ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ପାରଳାଖେମୁଣ୍ତିର ଦୁଇଟି ଐତିହ୍ୟସ୍ଥଳୀ ପାରଳା ରାଜପ୍ରାସାଦ ଏବଂ ବସନ୍ତ ନିବାସ (ବୃନ୍ଦାବନ ପ୍ୟାଲେସ୍‌)ର ପୁନରୁଦ୍ଧାର ଦାବି ହୋଇଛି। ପ୍ରାୟ ୧୦୦ ବର୍ଷ ପୁରାତନ ଏହି ପ୍ରାସାଦଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ସହ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଧୀରେ ଧୀରେ ଏହା ନଷ୍ଟ ହେବାକୁ ବସିଲାଣି। ଏହାର ଭିତ୍ତିଭୂମି ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଗଲାଣି। ରାଜପ୍ରାସାଦ ବାମପାର୍ଶ୍ବ ପ୍ରଥମ ମହଲାରେ ଅନେକ ବର୍ଷ ଧରି […]

ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଭିକାରୀଙ୍କ ପୁନର୍ବାସ ଏବଂ ଟିକାକରଣକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଫୁଟପାଥରେ ରହୁଥିବା ଲୋକ ଏବଂ ଭିକାରୀମାନଙ୍କୁ ଟିକାକରଣ ନେଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ମଙ୍ଗଳବାର ଦିନ ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଭିକାରୀ ଏବଂ ଫୁଟପାଥରେ ରହୁଥିବା ଲୋକଙ୍କୁ ଏହି ଟିକା ଦିଆଯାଉ। ସୁପ୍ରିମକୋର୍ଟ ତାଙ୍କ ରାୟରେ […]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଚେତାବନୀ। ବାରମ୍ବାର କହିବା ସତ୍ୱେ କଙ୍ଗନା କୋର୍ଟରେ ହାଜର ହେଉନଥିବାରୁ ଆଜି ଅନ୍ଧେରୀର ମେଟ୍ରୋପୋଲିଟାନ୍‌ ମାଜିଷ୍ଟ୍ରେଟ କଙ୍ଗନା ରାନାୱତଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାର ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ କଙ୍ଗନାଙ୍କୁ ଶେଷ ସୁଯୋଗ ଦିଆଯାଇଛି। ହାଜର ନହେଲେ ଅଭିନେତ୍ରୀଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରୱାନା ଜାରି କରାଯିବ ବୋଲି କୋର୍ଟ […]

ଟିକା ଓ ଔଷଧ ଦେବାକୁ କଲେ ଅନୁରୋଧ ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଏହି ବୈଠକ ଚାଲିଥିବାବେଳେ ମୁଖ୍ୟତଃ କୋଭିଡ ଟିକା ଯୋଗାଣକୁ ନେଇ ମମତା ମୋଦୀଙ୍କ ପାଖରେ ଦାବି […]

ଭୁବନେଶ୍ବର: ଐତିହ୍ୟ ନଗରୀ ଭୁବନେଶ୍ବରରେ ରହିଛି ପ୍ରାଚୀନ ଗାଥା ବହନ କରୁଥିବା ପଞ୍ଚୁପାଣ୍ଡବ ଗୁମ୍ଫା। ବଡ଼ଗଡ଼ ବ୍ରିଟ୍ କଲୋନି ସ୍ଥିତ ଏହି ଗୁମ୍ଫା ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଏକ ଐତିହ୍ୟସ୍ଥଳର ମାନ୍ୟତା ଦେଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ଗୁମ୍ଫାର ନାମ ସାମିଲ୍ ହୋଇରହିଛି। ମାତ୍ର ପରିତାପର କଥା ଏହି ଐତିହ୍ୟ ଏବେ ଅଲୋଡ଼ା ହୋଇ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ […]

ଭୁବନେଶ୍ବର: ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି। ସ୍ବତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟା ଯାଉଛି। ୫ଶହରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ସର୍ବେକ୍ଷଣ କାମରେ ଲାଗିଥିବା ବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ, ହେଲ୍ଥ ଅଫିସର ମିଶି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଘରକୁଘର ବୁଲିବା ବେଳେ ଏହି ଟିମ୍‌ ବିଚିତ୍ର […]

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। କିଷ୍ଟରାମ ଅଞ୍ଚଳରେ ଲୋକଙ୍କ ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ କିଶୋର ଓରଫ ଟାଇଗର ହୁଙ୍ଗାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରତିଦିନ ଭଳି ଗତକାଲି ମଧ୍ୟ ଜିଲ୍ଲା ପୁଲିସ ସମେତ ସିଆରପିଏଫ,ଡିଆରଜି ଯବାନ କିଷ୍ଟରାମ ଥାନା ଅଞ୍ଚଳରେ କମ୍ବିଂ କରୁଥିଲେ। ତେବେ ଜଙ୍ଗଲରେ ଟାଇଗର ହୁଙ୍ଗା ଲୁଚି ରହିଥିବା ଗୁଇନ୍ଦା ସୂଚନା ପାଇବା […]

ଟୋକିଓ: ଜାପାନର ୧୩ବର୍ଷ ବାଳିକା ଟୋକିଓ ଅଲମ୍ପିକରେ ପ୍ରଥମ ମହିଳା ସ୍କେଟ ବୋର୍ଡିଂ ଚମ୍ପିୟନ ହେବା ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି। ନିଶିୟା ମୋମିଜିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ନିଶିୟା ମାତ୍ର ୧୩ବର୍ଷ ୩୩୦ଦିନରେ ନିଶିଆ ଦେଶ ପାଇଁ ଗୌରିବ ଆଣିଛନ୍ତି। ସେ ୧୫.୨୬ ସ୍କୋର କରି ବିଜୟୀ ହୋଇଥିଲେ। ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ […]

ସ୍ୱାସ୍ଥ୍ୟ ମନ୍ତ୍ରୀ ମୋ ସହ ୪ରୁ ୫ ଜଣ ବିଧାୟକଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରୁଛନ୍ତି ରାୟପୁର: ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ କେଉଁଠାରେ ଦେଖାଯାଏ, ତେବେ ଏହି ରାଜ୍ୟର ନାମ ହେଉଛି ଛତିଶଗଡ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଞ୍ଜାବ ଭଳି ଛତିଶଗଡ଼ରେ […]

ନୂଆଦିଲ୍ଲୀ: କରୋନା ଭାଇରସର ମହାସଙ୍କଟ ସମୟରେ କାଉଡିଆ ଯାତ୍ରାକୁ ସରକାର ଅନୁମତି ଦେଇ ନାହାନ୍ତି। ଉତ୍ତରାଖଣ୍ଡ ସରକାର ବି କାଉଡିଆଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହା ସତ୍ତ୍ୱେ ବି କିଛି କାଉଡିଆ ଚଖମା ଦେଇ ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଯାହାଙ୍କୁ ପୁଲିସ ଗିରଫ କରିଛି। ସୋମବାର ଥିବାରୁ ହରିଦ୍ବାରର ହର କି ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ୧୪ଜଣ କାଉଡିଆ ଗୋରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିବା […]

Social media & sharing icons powered by UltimatelySocial