କଟକ : ସିଏମସି ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାର ଅଞ୍ଚଳରେ ଜାଇକାର ବେପରୱା କାର୍ଯ୍ୟ ପାଇଁ ଜନଅସନ୍ତୋଷ ଦେଖା ଦେଇଛି। ଏହି ଅଞ୍ଚଳରେ ୬ ମାସ ହେବ ଜାଇକା ପକ୍ଷରୁ କରାଯାଉଥିବା ସ୍ବେରେଜ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। କଂକ୍ରିଟ ରାସ୍ତାକୁ ଖୋଳି ଜାଇକା ଛାଡି ଦେଇଛି। ରାସ୍ତା ତଳ ଦେଇ ଯାଇଥିବା କେତେକ ଘରର ଡ୍ରେନ୍ ପାଇପ ଜାଇକା କାର୍ଯ୍ୟ ବେଳେ ଭାଙ୍ଗି ଦିଆଯାଇଛି। ଆଉ କେତେକ […]

କାବୁଲ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ତାଲିବାନ ପକ୍ଷରୁ ରାଷ୍ଟ୍ରପତି ଭବନକୁ ନିଜ ଅଧିକାରକୁ ନିଆଯାଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି। ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯ଼େ କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି। […]

ଖମାର : ପାଳଲହଡ଼ା ବ୍ଲକ୍ ମୁଣ୍ଡୁରୀବେଡ଼ା ଗାଁର ଜଣେ ବିଧବା ମହିଳା ବବି ଦେହୁରୀ ଅଭାବ ଅନଟନରେ ଭାଙ୍ଗି ପଡ଼ିଛନ୍ତି। ପେଟକୁ ଦାନା ଯୋଗାଡ଼ ପାଇଁ ଜୁ ନଥିବା‌ବେଳେ ରୋଗାକାନ୍ତ ଝିଅର ଚିକିତ୍ସା କରାଇପାରୁନାହାନ୍ତି। ଏହି ନିଃସ୍ବ ମହିଳାଙ୍କୁ ଏ ପର୍ଯ୍ୟନ୍ତ ସରକାରଙ୍କ ‘ଆବାସ’ ଯୋଜନାରେ ମଧ୍ୟ ସାମିଲ କରାଯାଇପାରିଲା ନାହିଁ। ବବି ଦେହୁରୀ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଖଗେଶ୍ବର ଦେହୁରୀଙ୍କର ୮ବର୍ଷ ତଳେ ମୃତ୍ୟୁ ଘଟିଛି। ବବିଙ୍କ […]

ଫନିରେ ଉପୁଡ଼ିଥିଲା ୨୨ଲକ୍ଷ ଗଛ, ବୃକ୍ଷରୋପଣରେ ବାଧକ ସାଜିଛି ଭଙ୍ଗା ଗଛ ପୁରୀ : ସରକାରୀ ଅବହେଳା ଭିତରେ ରାଜ୍ୟର ଏକମାତ୍ର ହରିଣ ଅଭୟାରଣ୍ୟ ବାଲୁଖଣ୍ଡ। ନା ଏଠାରେ ଭାଙ୍ଗି ପଡ଼ିଥିବା ଗଛ କଟା ହେଉଛି, ନା ସବୁଜିମା ପ୍ରତି ଦୃଷ୍ଟି ଦିଆଯାଉଛି। ବର୍ଷ ବର୍ଷ ଧରି ପଡ଼ି ରହିଥିବା ଭଙ୍ଗା ଗଛ ସବୁ ଉଠୁନଥିବାରୁ ବୃକ୍ଷରୋପଣରେ ଏହା ପ୍ରତିବନ୍ଧକ ସାଜିଛି। ପରିଣାମ ସ୍ବରୂପ ଏହି ବିରଳ ଅଭୟାରଣ୍ୟ ଧୀରେ […]

ପୁରୀ : ପୁରୀକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାନା ଯୋଜନା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନକୁ ଚୁରମାର କରିବାରେ ଲାଗିଛନ୍ତି ଠିକାଦାର। ଐତିହ୍ୟ ସହରର ବିକାଶ ମାନଚିତ୍ରକୁ ବିକୃତ କରିବାରେ ଦିନରାତି ଲାଗିଛନ୍ତି। ମନଇଚ୍ଛା ରାସ୍ତାଘାଟ ଖୋଳି ଜନସାଧାରଣଙ୍କ ଗମନାଗମନକୁ ଅବରୋଧ କରିବା ସହ ଦୁର୍ଘଟଣାର ମାର୍ଗ ପ୍ରଶସ୍ତ କରିଛନ୍ତି। ଯେଉଁ ରାସ୍ତା ୬ ମାସ ତଳେ ନୂଆ ରୂପ […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୪ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୧୩ ଓ […]

ଭାପୁର : ଶ୍ରାବଣ ମାସର ୧୫ ଦିନ ଗଲାଣି। ମୂଷଳ ଧାରାରେ ବର୍ଷା ହୋଇ ନଦୀନାଳ, ପୋଖରୀ ଏବଂ ବିଲରେ ବର୍ଷାପାଣିର ଲହରି ଖେଳିବା ବଦଳରେ ଜମି ଫାଟି ଆଁ କରିଛି। କିନ୍ତୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ବର୍ଷାର ଅଭାବ ଯୋଗୁ ରୁଆଧାନ ବିଲ ଫାଟି ଆଁ କରିଥିବା ବେଳେ ଗଜା ଧାନବିଲରେ ଛେଳି ଚରୁଥିବା ଦେଖିବାକୁ ମିଳିଛି। ଚାଷୀ ମୁଣ୍ତ ଝାଳ ତୁଣ୍ତରେ ମାରି ବିଲରେ […]

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ଫେଲ୍ ମାରିଛି ଗଜପତି ଜିଲ୍ଲା ପୁଲିସ। ଶେଷରେ ମାସେ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ତଦନ୍ତଭାର। ଆରମ୍ଭରୁ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଗ୍ରହଣ କରିପାରି ନ ଥିଲେ ସୌମ୍ୟଙ୍କ ପରିବାର ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହି ଆସୁଥିଲେ। ଜିଲ୍ଲା ପୁଲିସକୁ ମୂଳରୁ ସହଯୋଗ କରି ଆସୁଥିବା […]

କାବୁଲ : ଆଫଗାନିସ୍ତାନର ବଡ଼ ସହର ଜଲାଲାବାଦକୁ କବ୍ଜା କରିବା ପରେ ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ। ଆଉ କିଛି ଘଣ୍ଟା ମଧ୍ୟରେ କାବୁଲକୁ ମଧ୍ୟ କବଜା କରିନେବେ ବୋଲି ଅନୁମାନ କରାଯାଉଛି। ଏହାପୂର୍ବରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ କରିଥିଲା ଏହି ସଂଗଠନ। ଆଫଗାନିସ୍ତାନର ଅଧିକାରୀଙ୍କ ସୂତ୍ରରୁ […]

Social media & sharing icons powered by UltimatelySocial