ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଏହା ଆସନ୍ତା ୪୮ ଘଣ୍ଟା ଅର୍ଥାତ ଅଗଷ୍ଟ ୧୭ ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବ ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛନ୍ତି। ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ପ୍ରଥମ ଭାଗରେ ଦେଖାଦେଇଥିବା ବୃଷ୍ଟି ଅଭାବ ଦୂର ହେବା ଆଶା କରାଯାଉଛି। ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା, […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନରେ […]

ଭୁବନେଶ୍ବର : ବାଲେଶ୍ବର ବ୍ରାଉନସୁଗାର ବେପାରୀଙ୍କ ପେଣ୍ଠସ୍ଥଳୀ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର କିନ୍ତୁ ପାଲଟି ଯାଇଛି ନିଶା ସେବନକାରୀଙ୍କ ସହର। ଅଧା ରାଜଧାନୀକୁ କବ୍‌ଜା କରି ସାରିଲେଣି ନିଶା ବେପାରୀ। ବ୍ରାଉନସୁଗାର କାରବାର ଆଉ ହଳଦୀପଡ଼ିଆ, ସାଲିଆସାହି କିମ୍ବା ମାଳିସାହି ବସ୍ତିରେ ସୀମିତ ନାହିଁ। ରାଜଧାନୀର ବିଭିନ୍ନ ବସ୍ତିକୁ ଏହାର ଚେର ମାଡ଼ି ଗଲାଣି। ବିଭିନ୍ନ ବସ୍ତିରେ ବେଧଡ଼କ ଚାଲିଛି ଧଳାଜହର କା‌ରବାର। ଗତ କେତେଦିନ ମଧ୍ୟରେ କ୍ରମାଗତ […]

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ପ୍ରସଂଗ ନେଇ ହାଇକୋର୍ଟରେ ଦାୟର ମାମଲାକୁ ପତ୍ନୀ ବିଦ୍ୟାଶ୍ରୀ ପ୍ରତ୍ୟାହାର କରିଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ମିଳିତ ଭାବେ ଦାୟର ଆବେଦନର ଶୁଣାଣି ସମୟରେ ଆବେଦନକାରୀ ନମ୍ବର-୩ ବିଦ୍ୟାଶ୍ରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସେ […]

ଭୁବନେଶ୍ବର : ମହାନଗର ନିଗମ ମେୟର ଓ ପୌରପାଳିକା/ଏନ୍‌ଏସି ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି। ସେମାନଙ୍କୁ ଭୋଟର୍‌ମାନେ ସିଧାସଳଖ ନିର୍ବାଚିତ କରିବେ। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା। ପାଖାପାଖି ୩ ବର୍ଷ ପ‌ରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ କରି ‌ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର। […]

ନୂଆଦିଲ୍ଲୀ : ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ୨୨ତମ ଶୁଣାଣି ହେବ। ମହାନଦୀ ଅବବାହିକା ସଂକ୍ରାନ୍ତ ବିଭିନ୍ନ ତଥ୍ୟ ପ୍ରମାଣ ଓ ଦସ୍ତାବିଜ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ଯୋଗାଇ ଦେବାକୁ ଗତ ଶୁଣାଣି ବେଳେ ଟ୍ରିବ୍ୟୁନାଲ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶେଷ ସୁଯୋଗ ଦେଇଥିଲେ। ଦସ୍ତାବିଜ୍‌ ଯୋଗାଇବାରେ ବିଫଳ ହେଲେ ଅନ୍ତଃ ରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଧାରା ୯ […]

ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ନେଲାଣି ୩ ଜୀବନ ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ କୋଭିଡ୍‌ ସଂକ୍ରମଣର ୪୦,୧୨୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୨୧,୧୭,୮୨୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ସଂକ୍ରମିତଙ୍କ ସୁସ୍ଥ ହେବା ହାର ୯୭.୪୬ ପ୍ରତିଶତରେ ପହଞ୍ଚିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୫୮୫ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଛି ଏବଂ ଦେଶର ମୋଟ୍‌ ମୃତ୍ୟୁ ସଂଖ୍ୟା […]

ଭୁବନେଶ୍ବର : ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସବୁ ଶିଶୁଙ୍କର ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା। ଶିଶୁ ୱାର୍ଡରେ ଆଡମିସନ୍‌ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ। ରାଜ୍ୟସ୍ତରୀୟ ଶିଶୁ କୋଭିଡ କେୟାର ଟାସ୍କ ଫୋର୍ସ ‌ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଅବଗଣନା ଜାରି ରହିଛି। ନିର୍ଦ୍ଦିଷ୍ଟ […]

ଓପିଡି ଟିକେଟ୍ କରାଇଦେବାକୁ ଆଦାୟ ହେଉଛି ଟଙ୍କା ଭୁବନେଶ୍ବର : ଏମ୍ସ ଓପିଡିରେ ଚିକିତ୍ସା ପାଇଁ ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି। ଟିକେଟ୍‌ ପାଇଁ ପ୍ରତିଦିନ ଭୋର୍ ୪ଟାରୁ ଧାଡ଼ି ଦେଉଛନ୍ତି ଶହଶହ ଲୋକ। ଏପରିକି ଅନେକ ରୋଗୀ ଓ ସେମାନଙ୍କ ସଂପର୍କୀୟ ଖୋଲା ଆକାଶ ତଳେ ରାତି କଟାଉଛନ୍ତି। ଏଭଳି ସ୍ଥିତିର ଫାଇଦା ନେଉଛନ୍ତି ଦଲାଲ। ଓପିଡି ଟିକେଟ କରାଇଦେବା ପାଇଁ ରୋଗୀଙ୍କ ପରିଜନଙ୍କଠାରୁ ୩୦୦ରୁ ୭୦୦ ଟଙ୍କା […]

Social media & sharing icons powered by UltimatelySocial