ଖଇରା: ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତକୁ ପିଡିଏସ୍‌ ଚାଉଳ ନେଇ ଆସିଥିବା ଏକ ଟ୍ରକ୍ (ଓଡି-୦୧-ଟି-୧୫୬୬)କୁ ଅଟକାଇ କିଛି ଝିଙ୍କିରିଆ ଗ୍ରାମବାସୀ ଚାଉଳ ବସ୍ତା ବୋହି ନେଇଥିବା ଅଭିଯୋଗ ହୋଇଛି। ଘଟଣା ମୁତାବକ, ଝିଙ୍କିରିଆ ପଞ୍ଚାୟତ ପାଇଁ ରିଟେଲର୍‌ ଭାବେ ବାଉରି ଦାସ ନିଯୁକ୍ତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକ୍‌ ପଞ୍ଚାୟତରେ ପହଞ୍ଚିବା ପରେ ଝିଙ୍କିରିଆ ଗ୍ରାମର କିଛି ହିତାଧିକାରୀ ଟ୍ରକ୍‌ ନିକଟରେ ପହଞ୍ଚିଥିଲେ […]

ଭୁବନେଶ୍ୱର: ପୂର୍ବତନ ପ୍ରେମିକ ସାଜି ସ୍ୱାମୀ ମହିଳାମାନଙ୍କୁ ଧମକ ଦେଉଥିଲା। ସ୍ତ୍ରୀ ସାଇବର ଥାନାର ଅଧିକାରିଣୀ ପରିଚୟରେ ସେମାନଙ୍କୁ ଉଦ୍ଧାର କରିବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲା। ଏମିତି ଏକ ଧୂର୍ତ୍ତ ଦମ୍ପତିଙ୍କ ଖେଳ ବିଗାଡ଼ି ଦେଇଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ସ୍ତ୍ରୀ ତଥା ନକଲି ସାଇବର ଥାନା ଅଧିକାରିଣୀକୁ ଗିରଫ କରାଯାଇଛି। କିନ୍ତୁ ଏହି ଗେମ୍‌ର ମାଷ୍ଟରମାଇଣ୍ଡ ସ୍ୱାମୀ ଫେରାର୍ ହୋଇଯାଇଛି। ଆଜି କୋର୍ଟ ଚାଲାଣ ହୋଇଥିବା ମହିଳା […]

ଦାରିଙ୍ଗବାଡ଼ି: କୌଶଳରେ ପାହାଡ଼ ଉପରକୁ ଡ଼ାକିନେଇ ସ୍ତ୍ରୀଙ୍କୁ କଲବଲ କରି ହତ୍ୟା କରିଛି ସ୍ୱାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ ମହିଳା ହେଲେ ସାନ୍ତନା ନାୟକ। ଫେରାର ଅଭିଯୁକ୍ତ ସ୍ୱାମୀ ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ବଡ଼ଧାଡ଼ି ଗ୍ରାମର ମିତୁ ପ୍ରଧାନ […]

ରାଉରକେଲା: ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ମୁନ୍ନା ସାହୁ(୩୪) ଏବଂ ମହମ୍ମଦ ତମାସ। ଉଭୟଙ୍କ ଘର ରାଉରକେଲାରେ। ଏମାନେ ରାଉରକେଲା ସେକ୍ଟର-୨ ବସଷ୍ଟାଣ୍ଡ ଆଡ଼କୁ ଏକ ବାଇକ୍ ଯୋଗେ ୧୦ଟି ଜଙ୍ଗଲୀ ଶୁଆ ଧରି ଯାଉଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଉଭୟଙ୍କୁ ଧରିଥିଲେ। ଘଟଣାସ୍ଥଳରୁ ୧୦ଟି ଜଙ୍ଗଲୀ ଶୁଆ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କ ଭଡ଼ା […]

ବାରିପଦା: ଶିମିଳିପାଳ ଅଞ୍ଚଳରୁ ପୁଣି ୨୩ ଟି ବେଆଇନ ଦେଶୀ ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୁଲିସ। ଗତ ଦୁଇ ମାସ ମଧ୍ୟରେ ମୟୂରଭଞ୍ଜ ପୁଲିସ ଶିମିଳିପାଳ ସଂଲଗ୍ନ ଜିଲ୍ଲାର ୯ ଟି ଥାନାରେ ୧୪ ଟି ମାମଲା ରୁଜୁ ହୋଇଥିବା ବେଳେ ୮ ଜଣ ଶିକାରୀଙ୍କୁ ଗିରଫ କରିଛି।

ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ କଳାକନା ବୁଲେଇଛନ୍ତି ଦୁର୍ବୃତ୍ତ। ନଗଦ କ୍ୟାସ ଓ ପେଟି ପେଟି ମଦ ନେଇ ଯାଇଛନ୍ତି ଚୋର। ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କର୍ମଚାରୀ କହିଛନ୍ତି। ଦୁର୍ବୃତ୍ତ ଦୋକାନରେ ଲାଗିଥିବା ସିସି ଟିଭି ହାର୍ଡ ଡିକ୍ସ ତାଡି ନେଇଛନ୍ତି।ସୂଚନା ଅନୁସାରେ, ବାଲିପାଟଣା ସରକାରୀ ଠିପି ବନ୍ଦ ବିଦେଶୀ […]

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ କରି ଦେଇଥିଲେ। ଏବେ ବିଲକିସ୍ ବାନୋ ମାମଲାରେ ତିନିଜଣ ଦୋଷୀ ସୁପ୍ରିମକୋର୍ଟରେ ସେମାନଙ୍କ ଆତ୍ମସମର୍ପଣ ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। […]

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଡିଓଙ୍କ ଘରକୁ ବି ଛାଡ଼ିଲେନି ଲୁଟେରା। ରାତି ଅଧରେ କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହା ଜାଣି ଲୁଟ୍ କରିଥିଲେ ଲୁଟେରା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରି କରିଥିଲେ। ଲକ୍ଷାଧିକ ନଗଦ ଟଙ୍କା ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା। ଲୁଟର ଦୃଶ୍ୟ ସିସିଟିଭିରେ କଏଦ […]

ଘୁ ଉଦୟଗିରି: ଚୋରାରେ ଏକ ବିଦେଶୀ ମଦ ଭର୍ତ୍ତି ଅଟୋ (ଓଡି ୧୨ବି ୬୨୦୧) ସ୍ଥାନୀୟ ପୁଲିସ ଗୋଡେ଼ଇ ଗୋଡେ଼ଇ ଧରିବାରେ ସଫଳ ହୋଇଛି। କିନ୍ତୁ ଅଭିଯୁକ୍ତ ଅଟୋ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମଦ ଭର୍ତ୍ତି ଅଟୋ ରାଇକିଆ ଆଡ଼କୁ ଯାଉଥିବା ପୁଲିସ ଖବର ପାଇବା ପରେ ତାଙ୍କ ପିଛା କରିଥିଲା। ପ୍ରଥମେ ଅଟୋ ପାବୁରିଆ ଆଡ଼କୁ ଯାଉଥିବା ବେଳ ପୁଲିସ ତାଙ୍କ ପଛରେ ଲାଗିଛନ୍ତି ବୋଲି […]

ଯାଜପୁର: ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରୁ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି। ଶିଶୁର ପରିଚୟ ମିଳିପାରିନାହିଁ। ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ବାଡ଼ିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା। ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ। ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୁଲିସକୁ ଖବର ଦିଆଯାଇଥିଲା।ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶିଶୁର […]

Social media & sharing icons powered by UltimatelySocial