ଟଙ୍କା ଥାଇ ବି ଇନ୍‌ସିନେ‌ରେଟର୍‌ ଅଚଳ,ଏପଟେ ତାଲିମ୍‌ ପାଇଁ ଖର୍ଚ୍ଚ କରିବେ ୧୦ଲକ୍ଷ କଟକ: ଅଳିଆ(ବର୍ଜ୍ୟବସ୍ତୁ) ଦହନ ପାଇଁ ଯିବ ୨ଶହ କିଲୋମିଟର। ତା’ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ମୂଳଦୁଆ ଭୁଶୁଡି ଗଲାଣି। ତାକୁ ସଜାଡୁ ନାହାନ୍ତି କି’ ନୂଆ ବ୍ୟବସ୍ଥା କରୁ ନାହାନ୍ତି। କିନ୍ତୁ ତାଲିମ୍‌ ନାଁରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି କଟକ ବଡ ଡାକ୍ତରଖାନାରେ। […]

ଇଏନ୍‌ଟି ଓ ଭେଷଜ ବିଭାଗରେ ପରୀକ୍ଷଣ ବନ୍ଦ ଭୁବନେଶ୍ବର : ରୋଗୀସେବାକୁ ତ୍ବରାନ୍ବିତ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଇ-ହସ୍ପିଟାଲ୍ ବ୍ୟବସ୍ଥା ଏବେ ବାଟ ହୁଡ଼ିଛି। ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାର ୩ବର୍ଷ ପରେ ମଧ୍ୟ ଏହାର ଏକ ରୂପରେଖ ପ୍ରସ୍ତୁତ ହୋଇପାରି ନାହିଁ। କରୋନା କାଳରେ କ୍ୟାପିଟାଲ ହସ୍ପିଟାଲର ଇଏନ୍‌ଟି ଓ ଭେଷଜ ବିଭାଗରେ ଚାଲିଥିବା ପରୀକ୍ଷଣ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଏହି […]

ଫେବୃଆରୀରେ ଲୋକଙ୍କୁ ଦିଆଯିବ ବଟିକା ଭୁବନେଶ୍ୱର : ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ […]

ତ୍ରୁଟି ସୁଧାରିବାକୁ ନୋଟିସ୍ ପରେ ନୋଟିସ୍, ଫଳ ଶୂନ ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପାଥୋଲୋଜିରେ ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି। ପିପିପି ମୋଡ୍‌ରେ ହସ୍ପିଟାଲ୍‌ରେ ହେଉଥିବା ଉଚ୍ଚମାନର (ହାଇଏଣ୍ଡ) ନମୁନା ପରୀକ୍ଷାରେ ବ୍ୟାପକୁ ତ୍ରୁଟି ହେଉଥିବା ଅଭିଯୋଗ ହୋଇଛି। ରୋଗୀଙ୍କଠାରୁ ଆରମ୍ଭ ହସ୍ପିଟାଲର ଡାକ୍ତର ମଧ୍ୟ ଏଥିରୁ ବାଦ୍ ପଡ଼ୁ ନାହାନ୍ତି। ତ୍ରୁଟିରେ ସୁଧାର ଆଣିବାକୁ ହସ୍ପିଟାଲ କର୍ତୃପକ୍ଷ ସଂପୃକ୍ତ ସଂସ୍ଥାକୁ ତାଗିଦ୍ କରୁଥିଲେ ହେଁ ସଂସ୍ଥା କୌଣସି […]

ନୂଆଦିଲ୍ଲୀ: ମହିଳାମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେହି ସମୟର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି। ତାଙ୍କ ବ୍ୟତୀତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରରେ ପ୍ରସବ କରାଉଥିବା ଡାକ୍ତର ଓ ନର୍ସମାନେ ଅନୁଭବ କରିପାରନ୍ତି। ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ଉପାୟରେ ପ୍ରସବ କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ। ବିଜ୍ଞାନର ଅଗ୍ରଗତି ଯୋଗୁଁ […]

