରିକ କୋଭିଡ୍ କେୟାର ସେଣ୍ଟରକୁ […]

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି। ଏହାରି ମଧ୍ୟରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, “ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି , […]

ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌, ହଣାକଟା ଯୋଗୁଁ ଭାଇ-ଭଉଣୀ ଆହତ ହୋଇଛନ୍ତି। ଆହତଦ୍ବୟ ହେଲେ, କ୍ୟାପିଟାଲ୍ ଥାନା ଅନ୍ତର୍ଗତ ହରିଜନ ବସ୍ତିର ମନୋରଞ୍ଜନ ନାୟକ ଓ ତାଙ୍କ ଭଉଣୀ ରଞ୍ଜୁଲତା ନାୟକ। ରଞ୍ଜୁଲତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସାହିଲ୍‌କୁ କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ […]

Social media & sharing icons powered by UltimatelySocial