ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ବୃଦ୍ଧି ପାଉଛି। ଡାଟା ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ନରେନ୍ଦ୍ର ମୋଦୀଙ୍କୁ ସର୍ବାଧିକ ଲୋକ ପସନ୍ଦ କରିଛନ୍ତି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ୧୩ଟି ରାଷ୍ଟ୍ର ମୁଖ୍ୟଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ […]

ରାୟପୁର: ଏକ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାୟପୁର ପୁଲିସ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ‘ସର୍ଭ ବ୍ରାହ୍ମଣ ସମାଜ’ ଦ୍ୱାରା ଡିଡି ନଗର ପୁଲିସ୍‌ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯିବା ପରେ ପୁଲିସ ନନ୍ଦ କୁମାର ବାଗେଲ (୭୫)ଙ୍କ ବିରୋଧରେ ଶନିବାର ବିଳମ୍ବିତ ରାତିରେ ଏଫଆଇଆର ପଞ୍ଜିକରଣ କରିଥିଲା। ଏହି ମାମଲା […]

ଚୋରକୁ ଧରି ହଜାର ଟଙ୍କା ଦେଇ ଛାଡ଼ିଲେ ଚନ୍ଦ୍ରଶେଖରପୁର : ରୋ‌ଷେଇ ଘରେ ପଶିଥିବା ଚୋରକୁ କାବୁ କଲେ। ମାତ୍ର ତା’ର ଅଭାବୀ ସଂସାର କଥା ଶୁଣିବା ପରେ ଗୃହ ମାଲିକଙ୍କ ମନରେ ଦୟା ହେଲା। ନିଜେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ହୋଇଥିବାରୁ ରୋଷେଇ ଘରୁ ଖାଦ୍ୟ ସାମଗ୍ରୀ ଚୋରି କରୁଥିବା ବ୍ୟକ୍ତିକୁ ପୁଲିସ ଜିମା ଦେଲେ ନାହିଁ। ପେଟ ବିକଳରେ ପିଲାଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା […]

ପଲିଥିନ୍‌ ଖାଇ ମରୁଛନ୍ତି ଷଣ୍ଢ: ସିଡିଭିଓ ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠ ଜାମୁକୋଳିସ୍ଥିତ ଗୋ’ଶାଳାରେ ଆଜି ଅଭାବନୀୟ ଦୃଶ୍ୟ ଦେଖାଦେଇଛି। ୧୫ଟି ମୃତ ଷଣ୍ଢକୁ ଏକ ଟ୍ରକ୍‌ ଯୋଗେ ବାହାରକୁ ନିଆଯାଉଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ଧରି ହୋହଲ୍ଲା କରିଛନ୍ତି। ଏପରିକି ଗୋଶାଳା ଭିତରେ ମାଟି ଖୋଳି ଆଉ କେତୋଟି ଷଣ୍ଢର ଶବକୁ ପୋତା ହୋଇଥିବା ଦେଖିବାକୁ ମିଳିଛି। ବଜରଙ୍ଗଦଳର କର୍ମୀମାନେ ମାଟି ଖୋଳି ଷଣ୍ଢଙ୍କ କଙ୍କାଳ […]

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ଜଣ ଥିବା […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ଅଛନ୍ତି ବୋଲି ଏବିପି-ସି ଭୋଟର-ଆଇଏଏନଏସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରୁ ଜଣାପଡ଼ିଛି। ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ନିର୍ବାଚନରେ ବିଜେପି ମେଣ୍ଟ ୨୬୩ଟି ଆସନ ଜିତିବାର ସମ୍ଭାବନା ରହିଛି। ୨୦୧୭ରେ ବିଜେପି ମେଣ୍ଟ ୩୨୫ଟି ଆସନ ଜିତିଥିଲା। ବିଜେପି ୨୦୧୭ […]

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ। ରୋଡ଼ ସୋ’, ସାଇକେଲ ରାଲି, ବାଇକ ରାଲିକୁ ବାରଣ ହୋଇଛି। ସେହିଭଳି ଦ୍ୱାରକୁ ଦ୍ୱାର ନିର୍ବାଚନ କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ କର୍ମୀ ମତଦାତାଙ୍କ ପାଖକୁ ଯାଇପାରିବେ। ତେବେ ସବୁଠାରୁ ବଡ କଥା ହେଉଛି ମତଦାନର […]

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି। ଡାନିଏଲଙ୍କୁ ସେ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି। ବିଶ୍ବର ନଂ୧ ମାନ୍ୟତା ପ୍ରାପ୍ତ […]

ଭୁବନେଶ୍ବର : ଆଇନଜୀବୀ ହୋଇ ବେଆଇନ କାମରେ ଲିପ୍ତ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଶେଷରେ ଆଇନ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ମାନବବାଦ ସଂଗଠନ(ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ) ନାଁରେ ବହୁ ବର୍ଷ ଧରି ଅମାନବୀୟ କାର୍ଯ୍ୟ ଘଟାଇ ଚାଲିଥିବା ମାନସଙ୍କୁ ଗୁରୁବାର ଦିନ ଖୋର୍ଦ୍ଧା ପୁଲିସ ଭୁବନେଶ୍ବର ସହିଦନଗର ସ୍ଥିତ ଘରୁ ଉଠାଇ ନେଇ ପେସାଦାର ଅପରାଧୀ ଭଳି ରାସ୍ତାରେ ଚଲାଇ ଚଲାଇ ନେଇଛି। ପୁଲିସର ଏଭଳି […]

ନୂଆଦିଲ୍ଲୀ: ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ବିଦେଶୀ ରାଷ୍ଟ୍ରର ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବାକୁ ଭାରତୀୟ ନୌସେନାକୁ ଏକ ପ୍ରଭାବଶାଳୀ ଯୁଦ୍ଧ ଜାହାଜ ମିଳିବାକୁ ଯାଉଛି। ଯାହା ପରେ ଭାରତୀୟ ନୌସେନା ସମୁଦ୍ରରେ ଚୀନ୍ ଏବଂ ପାକିସ୍ତାନର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନ ଉପରେ ଉଚିତ ଜବାବ ଦେବ। ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଜାହାଜ ଆଇଏନଏସ ଧୃବ ୧୦ […]

Social media & sharing icons powered by UltimatelySocial