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ତାରିଖ‌ରୁ ବନ୍ଦ ରହିଥିବା ଏମ୍‌ସର ଓପିଡି ବା ବହିର୍ବିଭାଗ ଖୋଲିବାକୁ ଯାଉଛି। ଆସନ୍ତା ନଭେମ୍ବର ୨ତାରିଖରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗରେ ସର୍ବାଧିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ତେବେ ୯ତାରିଖଠାରୁ ଏହା ବୃଦ୍ଧି ପାଇବ। ସବୁ ବିଭାଗରେ ଦୈନିକ ୫୦ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନାର ଦ୍ରୁତ […]

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତର ପିଲଛାପାଟିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମଦେବତୀ ଶୀତଳା ଚଣ୍ଡୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଲୋକଙ୍କୁ ଗାଁ ସ୍କୁଲ ଓ ନିଜ ଘରମାନଙ୍କରେ ସାଲାଇନ୍ ଓ ଔଷଧ ଯୋଗାଇ ଚିକିତ୍ସା କରାଯାଉଛି। ସୂଚନା ମୁତାବକ ଗତକାଲି ମା’ ଦୁର୍ଗାଙ୍କ ମହାନବମୀ ତିଥିରେ ଗ୍ରାମଦେବତୀଙ୍କ ନିକଟରେ ଅପରାହ୍ନ ସମୟରେ ଚଣ୍ଡୀପାଠ ସହିତ […]

ଭୁବନେଶ୍ୱର: ଓଡ଼ିଶାରେ ସ୍ତନକର୍କଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୦ ବର୍ଷ ମଧ୍ୟରେ ୩୦ ପ୍ରତିଶତ ସ୍ତନକର୍କଟ ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହ ସର୍ଜରୀ ବା ଅସ୍ତ୍ରୋପଚାର ହୋଇଛି। ତେବେ କ୍ୟାନ୍‌ଆସିଷ୍ଟ୍‌ ବ୍ରେଷ୍ଟ୍‌ ଭଳି ପ୍ରୋଗ୍ନୋଷ୍ଟିକ୍‌ ଟେଷ୍ଟ୍‌ ଯୋଗୁ ଆଗ୍ରେସିଭ୍‌ ଏବଂ କେମୋଥେରାପି ଭଳି ଚିକିତ୍ସା କମିପାରିଛି। ୭୦ ପ୍ରତିଶତ ସ୍ତନକର୍କଟ ରୋଗୀଙ୍କ କ୍ଷେତ୍ରରେ ବିଳମ୍ବରେ ରୋଗ ଚିହ୍ନଟ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଫଳରେ […]

ନୂଆଦିଲ୍ଲୀ: ଭାରତରେ ଭେଣ୍ଟିଲେଟର ବ୍ୟବହାର କରି ମଧ୍ୟ କୋଭିଡ ମୃତ୍ୟୁ ହାର ବୃଦ୍ଧି ପାଇଛି। ଏହା ଏବେ ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବାଙ୍ଗାଲୋର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ବିଏମ୍‌ସିଆର୍‌ଆଇ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଭେଣ୍ଟିଲେଟର ବ୍ୟବହାର ସତ୍ତ୍ବେ ମୃତ୍ୟୁ ହାର ଅଧିକ ବୋଲି ଜଣାପଡ଼ିଛି। ଜୁଲାଇ ୧୩ ସୁଦ୍ଧା ମୋଟ ୯୦ ଜଣ କୋଭିଡ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖା‌ଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ଏହି […]

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ପରେ ସମସ୍ତଙ୍କୁ ସାବୁନ ଓ ପାଣିରେ ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ମାତ୍ର କେତେକ ସ୍ଥଳେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଯାଉଛି। ଏହି ହ୍ୟାଣ୍ଡ ସାନିଟାଇଜର ସ୍ବାସ୍ଥ୍ୟ ପ୍ରତି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି। ଅତି କମ୍‌ରେ ୬୦ ପ୍ରତିଶତ ଆଲକହଲ ଥିବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି। ମାତ୍ର ଅଧିକାଂଶ ହ୍ୟାଣ୍ଡ ସାନିଟାଇଜରରେ […]

Social media & sharing icons powered by UltimatelySocial