ବର୍ଷା ନିଅଣ୍ଟ ଭରଣା ହେବା ସମ୍ଭାବନା ଭୁବନେଶ୍ବର : ଅଗଷ୍ଟ ମାସରେ ବର୍ଷା ନିଅଣ୍ଟ ଦେଖାଦେଇଥିବାବେଳେ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥିତିରେ ଟିକିଏ ସୁଧାର ଆଣିପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ମାତ୍ର ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଏପରିକି ମାସ ଶେଷ ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ […]

ରାତି ୨ଟାରେ ଶିଶୁକନ୍ୟା ତଣ୍ଟିରୁ ବାହାରିଲା ଲୁହା ପିନ୍‌ ଭୁବନେଶ୍ୱର: ତଣ୍ଟିରେ ଲୁହା ପିନ୍‌ ଲାଗି ଯାଇଥିବା ୧୦ ମାସର ଶିଶୁକନ୍ୟାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାତ୍ର ଡାକ୍ତରଙ୍କ ମନରେ ଟିକିଏ ବି ଦୟା ହେଲା ନାହିଁ। ଗରିବ ବାପାମା’ ଯେତେ ନେହୁରା ହେଲେ ମଧ୍ୟ ନିର୍ଦ୍ଦୟ ଡାକ୍ତର କିଛି କଲେ ନାହିଁ। ଏକ୍‌ସ-ରେ କଲେ ଯାଇ ସେ କିଛି କରିବେ ବୋଲି କହି ଶିଶୁଟିର ଚିକିତ୍ସାକୁ ଜାଣିଶୁଣି ଏଡ଼ାଇ […]

ମୁମ୍ବାଇ: ‘ଉଦ୍ଧବ ଠାକ୍‌ରେଙ୍କୁ ଚଟକଣା’ ମନ୍ତବ୍ୟ ଯୋଗୁଁ ଗତକାଲି ଗରିଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ୮ ଘଣ୍ଟା ମଧ୍ୟରେ ଜାମିନ ମିଳିଥିଲେ ସୁଦ୍ଧା ସେପ୍ଟେମ୍ବର ୨ ତାରିଖ ଦିନ ନାଶିକରେ ପୁଲିସ ଆଗରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନାରାୟଣ ରାଣେଙ୍କ ବିରୋଧରେ ଦିଆଯାଇଥିବା ୪ଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନାଶିକରେ ଦାଏର ହୋଇଛି। ଆଗାମୀ ଗରୁବାର ମଧ୍ୟାହ୍ନ ୧୨ଟାରେ ଥାନାରେ ହାଜର ହେବା ଲାଗି ଗତ […]

ସାଂସଦ ଓ ବିଧାୟକମାନେ ସମ୍ପୃକ୍ତ ମାମଲା ପକାଇ ନ ରଖି ଚାର୍ଜସିଟ୍‌ ଫାଇଲ୍‌ ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକମାନେ ଜଡ଼ିତ ମାମଲାଗୁଡ଼ିକର ଚାର୍ଜସିଟ୍‌ ଦାଖଲରେ ବିଳମ୍ବ ହେଉଥିବାରୁ ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମଣା ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଏବଂ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌’କୁ (ସିବିଆଇ) ଏକ ମାମଲାର ଶୁଣାଣି ବେଳେ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଯଦିବା ତଦନ୍ତରେ କିଛି ବାକି […]

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ କରିବେ ନତୁବା ପ୍ରତି‌ରୋଧ ଘୋଷଣା କରାଯିବ। ତାଲିବାନ କ୍ଷମତା ଅଧିକାର କରିବା ପରେ ଆପଣାକୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷିତ କରିଥିବା ବିତାଡ଼ିତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ […]

ନୂଆପଡ଼ା: ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡ଼ିଛି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଵାଦୀ ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ନିଜ ଶିକ୍ଷକ ରାମକୃଷ୍ଣ ପ୍ରଦାନଙ୍କଠାରୁ ସର୍ଭିସ ବୁକ ଠିକ […]

ଖଣ୍ଡଗିରି: ଏକଦା ଚିରସ୍ରୋତା କ୍ଷୁଦ୍ର ଝରଣାଟି ଥିଲା ଯୋଗୀମୁନିଙ୍କୁ ସ୍ନାନପୀଠ। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରୁଥିବା ଯୋଗ ପୁରୁଷମାନଙ୍କ ସ୍ନାନ ଶୌଚର କ୍ଷେତ୍ର। ଏହାର ଜଳ ଥିଲା ବେଶ୍ ନିର୍ମଳ ଓ ପବିତ୍ର। ଏହି ଝରଣା କୂଳେକୂଳେ ଥିଲା ଶସ୍ୟ କ୍ଷେତ। ଫଳୁଥିଲା ସୁନାର ଫସଲ। ଲୋକେ ଏହି ଝରଣାକୁ ଏକ ପବିତ୍ର ନଦୀ ଭାବେ ଗ୍ରହଣ କରିନେଇଥିଲେ। ପୂଜା କରୁଥିଲେ। ଉଦୟଗିରି ତଳେ ବରମୁଣ୍ଡା ଦେଇ ବହି […]

ନୂଆଦିଲ୍ଲୀ: ଓଡ଼ିଆ ସାହିତ୍ୟର ଜଣାଶୁଣା ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ। ଯଶୋଧାରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ। ସୂଚନା ମୁତାବକ ଯଶୋଧାରାଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ଜୁରୀ ମେମ୍ବରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ସର୍ବାଧିକ ସମର୍ଥନ ପାଇଥିଲା। […]

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଗୁପ୍ତଗଙ୍ଗା ଗ୍ରାମରେ ଆଜି ବାରହା ଶିକାର କରି ମାଂସ ବିକୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରି ଅଧା କେଜି ମାଂସ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁପ୍ତଗଙ୍ଗା ଗ୍ରାମର ଜୟଦେବ ଜୁଆଙ୍ଗ, ସାଧବ ଜୁଆଙ୍ଗ, ନିଶାକାର ଜୁଆଙ୍ଗ ଗାଁ ନିକଟସ୍ଥ ଜଙ୍ଗଲରେ ଫାସ ପକାଇ ବାରହା ଶିକାର କରି ବାରହା […]

ସୁନ୍ଦରଗଡ଼: ଜଣେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବଡ଼ଗାଁ ଥାନା ଏଏସଆଇ କୈଳାସ ନାଏକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ରେଙ୍ଗାଲମାଲର ବୈକୁଣ୍ଠ ରାଉତ ନାମକ ଜଣେ ବ୍ୟକ୍ତି ଏକ ମାମଲାର ଅଭିଯୁକ୍ତ ଥିଲେ। ତାଙ୍କ ନାମରେ ଥିବା ଦଫା କୋହଳ କରିବାକୁ ଏଏସଆଇ ଶ୍ରୀ ନାଏକ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବୈକୁଣ୍ଠ ନିଜ ଅକ୍ଷମତା ପ୍ରକାଶ କରିବାରୁ ୩୦ ହଜାର ଦେବାକୁ […]

Social media & sharing icons powered by UltimatelySocial