ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର। ଏହି ପୁରସ୍କାର ପାଇବାରେ ସେ ହେବେ ଦେଶର ପ୍ରଥମ ମହିଳା। ସଂପ୍ରତି ସେ ଭାବା ପାରମାଣବିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଏହି ଖବର ପାଇବା ପରେ […]

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନ ବିଭାଗ ଅଧୀନ ଆଳିସି ଶାସନ ଗ୍ରାମରୁ ଆଜି ଗୋଟିଏ ଚିତ୍ରା ହରିଣ ଧରାପଡ଼ିଛି। ସକାଳୁ ହରିଣଟି ଗାଁର ଏଣେତେଣେ ଦୌଡୁଥିବା ଲୋକେ ଦେଖିଥିଲେ। ଲୋକଙ୍କୁ ଦେଖି ହରିଣଟି ଭୟଭୀତ ହୋଇ ହରିଶଙ୍କର ମନ୍ଦିର ନିକଟ ପୋଖରୀକୁ ଡେଇଁ ପଡ଼ିଥିଲା। ପୋଖରୀରେ ପହଁରିବା ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେ।ଖବର ପାଇ ବାଲିପାଟଣା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ହରିଣକୁ ଉଦ୍ଧାର କରିଛନ୍ତି। […]

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଡ୍ରପ ଆଉଟ ରହିଥିବା ବେଳେ ଏବେ ପୁଣି ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଦିନରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ। ଗତ ୨୦୨୨ ଦଶମ ବୋର୍ଡ ପରୀକ୍ଷା ରେ ୨୧୫୫ ଜଣ ଛାତ୍ରଛାତ୍ରୀ ଡ୍ରପ ହେବା ପରେ ଡ୍ରପ ହାର ୧୪ ପ୍ରତିଶତ ରହିଥିଲା। ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ପରୀକ୍ଷାରେ […]

ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍ ଭଲ ବ୍ୟବସ୍ଥା ହୋଇଛି। ପିଲାମାନେ ୭ଟା ୪୫ରେ ପ୍ରଶ୍ନପତ୍ର ପାଇଛନ୍ତି। ପରୀକ୍ଷା ଠିକ ସମୟରେ ଆରମ୍ଭ ହୋଇଛି। ପିଲାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଛି […]

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ୬ ଦିନ ହେଲାଣି ଜଳୁଛି ଜଙ୍ଗଲ। ଆୟତ୍ତ ହେଉନି ଜଙ୍ଗଲ ନିଆଁ। ସେପଟେ ଅନେକ ଧନ ଜୀବନ ନଷ୍ଟ। ବନବିଭାଗ ଓ ଅଗ୍ନିଶମ ବିଭାଗର ଆପ୍ରାଣ ଉଦ୍ୟମ ପରେ ମଧ୍ୟ ଲିଭିପାରୁନି ନିଆଁ। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଅଗ୍ନି ସଂଯୋଗ କରିବାରୁ ନିଆଁ ଲିଭାଇବା […]

ନୂଆଦିଲ୍ଲୀ: ଗତ କିଛି ମାସ ହେଲା ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ମାମଲା ବଢିଚାଲିଛି। ଏହାକୁ ନେଇ ସେଠାରେ ରହୁଥିବା ହିନ୍ଦୁମାନେ ଆତଙ୍କରେ ଅଛନ୍ତି। ଏସବୁ ଆକ୍ରମଣକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏହି ପ୍ରସଙ୍ଗକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ଆଗରେ ଉଠାଇଛନ୍ତି।ଶୁକ୍ରବାରଦିନ ଆନ୍ଥୋନୀ ଆଲବାନିଜଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ […]

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ଗତକାଲି ରାତି ସାଢ଼େ ୮ଟାରୁ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଓଡ଼ିଶା ଅଗ୍ନିସେବା ଅଧୀନରେ ଏହି ସ୍ୱତନ୍ତ୍ର […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଭେଣ୍ଡିଂ ଜୋନ୍‌ରେ ଆଜି ଅପରାହ୍ନରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ୫ଟି ଦୋକାନ ଭସ୍ମୀଭୂତ ହୋଇଯାଇଛି। ନିଆଁ ଲାଗିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳକୁ ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପଦୂରରେ ପଛପଟରେ ଥିବା ଏକ ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଫଳରେ […]

ଭୁବନେଶ୍ୱର: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଙ୍ଗର ପର୍ବ ‘ହୋଲି’ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ହୋଲି ଖେଳ ପରେ ଅତ୍ୟଧିକ ଖୁସି ହେବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅନେକ ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ପାଣିରେ ବୁଡ଼ି, ସଡ଼କ ଦୁର୍ଘଟଣା ଓ ହିଂସାକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି […]

ଭୁବନେଶ୍ୱର : ଓଡ଼ିଶା ସହ ଇଣ୍ଡୋନେସିଆର ସଂପର୍କ କେବଳ ବାଣିଜ୍ୟ-ବ୍ୟବସାୟରେ ସୀମିତ ନୁହେଁ। ଦୃଢ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକସୂତ୍ରରେ ଦୁଇ ଦେଶ ବନ୍ଧା। ବିଶେଷ କରି ଇଣ୍ଡୋନେସିଆର ବାଲିଦ୍ୱୀପରେ ପ୍ରତି ଗାଁରେ ଜଗନ୍ନାଥ ପୂଜା ପାଉଛନ୍ତି ଏବଂ ଓଡ଼ିଶୀ ନୃତ୍ୟ ଓ ବାଲିର ପାରମ୍ପରିକ ନୃତ୍ୟ ମଧ୍ୟରେ ରହିଛି ବହୁ ସାମଞ୍ଜସ୍ୟ। କଟକରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ସମୟ କ୍ରମେ ଏକ ବାଣିଜ୍ୟିକ ମେଳା ପାଲଟି ଯାଇଛି। ଏଥିରେ […]

Social media & sharing icons powered by UltimatelySocial