ଭୁବନେଶ୍ବର: ଶେଷରେ ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ‘ନବୀନ ଓଡ଼ିଶା’ ଓ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ।ଗତ ଏକ ସପ୍ତାହ ଧରି ରାଜନୈତିକ ମହଲରେ […]

ଜୟପୁର: ରାଜସ୍ଥାନ ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ୬୮.୨୪ ପ୍ରତିଶତ ମତଦାନ ହୋଇଛି। ନିୟମ ଅନୁସାରେ ସଂଧ୍ୟା ୬ଟା ବେଳେ ଭୋଟ ଗ୍ରହଣ ଶେଷ ହୋଇଯାଇଥିଲା। ତେବେ କେତେକ ବୁଥରେ ଧାଡ଼ିରେ ଥିବା ଲୋକମାନଙ୍କ ପାଇଁ ଏବେ ବି ଭୋଟଗ୍ରହଣ ଜାରି ରହିଥିବାରୁ ଚୂଡ଼ାନ୍ତ ମତଦାନ ପ୍ରତିଶତ ବୃଦ୍ଧି ପାଇପାରେ। ରାଜସ୍ଥାନର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ପାଇଁ ଆଜି ଭୋଟ ଗ୍ରହଣ […]

ଭୁବନେଶ୍ବର: ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରି ବିଜେଡି ଖେଳିଛି ଆଦିବାସୀ କାର୍ଡ। ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଜି. ଉଦୟଗିରି ବିଧାନସଭା ଆସନରୁ […]

ଭୁବନେଶ୍ବର: ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ। ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରାଯାଉନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ସିନେମା, କଳା, ନିଯୁକ୍ତି, ରୋଜଗାର ଆଦି […]

ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି। ଏହି ଶପଥ ଗ୍ରହଣର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖାଯାଉଛି ସାମ୍ନାକୁ ହାତ ଉଠାଇ ରଖି, କେ.କେ.ସି. ବାଲୁଙ୍କ ଉପସ୍ଥିତିରେ ଝିଅମାନେ କହୁଛନ୍ତି, ଏହା […]

ଭୁବନେଶ୍ୱର: ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଅକ୍ଟୋବର ୧୦ରୁ ମାସାଧିକ କାଳ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି ସରକାର। ଏହାଦ୍ବାରା ଆଇନ ଉଲଂଘନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ଏବଂ ଏନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଅବଗତ କରିଛି ଦଳ। ଦଳୀୟ ଚିହ୍ନ ବ୍ୟବହାର କରି […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୋଷ୍ଟର ଲଢ଼େଇ ଚାଲିଛି। ଏଣେ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଛା ଚାଲିଛି। ଦୁଇ ମାସ ଆଗରୁ ଭୁବନେଶ୍ଵର ସାଂସଦଙ୍କ ସମର୍ଥକମାନେ କାନ୍ଥ ବାଡ଼ରେ ‘ଏଥର ପୁଣି ଅପରାଜିତା’ ଲେଖି ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ। ଆଉ ଏବେ ଶାସକ ବିଜେଡି ଦଳ ମଧ୍ୟ କାନ୍ଥ ରାଜନୀତିକୁ ଓହ୍ଲାଇଛି। ସହରର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନେ ‘ଶଙ୍ଖ ବିକାଶର ଚିହ୍ନ ଓ ଆମ ଚିହ୍ନ […]

ସୁନ୍ଦରଗଡ଼: ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ। କିଛି ଦିନ ତଳେ ସୁନ୍ଦରଗଡ଼ ସୁନାରିପଡାଠାରେ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍‌’ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼ରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୁଳାପୁଳା ଟଙ୍କା ଉଡାଇବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି […]

ପିପିଲି: ପୁରୀ ଜିଲ୍ଲା ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ। କିନ୍ତୁ ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର […]

ବଲାଙ୍ଗୀର: ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ସାଂପ୍ରତିକ ରାଜନୈତିକ ପ୍ରେକ୍ଷାପଟରେ ସମରେନ୍ଦ୍ର ହିଁ ଯୋଗ୍ୟ […]

Social media & sharing icons powered by UltimatelySocial